ମଝି ଆକାଶରେ ଛିଣ୍ଡିଗଲା ବିମାନ କବାଟ, ଦେଖନ୍ତୁ ଭିଡିଓ...
ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ଅଲାସ୍କା ଏୟାରଲାଇନ୍ସର ବିମାନ ନମ୍ବର - ୧୨୮୨ ସହିତ ଜଡିତ ଏକ ଘଟଣାର ଯାଞ୍ଚ ଜାରି ରହିଛି ।
ମଝି ଆକାଶରେ ଭାଙ୍ଗିଗଲା ବିମାନର ଗେଟ୍। ଉଡିଗଲା ଝରକା। ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ। ଶୁକ୍ରବାର 'ଅଲାସ୍କା ଏୟାରଲାଇନ୍ସ'ର ବୋଇଂ ବିମାନରେ ଘଟିଛି ଏଭଳି ଦୁର୍ଘଟଣା । ଫଳରେ ବିମାନଟିକୁ ଆମେରିକାର ଓରେଗନ୍ ସିଟିରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ସାମ୍ନାକୁ ଆସିଥିବା ଫଟୋରେ ଦେଖାଯାଉଛି ବିମାନର ଏକ୍ଜିଟ୍ ପଏଣ୍ଟରେ ଥିବା ଗୋଟାଏ କବାଟ ଓ ଝରକା ଭାଙ୍ଗି ଖସି ଯାଇଛି। ତେବେ ଏହି ଅଘଟଣରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିନି।
ତେବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନର ମିଡ୍ କ୍ୟାବିନର କବାଟ ଟି ସମ୍ପୂର୍ଣ୍ଣ ଛିଡି ବାହାରି ଯାଇଛି।
AS1282 from Portland to Ontario, CA experienced an incident this evening soon after departure. The aircraft landed safely back at Portland International Airport with 171 guests and 6 crew members. We are investigating what happened and will share more as it becomes available. — Alaska Airlines (@AlaskaAir) January 6, 2024
ସୂଚନା ମୁତାବକ, ଗତକାଲି ବିମାନଟି ପୋର୍ଟଲ୍ୟାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିଓ ଅଭିମୁଖେ ଉଡାଣ ଭରିଥିଲା। କିନ୍ତୁ ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ହିଁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ବିମାନଟି ଫେରି ଆସିଥିଲା। ଏଥିରେ ୧୭୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ପୋର୍ଟଲ୍ୟାଣ୍ଡ ବିମାନ ବନ୍ଦରରେ ଏହାକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଥିଲା। ତେବେ ଏହି ଦୁର୍ଘଟଣା କିଭଳି ଘଟିଲା ସେ ନେଇ ତଦନ୍ତ ଚାଲିଥିବା ଅଲାସ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ଅଲାସ୍କା ଏୟାରଲାଇନ୍ସର ବିମାନ ନମ୍ବର - ୧୨୮୨ ସହିତ ଜଡିତ ଏକ ଘଟଣାର ଯାଞ୍ଚ ଜାରି ରହିଛି ।