ଲିଟିଲ ମାଷ୍ଟରଙ୍କ ବଡ଼ ଉପଲବ୍ଧି: ଏହି ପୁରସ୍କାରରେ ସମ୍ମାନିତ କରିବ ବିସିସିଆଇ
ନୂଆଦିଲ୍ଲୀ,୩୧।୧: ଭାରତୀୟ କ୍ରିକେଟ ଦଳ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ଶନିବାର ଏହାର ବାର୍ଷିକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟରଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ୫୧ ବର୍ଷୀୟ ସଚିନଙ୍କ ନାଁରେ କ୍ରିକେଟ ଇତିହାସରେ ସର୍ବାଧିକ ଟେଷ୍ଟ ଏବଂ ଏକଦିବସୀୟ ରନ ସ୍କୋର କରିବାର ରେକର୍ଡ ରହିଛି। ସଚିନ ତେନ୍ଦୁଲକରଙ୍କ ୨୦୦ ଟେଷ୍ଟ ଏବଂ ୪୬୩ ଦିନିକିଆ ମ୍ୟାଚ […] The post ଲିଟିଲ ମାଷ୍ଟରଙ୍କ ବଡ଼ ଉପଲବ୍ଧି: ଏହି ପୁରସ୍କାରରେ ସମ୍ମାନିତ କରିବ ବିସିସିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ଭାରତୀୟ କ୍ରିକେଟ ଦଳ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ଶନିବାର ଏହାର ବାର୍ଷିକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟରଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ୫୧ ବର୍ଷୀୟ ସଚିନଙ୍କ ନାଁରେ କ୍ରିକେଟ ଇତିହାସରେ ସର୍ବାଧିକ ଟେଷ୍ଟ ଏବଂ ଏକଦିବସୀୟ ରନ ସ୍କୋର କରିବାର ରେକର୍ଡ ରହିଛି।
ସଚିନ ତେନ୍ଦୁଲକରଙ୍କ ୨୦୦ ଟେଷ୍ଟ ଏବଂ ୪୬୩ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ସେ ଦିନିକିଆରେ ୧୮,୪୨୬ ରନ କରିବା ସହିତ ୧୫,୯୨୧ ଟେଷ୍ଟ ରନ କରିଛନ୍ତି। ସେ ତାଙ୍କ ଚମତ୍କାର କ୍ୟାରିୟରରେ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ପୂର୍ବତନ କିମ୍ବଦନ୍ତୀ ଉଇକେଟ୍ କିପର ଫାରୁକ ଇଞ୍ଜିନିୟର ଏହି ପୁରସ୍କାର ମିଳିସାରିଛି।
The post ଲିଟିଲ ମାଷ୍ଟରଙ୍କ ବଡ଼ ଉପଲବ୍ଧି: ଏହି ପୁରସ୍କାରରେ ସମ୍ମାନିତ କରିବ ବିସିସିଆଇ appeared first on Dharitri Odia News.