ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ…

ମୁମ୍ବାଇ,୧୬।୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ୍‌ ନମ୍ବର 6E 6271) ବୁଧବାର ରାତିରେ ଏକ ଇଞ୍ଜିନ୍‌ରେ ତ୍ରୁଟି ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ରିପୋର୍ଟ ଅନୁଯାୟୀ, ବିମାନଟି ରାତି ୯:୪୨ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ସୂତ୍ରରୁ ପ୍ରକାଶ ଯେ, ବିମାନର ପାଇଲଟ୍‌ ରାତି ୯:୨୫ରେ ଇଞ୍ଜିନ୍‌ରେ ତ୍ରୁଟି ଚିହ୍ନଟ କରି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ସତର୍କ କରାଇଥିଲେ। ଏହାପରେ ବିମାନଟିକୁ ମୁମ୍ବାଇକୁ ଡାଇଭର୍ଟ […] The post ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ… appeared first on Dharitri Odia News.

ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ…

ମୁମ୍ବାଇ,୧୬।୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ୍‌ ନମ୍ବର 6E 6271) ବୁଧବାର ରାତିରେ ଏକ ଇଞ୍ଜିନ୍‌ରେ ତ୍ରୁଟି ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

ରିପୋର୍ଟ ଅନୁଯାୟୀ, ବିମାନଟି ରାତି ୯:୪୨ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ସୂତ୍ରରୁ ପ୍ରକାଶ ଯେ, ବିମାନର ପାଇଲଟ୍‌ ରାତି ୯:୨୫ରେ ଇଞ୍ଜିନ୍‌ରେ ତ୍ରୁଟି ଚିହ୍ନଟ କରି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ସତର୍କ କରାଇଥିଲେ। ଏହାପରେ ବିମାନଟିକୁ ମୁମ୍ବାଇକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଅବତରଣ କରାଯାଇଥିଲା।

ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନ ଥିବା ଜଣାପଡ଼ିଛି।ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, “ଦିଲ୍ଲୀରୁ ଗୋଆର ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଉଥିବା ଫ୍ଲାଇଟ୍‌ 6E 6271ରେ ଏକ ଯାନ୍ତ୍ରିକ ସମସ୍ୟା ଚିହ୍ନଟ ହୋଇଥିଲା। ନିୟମାନୁସାରେ, ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଅବତରଣ କରାଯାଇଛି।”

ମୁଖପାତ୍ର ଆହୁରି କହିଛନ୍ତି ଯେ, ବିମାନଟି ପୁନଃ ଚାଲୁ ହେବା ପୂର୍ବରୁ ଆବଶ୍ୟକୀୟ ଯାଞ୍ଚ ଓ ମରାମତି କରାଯିବ। ଏହାସହ, ଯାତ୍ରୀମାନଙ୍କୁ ଗୋଆ ପହଞ୍ଚାଇବା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି, ଯାହା ଶୀଘ୍ର ଯାତ୍ରା ଆରମ୍ଭ କରିବ।

ଇଣ୍ଡିଗୋ ତରଫରୁ ଏକ ବିବୃତିରେ କୁହାଯାଇଛି, “ଏହି ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଇଣ୍ଡିଗୋରେ ଯାତ୍ରୀ, କ୍ରୁ ଓ ବିମାନର ସୁରକ୍ଷା ଓ ନିରାପତ୍ତା ହେଉଛି ଆମର ପ୍ରମୁଖ ଅଗ୍ରାଧିକାର।”

The post ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ… appeared first on Dharitri Odia News.