ମଝି ଆକାଶରୁ Mayday କଲ୍‌

ଜୁନ ୧୨ରେ ଅହମଦାବାଦର ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର କ୍ରାଶ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ପାଇଲଟର ମେଡେ କଲ ଜାରି କରିଥିଲେ।

ମଝି ଆକାଶରୁ Mayday କଲ୍‌

ପୁଣି ଗୋଟିଏ ବଡ଼ ବିମାନ ଦୁର୍ଘଟଣା ଆଶଙ୍କା ଅଳ୍ପକେ ଟଲିଛି। ମଝି ଆକାଶରେ ଥିବା ବେଳ ଇଣ୍ଡିଗୋ ବିମାନର ପାଇଲଟ ମେଡେ କଲ୍‌ ବା ଜରୁରିକାଳୀନ ସହାୟତା ଲୋଡ଼ିଥିଲେ। ବିମାନରେ ତେଲ କମ ଥିବାରୁ ସେ ଏପରି ପଦକ୍ଷେପ ନେବା ସହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ବିମାନକୁ ବେଙ୍ଗାଲୁରୁରେ ଜରୁରିକାଳୀନ ଅବତରଣ କରାଇଛନ୍ତି।

ଗୁହାଟୀରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋ ବିମାନ ସହ ଗୁରୁବାର ଏପରି ଘଟଣା ଘଟିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ପାଇଲଟ ତେଲ କମ ଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ସେ ଜରୁରୀ ସହାୟତା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିଥିଲେ। ଜରୁରୀ ସମୟରେ ମେ’ଡେ କଲ ଜାରି କରାଯାଏ।

ପାଇଲଟ ମେଡେ କଲ ଜାରି କରିବା କ୍ଷଣି ଏୟାର ଟ୍ରାଫିକ କଣ୍ଟ୍ରୋଲ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ଚେନ୍ନାଇ ଆସୁଥିବା ବିମାନକୁ ତୁରନ୍ତ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ କୁହାଯାଇଥିଲା। ବିମାନର ପାଇଲଟ ବେଶ ସତର୍କତାର ସହ ବେଙ୍ଗାଲୁରୁ ଏୟାରପୋର୍ଟରେ ଏହାର ଲ୍ୟାଣ୍ଡିଂ କରାଇଛନ୍ତି। ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିବା ବେଳେ ଏହା ମଧ୍ୟରେ ଥିବା ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିଛନ୍ତି।

ଜୁନ ୧୨ରେ ଅହମଦାବାଦର ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର କ୍ରାଶ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ପାଇଲଟର ମେଡେ କଲ ଜାରି କରିଥିଲେ। କିନ୍ତୁ କେହି କିଛି କରିବା ଆଗରୁ ବିମାନଟି ସିଧା ସ୍ଥାନୀୟ ବିଲଡିଂରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଏଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଓ ଦୁର୍ଘଟଣା ସ୍ଥଳରେ ଥିବା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।