ମଞ୍ଚେଶ୍ୱର ଦୁଷ୍କର୍ମ ଅଭିଯୋଗ ଘଟଣାର ନୂଆ ଟ୍ୱିଷ୍ଟ, ଢେଙ୍କାନାଳରୁ ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର ୨୨।୦୭ : ମଞ୍ଚେଶ୍ବର ଦୁଷ୍କର୍ମ ଅଭିଯୋଗ ମାମଲାରେ ବଡ ଟ୍ବିଷ୍ଟ। ଦୁଷ୍କର୍ମ ନୁହେଁ ପୀଡିତା ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ। ପୀଡିତାଙ୍କ ବୟାନ ଆଧାରରେ ପୋଲିସ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମଞ୍ଚେଶ୍ବର ଥାନାରେ ପୀଡିତା ଗତ ୨୦ ତାରିଖରେ କରିଥିଲେ ଅଭିଯୋଗ। ଅଭିଯୋଗ ଆଧାରରେ ପୋଲିସ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ୍ ପ୍ରଧାନଙ୍କୁ ଗିରଫ କରିଥିଲା। ପୀଡିତା କେବଳ ଉଦିତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯେଉଁ ଆଧାରରେ ପୋଲିସ ଦୁଷ୍କର୍ମ ମାମଲାରେ ଉଦିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ପୀଡିତାଙ୍କ ଯେତେବେଳେ ବୟାନ ରେକର୍ଡ ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ପୀଡିତାଙ୍କ ବୟାନ ଆଧାରରେ ପୋଲିସ ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମକୁ ବଦଳାଯାଇଥିବା ସୂଚନା ମିଳିଛିା। ସେହି ଆଧାରରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତ ଆୟୁଷ୍ମାନ ସାହୁକୁ ବିଳମ୍ବିତ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ସେ ଜେଲ୍ରେ ଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ଜୋନ-୫ ଏସିପି କହିଥିଲେ ଯେ, ୫ ମାସ ତଳେ ଘଟିଥିଲା ଏହି ଘଟଣା। ପୀଡିତାଙ୍କ ଦୁଇ ଜଣ ସାଙ୍ଗ ଉଦିତ୍ଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଗା
ଭୁବନେଶ୍ୱର ୨୨।୦୭ : ମଞ୍ଚେଶ୍ବର ଦୁଷ୍କର୍ମ ଅଭିଯୋଗ ମାମଲାରେ ବଡ ଟ୍ବିଷ୍ଟ। ଦୁଷ୍କର୍ମ ନୁହେଁ ପୀଡିତା ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ। ପୀଡିତାଙ୍କ ବୟାନ ଆଧାରରେ ପୋଲିସ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ମଞ୍ଚେଶ୍ବର ଥାନାରେ ପୀଡିତା ଗତ ୨୦ ତାରିଖରେ କରିଥିଲେ ଅଭିଯୋଗ। ଅଭିଯୋଗ ଆଧାରରେ ପୋଲିସ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ୍ ପ୍ରଧାନଙ୍କୁ ଗିରଫ କରିଥିଲା। ପୀଡିତା କେବଳ ଉଦିତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯେଉଁ ଆଧାରରେ ପୋଲିସ ଦୁଷ୍କର୍ମ ମାମଲାରେ ଉଦିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ପୀଡିତାଙ୍କ ଯେତେବେଳେ ବୟାନ ରେକର୍ଡ ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ପୀଡିତାଙ୍କ ବୟାନ ଆଧାରରେ ପୋଲିସ ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମକୁ ବଦଳାଯାଇଥିବା ସୂଚନା ମିଳିଛିା। ସେହି ଆଧାରରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତ ଆୟୁଷ୍ମାନ ସାହୁକୁ ବିଳମ୍ବିତ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ସେ ଜେଲ୍ରେ ଥିବା ଜଣାପଡିଛି ।
ସେପଟେ ଏହି ଘଟଣାରେ ଜୋନ-୫ ଏସିପି କହିଥିଲେ ଯେ, ୫ ମାସ ତଳେ ଘଟିଥିଲା ଏହି ଘଟଣା। ପୀଡିତାଙ୍କ ଦୁଇ ଜଣ ସାଙ୍ଗ ଉଦିତ୍ଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଗାଡ଼ିରେ ନେଇଥିଲେ। ପୀଡିତା ଗାଡ଼ି ଭିତରେ ଯାଣିବାକୁ ପାଇଥିଲେ ଯେ, ଯୁବକ ଜଣକ ଉଦିତ୍ ପ୍ରଧାନ ଏବଂ ସେ ଛାତ୍ର କଂଗ୍ରେସ ସଭାପତି । ଏହାପରେ ଝିଅର ସାଙ୍ଗ ଓ ତାଙ୍କ ପୁରୁଷ ବନ୍ଧୁ, ଉଦିତ୍ ମିଳିତ ଭାବେ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ଏକ ହୋଟେଲ୍କୁ ଯାଇଥିଲେ। ସେଠାରେ ସମସ୍ତେ ମଦ୍ୟପାନ କରିଥିଲେ। ପୀଡିତା ମଦ ପିଇବାକୁ ମନା କରିଥିଲେ। କିନ୍ତୁ ତାଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ଯାହାକୁ ପିଇ ପୀଡିତା ଚେତା ହରାଇଥିଲେ । ଚେତା ଫେରିବା ପରେ ସେ ନିଜକୁ ଅସଞ୍ଜତ ଅବସ୍ଥାରେ ଉଦିତ୍ଙ୍କ ସହିତ ହୋଟେଲର ଏକ ରୁମ୍ରେ ଥିବାର ଜାଣିବାକୁ ପାଇଥିଲେ।