ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭିଡ଼ିଓ...
ଆକାଶରେ ଉଡ଼ୁଛି ବିମାନ । କିନ୍ତୁ ହଠାତ ଲାଗିଗଲା ନିଆଁ । ବିମାନରେ ମଝି ଆକାଶରେ ଥିବା ବେଳେ ହିଁ ଲାଗିଲା ନିଆଁ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଆକାଶରେ ଉଡ଼ୁଛି ବିମାନ । କିନ୍ତୁ ହଠାତ ଲାଗିଗଲା ନିଆଁ । ବିମାନରେ ମଝି ଆକାଶରେ ଥିବା ବେଳେ ହିଁ ଲାଗିଲା ନିଆଁ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏକ ଅଭାବନୀୟ ଘଟଣା କ୍ରମରେ ବିମାନ ଉଡ଼ୁଥିବା ବେଳେ ହିଁ ଲାଗି ଯାଇଛି ନିଆଁ ।
ଆଟଲାସ୍ ଏୟାର ବୋଇଂ ୭୪୭-୮ କାର୍ଗୋ ବିମାନଟି ଆକାଶରେ ଉଡ଼ାଣ ଭରିବା ସମୟରେ ହିଁ ଏପରି ବଡ଼ ଧରଣ ଅଘଟଣ ଦେଖିବାକୁ ମିଳିଥିଲା । ଫଳରେ ବିମାନଟିକୁ ଆମେରିକାସ୍ଥିତ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଇଞ୍ଜିନରେ ବଡ଼ ଧରଣର ତ୍ରୁଟି କାରଣରୁ ଏପରି ହୋଇଥିବା ସୂଚନା ।