ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର ହସ୍ପିଟାଲରେ କରାଯାଇଛି। ମଣିପାଲ ହସ୍ପିଟାଲର ଅଭିଜ୍ଞ ସର୍ଜନ ତଥା କ୍ୟାନସର ବିଶେଷଜ୍ଞଙ୍କ ଏକ ଟିମ୍‌ ସମ୍ପୃକ୍ତ ମହିଳାଙ୍କର ସଫଳ ଚିକିତ୍ସା କରାଇଛନ୍ତି। ଏପରିକି ଏକ ସମୟରେ ହୋଇଥିବା ଗଲବ୍ଲାଡର କ୍ୟାନସର ଏବଂ ପାନ୍‌କ୍ରିଆଟିକ୍‌ କ୍ୟାନସରର ସଫଳ ଚିକିତ୍ସା କରି ମହିଳା ଜଣଙ୍କୁ ନୂତନ ଜୀବନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପେଟ ମଧ୍ୟରେ […] The post ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର appeared first on Dharitri Odia News.

ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର ହସ୍ପିଟାଲରେ କରାଯାଇଛି। ମଣିପାଲ ହସ୍ପିଟାଲର ଅଭିଜ୍ଞ ସର୍ଜନ ତଥା କ୍ୟାନସର ବିଶେଷଜ୍ଞଙ୍କ ଏକ ଟିମ୍‌ ସମ୍ପୃକ୍ତ ମହିଳାଙ୍କର ସଫଳ ଚିକିତ୍ସା କରାଇଛନ୍ତି। ଏପରିକି ଏକ ସମୟରେ ହୋଇଥିବା ଗଲବ୍ଲାଡର କ୍ୟାନସର ଏବଂ ପାନ୍‌କ୍ରିଆଟିକ୍‌ କ୍ୟାନସରର ସଫଳ ଚିକିତ୍ସା କରି ମହିଳା ଜଣଙ୍କୁ ନୂତନ ଜୀବନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପେଟ ମଧ୍ୟରେ ଏକ ସମୟରେ ଦୁଇ ଦୁଇଟା କ୍ୟାନସର ହେବା ଭଳି ବିରଳ ଘଟଣା ସାରା ବିଶ୍ୱରେ ମାତ୍ର ୧% ଲୋକଙ୍କଠାରେ ଦେଖାଯାଏ। ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତରୀ ଟିମ୍‌୍‌୍‌ଙ୍କ ସହିତ ଅତ୍ୟାଧୁନିକ ସୁବିଧା ଫଳରେ ଏହି ବିରଳ କ୍ୟାନସରର ସଫଳ ଚିକିତ୍ସା ସହିତ ମହିଳା ଜଣଙ୍କ ନୂତନ ଜୀବନ ପାଇଛନ୍ତି।
ମହିଳା ପେଟରେ ଯନ୍ତ୍ରଣା ହେବାରୁ ମଣିପାଲ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡା.ପ୍ରତାପ ବେହେରାଙ୍କ ସହିତ ପରାମର୍ଶ କରିଥିଲେ। ପ୍ରାଥମିକ ପରୀକ୍ଷା ପରେ ଡା. ପ୍ରତାପ ଉକ୍ତ ମହିଳାଙ୍କ ଗଲବ୍ଲାଡରରେ ଟ୍ୟୁମର ସହିତ ପାନକ୍ରିଆସ୍‌୍‌୍‌ରେ ଗୋଟିଏ ମାଂସ ବଢ଼ିଥିବା ଜାଣି ପାରିଥିଲେ। ଏହା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ ହୋଇଛି କି ନାହିଁ ଜାଣିବା ପାଇଁ ସମ୍ପୂର୍ଣ୍ଣ ଶରୀର ଓ ପେଟ୍‌୍‌ ସିଟି ସ୍କାନ୍‌ କରାଯାଇଥିଲା। ପେଟ୍‌ ସିଟି ସ୍କାନ୍‌୍‌୍‌ ରିପୋର୍ଟରେ ପେଟ ମଧ୍ୟରେ ଗଲବ୍ଲାଡର ଏବଂ ପାନ୍‌କ୍ରିଆସ୍‌୍‌ରେ କ୍ୟାନସର ଥିବା ଜଣାପଡ଼ିଥିଲା,ଯାହାର ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ରହିଥିଲା। ମହିଳାଙ୍କ ଚିକିତ୍ସା ପାଇଁ ମଣିପାଲ ହସ୍ପିଟାଲର ଅଭିଜ୍ଞ ପେଟ କ୍ୟାନସର ବିଶେଷଜ୍ଞ ଗ୍ୟାଷ୍ଟ୍ରୋ ସର୍ଜନ ଡା. ଜ୍ୟୋତିର୍ମୟ ଜେନା ଅଙ୍କୋ ସର୍ଜନ ଡା. ନୀତୀଶ ଆଚାର୍ଯ୍ୟ ଏବଂ ମେଡିକାଲ ଅଙ୍କୋଲୋଜିଷ୍ଟ୍‌ ଡା. ସଚିନ୍‌ ଶେଖର ବିଶ୍ୱାଳଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା।

The post ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର appeared first on Dharitri Odia News.