ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ, ଜେଲଦଣ୍ଡ ସହ ହାତରେ ଲାଗିବ ଇଲେକ୍ଟ୍ରୋନିକ୍ ବ୍ରେସଲେଟ୍

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ କାର୍ଯ୍ୟକାଳ ସମୟରେ  ହୋଇଥିବା ଦୁର୍ନୀତି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 'କୋର୍ଟ ଅଫ୍ କ୍ୟାସେସନ୍' ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଫ୍ରାନ୍ସର ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ ନିକୋଲାସଙ୍କୁ ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡାଦେଶ ଜାରି କରାଯାଇଛି। ୬୯ ବର୍ଷିୟ ସାର୍କୋଜିଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ତାଙ୍କ ଘର ଉପରେ ନଜରବନ୍ଦୀ ରଖାଯିବାକୁ କୁହାଯାଇଛି। ଯେଉଁଥିରେ ତାଙ୍କ ହାତରେ 'ଇଲେକ୍ଟ୍ରୋନିକ୍ ବ୍ରେସଲେଟ୍' ଲଗାଯିବ। ଦୁଇ ବର୍ଷ କିମ୍ବା ତା’ଠାରୁ କମ୍ ଦଣ୍ଡ ଥିବା କ୍ଷେତ୍ରରେ ଏପରି କରାଯାଇଥାଏ।ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି 2021 ମସିହାରେ ପ୍ୟାରିସ କୋର୍ଟ ଏବଂ 2023 ରେ ଏକ ଅପିଲ କୋର୍ଟ ଦ୍ୱାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ସମ୍ପୃକ୍ତ ଥିବା ଏକ ଆଇନଗତ ମାମଲା ସମ୍ପର୍କରେ ସୂଚନା ଦେବା ପାଇଁ ଜଣେ ମାଜିଷ୍ଟ୍ରେଟଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ। ସାର୍କୋଜି 2007 ରୁ 2012 ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ। ଫ୍ରାନ୍ସର ଆଧୁନିକ ଇତିହାସରେ ଏହା ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା କାର୍ଯ୍ୟ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ଦଣ୍ଡାଦେଶ ହୋଇଛି।ସୋସିଆଲ ମିଡି

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ, ଜେଲଦଣ୍ଡ ସହ ହାତରେ ଲାଗିବ ଇଲେକ୍ଟ୍ରୋନିକ୍ ବ୍ରେସଲେଟ୍

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ କାର୍ଯ୍ୟକାଳ ସମୟରେ  ହୋଇଥିବା ଦୁର୍ନୀତି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 'କୋର୍ଟ ଅଫ୍ କ୍ୟାସେସନ୍' ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଫ୍ରାନ୍ସର ସର୍ବୋଚ୍ଚ ନ୍ୟାୟାଳୟ। 

କୋର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ ନିକୋଲାସଙ୍କୁ ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡାଦେଶ ଜାରି କରାଯାଇଛି। 

୬୯ ବର୍ଷିୟ ସାର୍କୋଜିଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ତାଙ୍କ ଘର ଉପରେ ନଜରବନ୍ଦୀ ରଖାଯିବାକୁ କୁହାଯାଇଛି। ଯେଉଁଥିରେ ତାଙ୍କ ହାତରେ 'ଇଲେକ୍ଟ୍ରୋନିକ୍ ବ୍ରେସଲେଟ୍' ଲଗାଯିବ। ଦୁଇ ବର୍ଷ କିମ୍ବା ତା’ଠାରୁ କମ୍ ଦଣ୍ଡ ଥିବା କ୍ଷେତ୍ରରେ ଏପରି କରାଯାଇଥାଏ।

ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି 2021 ମସିହାରେ ପ୍ୟାରିସ କୋର୍ଟ ଏବଂ 2023 ରେ ଏକ ଅପିଲ କୋର୍ଟ ଦ୍ୱାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ସମ୍ପୃକ୍ତ ଥିବା ଏକ ଆଇନଗତ ମାମଲା ସମ୍ପର୍କରେ ସୂଚନା ଦେବା ପାଇଁ ଜଣେ ମାଜିଷ୍ଟ୍ରେଟଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ। ସାର୍କୋଜି 2007 ରୁ 2012 ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ। ଫ୍ରାନ୍ସର ଆଧୁନିକ ଇତିହାସରେ ଏହା ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା କାର୍ଯ୍ୟ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ଦଣ୍ଡାଦେଶ ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ନିକୋଲାସ ସାର୍କୋଜି କହିଛନ୍ତି ଯେ ମୁଁ ମୋର ଦାୟିତ୍ୱ ପୂରଣ କରିବି ଏବଂ ଏହାର ପରିଣାମର ସମ୍ମୁଖୀନ ହେବି। କିନ୍ତୁ ମୋ ପ୍ରତି ହୋଇଥିବା ଅନ୍ୟାୟକୁ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ”