୨୨ରେ ଡିଗ୍ରୀଧାରୀ ମାଧ୍ୟମିକ ଶିକ୍ଷକ ଆଶାୟୀଙ୍କ ଧାରଣା

ଭୁବନେଶ୍ୱର,୧୯ା୮(ଅନୁରାଧା ମହାରଣା): ରାଜ୍ୟରେ ୮୦ ହଜାରରୁ ଊଦ୍ଧର୍‌ବ ମେଧାବୀ ଛାତ୍ରୀଛାତ୍ର ଦୁଇବର୍ଷିଆ ବି.ଏଡ୍‌ ପାଠ ପଢି ଘରେ ବେକାର ହୋଇ ବସିଛନ୍ତି। ତୁରନ୍ତ ନିଯୁକ୍ତି ଦାବି କରି ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ଆସନ୍ତା ୨୨ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପାଇଁ ସଂଘ ପ୍ରସ୍ତୁତ ହେଉଥିବା ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ଅନୁସାରେ, ଆଶାୟୀ ଶିକ୍ଷକମାନେ ବି.ଏଡ୍‌. ପରେ ଓଏସ୍‌ଏସ୍‌ଟିଇଟି ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପଟେ […] The post ୨୨ରେ ଡିଗ୍ରୀଧାରୀ ମାଧ୍ୟମିକ ଶିକ୍ଷକ ଆଶାୟୀଙ୍କ ଧାରଣା appeared first on Dharitri Odia News.

୨୨ରେ ଡିଗ୍ରୀଧାରୀ ମାଧ୍ୟମିକ ଶିକ୍ଷକ ଆଶାୟୀଙ୍କ ଧାରଣା

ଭୁବନେଶ୍ୱର,୧୯ା୮(ଅନୁରାଧା ମହାରଣା): ରାଜ୍ୟରେ ୮୦ ହଜାରରୁ ଊଦ୍ଧର୍‌ବ ମେଧାବୀ ଛାତ୍ରୀଛାତ୍ର ଦୁଇବର୍ଷିଆ ବି.ଏଡ୍‌ ପାଠ ପଢି ଘରେ ବେକାର ହୋଇ ବସିଛନ୍ତି। ତୁରନ୍ତ ନିଯୁକ୍ତି ଦାବି କରି ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ଆସନ୍ତା ୨୨ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପାଇଁ ସଂଘ ପ୍ରସ୍ତୁତ ହେଉଥିବା ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ଅନୁସାରେ, ଆଶାୟୀ ଶିକ୍ଷକମାନେ ବି.ଏଡ୍‌. ପରେ ଓଏସ୍‌ଏସ୍‌ଟିଇଟି ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପଟେ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ବହୁ ପଦବୀ ଖାଲିପଡ଼ିଛି। ଏହି ପଦବୀ ପୂରଣ ନିମନ୍ତେ ପୂର୍ବ ସରକାର ବିଜ୍ଞପ୍ତି ପ୍ରକାଶପୂର୍ବକ ୨୦୨୩ ଫେବୃଆରୀରେ ଲିଭ୍‌ ଟ୍ରେନିଙ୍ଗ ରିଜର୍ଭେଶନ(ଏଲଟିଆର୍‌) ଘୋଷଣା କରିଥିଲେ। ଛୁଟି ପ୍ରଶିକ୍ଷଣ ଓ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅନୁପସ୍ଥିତି ଭରଣା ପାଇଁ ମୋଟ୍‌ ୬୦୨୫ ପଦବୀ ଥିଲେ ମଧ୍ୟ ଏହା ପୂରଣ ହୋଇପାରୁନାହିଁ। ଏହି ପଦବୀ ଅର୍ଥ ବିଭାଗରୁ ମଧ୍ୟ ଅନୁମୋଦିତ ହୋଇଥିବା ନେଇ ଶିକ୍ଷକ ଆଶାୟୀ ସଂଘ ବହୁବାର ସରକାରଙ୍କୁ ଅବଗତ କରିଆସୁଛି। ମୋହନ ସରକାରଙ୍କୁ ମଧ୍ୟ ଆଶାୟୀ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ବାରମ୍ବାର ଜଣାଇଛନ୍ତି। ମାତ୍ର କିଛି ସୁଫଳ ମିଳୁନାହିଁ ବୋଲି ସୋମବାର ସଂଘର ସଦସ୍ୟମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି। କିଛିି ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଅବସର ପରେ ସେହି ଶିକ୍ଷକମାନଙ୍କୁ ପୁଣି ନିଯୁକ୍ତି ଦିଆଯାଉଥିବାବେଳେ ଏଥିରେ ମଧ୍ୟ ଆଶାୟୀ ମେଧାବୀ ଶିକ୍ଷକ ନିଯୁକ୍ତିରୁ ବଞ୍ଚତ୍ତ ହେଉଥିତ୍ବା ସଂଘ କହିଛି।

The post ୨୨ରେ ଡିଗ୍ରୀଧାରୀ ମାଧ୍ୟମିକ ଶିକ୍ଷକ ଆଶାୟୀଙ୍କ ଧାରଣା appeared first on Dharitri Odia News.