ମଟନ କିଣିବା ବାହାନାରେ ଲୁଟ୍, ଦୋକାନୀଙ୍କୁ ନିଶା ସ୍ପ୍ରେ କରି ଟଙ୍କା ନେଇଗଲେ ୨ ଦୁର୍ବୃତ୍ତ
କଟକ ୨୯।୩: ଦିନ ଦ୍ଵିପ୍ରହରରେ ଲୁଟ୍ । କଟକ ଗୋପାଳପୁର ଠାରେ ମଟନ ଦୋକାନୀଙ୍କୁ ନିଶା ସ୍ପ୍ରେ କରି ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ମଟନ କିଣିବା ବାହାନାରେ ଆସି ଏଭଳି ଲୁଟ୍ କରିଥିଲେ ଅଭିଯୁକ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟବସାୟୀକୁ ମେଡିକାଲ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ମେହେରବାନ ଶାହା । ସେ ନିଆଳି ଅଞ୍ଚଳର ବାସୀନ୍ଦା ହୋଇଥିବା ବେଳେ ଗୋପାଳପୁର ଆସି ମଟନ ବ୍ୟବସାୟୀ କରନ୍ତି। ଶୁକ୍ରବାର ମଧ୍ୟାହ୍ନ ସମୟରେ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ମଟନ କିଣିବା ପାଇଁ କହିଥିଲେ । ଏହାପରେ ବ୍ୟବସାୟୀ ମେହେରବାନ ସାହା ଓ ପାଖରେ ଥିବା ଜଣେ ଗ୍ରାହକଙ୍କୁ ନିଶା ସ୍ପ୍ରେ କରିଥିଲେ । ତେବେ ସେ ଅଚେତ ହୋଇଯିବା ପରେ ଦୋକାନରୁ ଟଙ୍କା, ମୋବାଇଲ ଓ ଜରୁରୀ କାଗଜପତ୍ର ଲୁଟ୍ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। You Can Read :ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠୁ ଲୁଟ୍, ସ୍ତ୍ରୀଙ୍କ ବେକରୁ ଝାମ୍ପିନେଲେ ସୁନା ହାର ଓ ମଙ୍ଗଳସୂତ୍ର
କଟକ ୨୯।୩: ଦିନ ଦ୍ଵିପ୍ରହରରେ ଲୁଟ୍ । କଟକ ଗୋପାଳପୁର ଠାରେ ମଟନ ଦୋକାନୀଙ୍କୁ ନିଶା ସ୍ପ୍ରେ କରି ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ମଟନ କିଣିବା ବାହାନାରେ ଆସି ଏଭଳି ଲୁଟ୍ କରିଥିଲେ ଅଭିଯୁକ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟବସାୟୀକୁ ମେଡିକାଲ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ମେହେରବାନ ଶାହା । ସେ ନିଆଳି ଅଞ୍ଚଳର ବାସୀନ୍ଦା ହୋଇଥିବା ବେଳେ ଗୋପାଳପୁର ଆସି ମଟନ ବ୍ୟବସାୟୀ କରନ୍ତି। ଶୁକ୍ରବାର ମଧ୍ୟାହ୍ନ ସମୟରେ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ମଟନ କିଣିବା ପାଇଁ କହିଥିଲେ । ଏହାପରେ ବ୍ୟବସାୟୀ ମେହେରବାନ ସାହା ଓ ପାଖରେ ଥିବା ଜଣେ ଗ୍ରାହକଙ୍କୁ ନିଶା ସ୍ପ୍ରେ କରିଥିଲେ । ତେବେ ସେ ଅଚେତ ହୋଇଯିବା ପରେ ଦୋକାନରୁ ଟଙ୍କା, ମୋବାଇଲ ଓ ଜରୁରୀ କାଗଜପତ୍ର ଲୁଟ୍ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।
You Can Read :
ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠୁ ଲୁଟ୍, ସ୍ତ୍ରୀଙ୍କ ବେକରୁ ଝାମ୍ପିନେଲେ ସୁନା ହାର ଓ ମଙ୍ଗଳସୂତ୍ର