ମଝି ସମୁଦ୍ରରେ ଫସିଥିଲେ ୧୩ ନାବିକ, ସମସ୍ତଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ
ପାରାଦ୍ଵୀପ: ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ସମୁଦ୍ରରୁ ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ଧାର ହେଲେ ୧୩ ନାବିକ । ସମସ୍ତଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଉଦ୍ଧାର କରିଛି। ଆସନ୍ତାକାଲି ପାରାଦୀପରେ ପହଞ୍ଚିବେ ଉଦ୍ଧାର ପାଇଥିବା ନାବିକ । ଏନେଇ ସୂଚନା ପାରାଦୀପ କୋଷ୍ଟଗାର୍ଡ ତରଫରୁ ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ, ରବିବାର ନୂଆଗଡ଼ ଜେଠି ନିକଟରୁ ମାଛ ଧରିବାକୁ ଯାଇଥିଲା ୨ଟି ବୋଟ। ଏହି ବୋଟରେ ୧୩ ଜଣ ନାବିକ ରହିଥିଲେ। କିନ୍ତୁ ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ବୋଟ ଦୁଇଟିଯାକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ମୁହାଣ ମଧ୍ୟରେ ଫସିଯାଇଥିଲେ ୨ଟି ବୋଟ।
ପାରାଦ୍ଵୀପ: ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ସମୁଦ୍ରରୁ ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ଧାର ହେଲେ ୧୩ ନାବିକ । ସମସ୍ତଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଉଦ୍ଧାର କରିଛି। ଆସନ୍ତାକାଲି ପାରାଦୀପରେ ପହଞ୍ଚିବେ ଉଦ୍ଧାର ପାଇଥିବା ନାବିକ । ଏନେଇ ସୂଚନା ପାରାଦୀପ କୋଷ୍ଟଗାର୍ଡ ତରଫରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରବିବାର ନୂଆଗଡ଼ ଜେଠି ନିକଟରୁ ମାଛ ଧରିବାକୁ ଯାଇଥିଲା ୨ଟି ବୋଟ। ଏହି ବୋଟରେ ୧୩ ଜଣ ନାବିକ ରହିଥିଲେ। କିନ୍ତୁ ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ବୋଟ ଦୁଇଟିଯାକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ମୁହାଣ ମଧ୍ୟରେ ଫସିଯାଇଥିଲେ ୨ଟି ବୋଟ।