ମଝି ରାସ୍ତାରେ ପିଟିଦେଲା ଟ୍ରକ୍‌; ଜଣେ ମୃତ, ଅନ୍ୟ ଜଣେ ମେଡ଼ିକାଲ୍‌ରେ

ରାମଗିରି ଥାନା ପଣସଡ଼ିହ ଗାଁର ପରମାନନ୍ଦ ରାଇତ ଓ ଭାସ୍କର ଦଳାଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିଲେ। ତେବେ କମଳାପୁର ନିକଟରେ ସମ୍ମୁଖରୁ ଆସିଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ମଝି ରାସ୍ତାରେ ପିଟିଦେଲା ଟ୍ରକ୍‌; ଜଣେ ମୃତ, ଅନ୍ୟ ଜଣେ ମେଡ଼ିକାଲ୍‌ରେ

ଘରୁ ଗଞ୍ଜାମ ଅଭିମୁଖେ ଯାଉଥିଲେ। ହେଲେ ମଝି ରାସ୍ତାରେ ପିଟିଦେଲା ଟ୍ରକ୍‌। ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମେଡ଼ିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି।

ରାମଗିରି ଥାନା ପଣସଡ଼ିହ ଗାଁର ପରମାନନ୍ଦ ରାଇତ ଓ ଭାସ୍କର ଦଳାଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିଲେ। ତେବେ କମଳାପୁର ନିକଟରେ ସମ୍ମୁଖରୁ ଆସିଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଭୟଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲା।

ସେଠାରେ ପରମାନନ୍ଦଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଭାସ୍କରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ବାଇକ୍‌ ଓ ଟ୍ରକ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ମୋହନାରୁ ମିହିର ଜତି