ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା

ପାରାଦୀପ,୮ା୧(ଶରତ ରାଉତ): ବନ୍ଦର ନଗରୀ ପାରାଦୀପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗର୍ଭବତୀ ପ୍ରସବ ବେଦନା ସହି ନ ପାରି ଟ୍ରଲି ଉପରେ ହିଁ ଏକ କନ୍ୟାସନ୍ତାନକୁ ଜନ୍ମଦେଇଛନ୍ତି। ହାଡ଼ ଭଙ୍ଗା ଶୀତକୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ କିଛି ମହିଳା ଆସି ତାଙ୍କୁ ସହାୟତା କରିଥିଲେ। ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲା ଦୁହୁରିଆ ଅଞ୍ଚଳର […] The post ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା appeared first on Dharitri Odia News.

ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା

ପାରାଦୀପ,୮ା୧(ଶରତ ରାଉତ): ବନ୍ଦର ନଗରୀ ପାରାଦୀପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗର୍ଭବତୀ ପ୍ରସବ ବେଦନା ସହି ନ ପାରି ଟ୍ରଲି ଉପରେ ହିଁ ଏକ କନ୍ୟାସନ୍ତାନକୁ ଜନ୍ମଦେଇଛନ୍ତି।

ହାଡ଼ ଭଙ୍ଗା ଶୀତକୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ କିଛି ମହିଳା ଆସି ତାଙ୍କୁ ସହାୟତା କରିଥିଲେ। ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲା ଦୁହୁରିଆ ଅଞ୍ଚଳର ସରାଫତ୍‌ ଖାଁଙ୍କ ସ୍ତ୍ରୀ ସଲାମୁନ ଖାତୁନ ବୋଲି ଜଣାପଡ଼ିଛି। ସେ ପାରାଦୀପରେ ରହୁଥିଲେ।

The post ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା appeared first on Dharitri Odia News.