ଗାଁରେ ମାତିଲା ପାଗଳ କୁକୁର, ୧୦ରୁ ଅଧିକଙ୍କୁ କାମୁଡ଼ି କଲା ଗୁରୁତର
ଭୋଗରାଇ ୬।୧୨: ଗାଁରେ ମାତିଲା ପାଗଳ କୁକୁର । କାମୁଡାରେ ଗୁରୁତର ହେଲେ ପିଲାଠୁ ବୃଦ୍ଧା । ୧୦ରୁ ଉର୍ଦ୍ଧ୍ବ ପାଗଳ କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା କୁଳିଦା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ଅପରାହ୍ନ ସମୟରେ ହଠାତ ଏକ ପାଗଳ କୁକୁର ଆସି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା । ପ୍ରାୟ ୧୦ପରିବାରର ୧୦ରୁ ଉର୍ଦ୍ଧ୍ବ ଜଣକୁ ଆକ୍ରମଣ କରି ଗୁରୁତର କରିପକାଇଛି ପାଗଳ କୁକୁର । ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ମାନେ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଗଳା କୁକୁର ଗାଁ ଗାଁରେ ବୁଲି ଲୋକଙ୍କୁ କାମୁଡୁଥିବା ବେଳେ ଦେଉଳା ଓ ତେଘରି ଗାଁରେ ମଧ୍ୟ ୫ ଜଣଙ୍କୁ ଘାଇଲା କରିଲାଣି । ତେବେ ପାଗଳ କୁକୁରକୁ ଗାଁ ଲୋକେ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।You Can Read:ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡ, ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ
ଭୋଗରାଇ ୬।୧୨: ଗାଁରେ ମାତିଲା ପାଗଳ କୁକୁର । କାମୁଡାରେ ଗୁରୁତର ହେଲେ ପିଲାଠୁ ବୃଦ୍ଧା । ୧୦ରୁ ଉର୍ଦ୍ଧ୍ବ ପାଗଳ କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା କୁଳିଦା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଶୁକ୍ରବାର ଅପରାହ୍ନ ସମୟରେ ହଠାତ ଏକ ପାଗଳ କୁକୁର ଆସି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା । ପ୍ରାୟ ୧୦ପରିବାରର ୧୦ରୁ ଉର୍ଦ୍ଧ୍ବ ଜଣକୁ ଆକ୍ରମଣ କରି ଗୁରୁତର କରିପକାଇଛି ପାଗଳ କୁକୁର । ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ମାନେ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଗଳା କୁକୁର ଗାଁ ଗାଁରେ ବୁଲି ଲୋକଙ୍କୁ କାମୁଡୁଥିବା ବେଳେ ଦେଉଳା ଓ ତେଘରି ଗାଁରେ ମଧ୍ୟ ୫ ଜଣଙ୍କୁ ଘାଇଲା କରିଲାଣି । ତେବେ ପାଗଳ କୁକୁରକୁ ଗାଁ ଲୋକେ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
You Can Read:
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡ, ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ