ବାଂଲାଦେଶରେ ନୁହେଁ ଏବେ ଏହି ଦେଶରେ ଆୟୋଜନ ହେବ ମହିଳା ଟି-୨୦ ବିଶ୍ୱକପ, ICCର ଘୋଷଣା

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ ଆୟୋଜନ ଚଳିତ ବର୍ଷ ଅକ୍ଟୋବରରେ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମେ ବାଂଲାଦେଶରେ ଆୟୋଜନ ହେବାର ଥିଲା, କିନ୍ତୁ ଆଇସିସି ଏବେ ବଡ଼ ନିଷ୍ପତ୍ତି ନେଇ ଟୁର୍ଣ୍ଣାମେଣ୍ଟ ଭେନ୍ୟୁରେ ପରିବର୍ତ୍ତନ କରିଛି । ଆଇସିସି ଘୋଷଣା ଅନୁସାରେ ଆଗାମୀ ମହିଳା ଟି-୨୦ ବିଶ୍ୱକପ ୨୦୨୪ ଏବେ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ ଆୟୋଜନ ହେବ । ତେବେ ବାଂଲାଦେଶ କ୍ରିକେଟ ବୋର୍ଡ ଆୟୋଜକ ଅଧିକାର ବଜାୟ ରଖିବ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନ ୟୁଏଇରେ ହେବ ।ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟୋଫ ଏଲାର୍ଡିସ୍ ନିଜ ବୟାନରେ କହିଛନ୍ତି ଯେ ବାଂଲାଦେଶରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ନପାରିବା ନୈରାସ୍ୟଜନକ ବିଷୟ । ବାଂଲାଦେଶ କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିସାରିଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଦେଶର ସରକାର ବାଂଲାଦେଶ ଯିବା ଉପରେ ନିଜ ଚିନ୍ତା ବ୍ୟକ୍ତ କରିଥିଲେ, ଯେଉଁଥି ପାଇଁ ଏହା ସମ୍ଭବ ହୋଇପାରୁ ନାହିଁ । ତେବେ ଆୟୋଜକ ଅଧିକାର ବିସିବି ପାଖରେ ରହିବ ।ଆଇସିସିର ଘୋଷଣା ଅନୁଯାୟୀରେ ୟୁଏଇର ଦୁବାଇ ଏବଂ ଶାରଜାହରେ ଅକ୍ଟୋବର ୩ରୁ ୨୦ ଯାଏ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଆଇସିସି ଏହି ଆୟୋଜନ ପାଇଁ ଶ୍ରୀଲଙ୍କା ଏବଂ ଜିମ୍ୱାୱେର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛି । ଏହାସହ ଭବିଷ୍ୟତରେ ଏହି ଦୁଇ ଦେଶରେ ଆଇ

ବାଂଲାଦେଶରେ ନୁହେଁ ଏବେ ଏହି ଦେଶରେ ଆୟୋଜନ ହେବ ମହିଳା ଟି-୨୦ ବିଶ୍ୱକପ, ICCର ଘୋଷଣା

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପ ଆୟୋଜନ ଚଳିତ ବର୍ଷ ଅକ୍ଟୋବରରେ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମେ ବାଂଲାଦେଶରେ ଆୟୋଜନ ହେବାର ଥିଲା, କିନ୍ତୁ ଆଇସିସି ଏବେ ବଡ଼ ନିଷ୍ପତ୍ତି ନେଇ ଟୁର୍ଣ୍ଣାମେଣ୍ଟ ଭେନ୍ୟୁରେ ପରିବର୍ତ୍ତନ କରିଛି । ଆଇସିସି ଘୋଷଣା ଅନୁସାରେ ଆଗାମୀ ମହିଳା ଟି-୨୦ ବିଶ୍ୱକପ ୨୦୨୪ ଏବେ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ ଆୟୋଜନ ହେବ । ତେବେ ବାଂଲାଦେଶ କ୍ରିକେଟ ବୋର୍ଡ ଆୟୋଜକ ଅଧିକାର ବଜାୟ ରଖିବ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନ ୟୁଏଇରେ ହେବ ।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟୋଫ ଏଲାର୍ଡିସ୍ ନିଜ ବୟାନରେ କହିଛନ୍ତି ଯେ ବାଂଲାଦେଶରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ନପାରିବା ନୈରାସ୍ୟଜନକ ବିଷୟ । ବାଂଲାଦେଶ କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିସାରିଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଦେଶର ସରକାର ବାଂଲାଦେଶ ଯିବା ଉପରେ ନିଜ ଚିନ୍ତା ବ୍ୟକ୍ତ କରିଥିଲେ, ଯେଉଁଥି ପାଇଁ ଏହା ସମ୍ଭବ ହୋଇପାରୁ ନାହିଁ । ତେବେ ଆୟୋଜକ ଅଧିକାର ବିସିବି ପାଖରେ ରହିବ ।

ଆଇସିସିର ଘୋଷଣା ଅନୁଯାୟୀରେ ୟୁଏଇର ଦୁବାଇ ଏବଂ ଶାରଜାହରେ ଅକ୍ଟୋବର ୩ରୁ ୨୦ ଯାଏ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଆଇସିସି ଏହି ଆୟୋଜନ ପାଇଁ ଶ୍ରୀଲଙ୍କା ଏବଂ ଜିମ୍ୱାୱେର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛି । ଏହାସହ ଭବିଷ୍ୟତରେ ଏହି ଦୁଇ ଦେଶରେ ଆଇସିସି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଶା ଦେଖାଇଛି ।