ମଝିରେ ଟିକେ ଏପଟ-ସେପଟ ହୋଇଯାଇଥିଲି, ଏବେ ଭାଜପାରେ ହିଁ ରହିବି: ନୀତୀଶ
ପାଟନା,୭।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଛନ୍ତି। ଏନ୍ଡିଏ ସହ ମେଣ୍ଟ କରିବା ପରେ ଏହା ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ। ଏହି ଅବସରରେ ନୀତୀଶ କହିଛନ୍ତି ଯେ ଭାଜପା ଏବଂ ଜେଡିୟୁ ୧୯୯୫ରୁ ଏକାଠି ଅଛନ୍ତି, ଆଗକୁ ମଧ୍ୟ ରହିବେ। ଜେ ପି ନଡ୍ଡାଙ୍କୁ ଭେଟିବା ପରେ ନୀତୀଶ ଗଣମାଧ୍ୟମର ପ୍ରଶ୍ନର ଜବାବରେ କହିଛନ୍ତି, ଭାଜପା-ଜେଡିୟୁ ୧୯୯୫ରୁ ଏକାଠି […] The post ମଝିରେ ଟିକେ ଏପଟ-ସେପଟ ହୋଇଯାଇଥିଲି, ଏବେ ଭାଜପାରେ ହିଁ ରହିବି: ନୀତୀଶ appeared first on Dharitri Odia News.
ପାଟନା,୭।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଛନ୍ତି। ଏନ୍ଡିଏ ସହ ମେଣ୍ଟ କରିବା ପରେ ଏହା ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ। ଏହି ଅବସରରେ ନୀତୀଶ କହିଛନ୍ତି ଯେ ଭାଜପା ଏବଂ ଜେଡିୟୁ ୧୯୯୫ରୁ ଏକାଠି ଅଛନ୍ତି, ଆଗକୁ ମଧ୍ୟ ରହିବେ।
ଜେ ପି ନଡ୍ଡାଙ୍କୁ ଭେଟିବା ପରେ ନୀତୀଶ ଗଣମାଧ୍ୟମର ପ୍ରଶ୍ନର ଜବାବରେ କହିଛନ୍ତି, ଭାଜପା-ଜେଡିୟୁ ୧୯୯୫ରୁ ଏକାଠି ଅଛନ୍ତି। ମଝିରେ ଦୁଇ ଥର ଏପଟ ସେପଟ ହୋଇଯାଇଥିଲି। ହେଲେ ଏବେ ଆଉ ନୁହେଁ, ସେଇଠାରେ ହିଁ ରହିବି। ଏବେ ଆଉ ଏଣେତେଣେ ଯିବି ନାହିଁ।
ପ୍ରକାଶ ଯେ, ନୀତୀଶ ପ୍ରାୟ ୧୭ ମାସ ପରେ ଏନ୍ଡିଏକୁ ଫେରିଛନ୍ତି। ମଝିରେ ସେ ଭାଜପାରୁ ଅଲଗା ହୋଇ ଆର୍ଜେଡି ଏବଂ କଂଗ୍ରେସ ସହ ମିଶି ବିହାରରେ ସରକାର ଗଠନ କରିଥିଲେ।
The post ମଝିରେ ଟିକେ ଏପଟ-ସେପଟ ହୋଇଯାଇଥିଲି, ଏବେ ଭାଜପାରେ ହିଁ ରହିବି: ନୀତୀଶ appeared first on Dharitri Odia News.