ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ…

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ସ୍ଥାନୀୟ ପ୍ରଶାସନ ବୁଧବାର ବନ୍ଦ କରିଥିବା ଜଣାପଡ଼ିଛି। ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ଗୁରୁବାର ହାତଗଣ୍ଠି ପଡ଼ିଥାନ୍ତା। ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଥିବାର ଖବର ପ୍ରଘଟ ହେବା ପରେ ବ୍ରହ୍ମପୁରସ୍ଥିତ ଶିଶୁ ସୁରକ୍ଷା ଅଧିକାରୀ ଶାନ୍ତିଲତା ପଟ୍ଟନାୟକ,ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ଅଙ୍ଗନଓ୍ବାଡ଼ି ପରିଦର୍ଶିକା ଶାନ୍ତିଲତା […] The post ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ… appeared first on Dharitri Odia News.

ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ…

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ସ୍ଥାନୀୟ ପ୍ରଶାସନ ବୁଧବାର ବନ୍ଦ କରିଥିବା ଜଣାପଡ଼ିଛି। ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ଗୁରୁବାର ହାତଗଣ୍ଠି ପଡ଼ିଥାନ୍ତା। ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଥିବାର ଖବର ପ୍ରଘଟ ହେବା ପରେ ବ୍ରହ୍ମପୁରସ୍ଥିତ ଶିଶୁ ସୁରକ୍ଷା ଅଧିକାରୀ ଶାନ୍ତିଲତା ପଟ୍ଟନାୟକ,ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ଅଙ୍ଗନଓ୍ବାଡ଼ି ପରିଦର୍ଶିକା ଶାନ୍ତିଲତା ଶତପଥୀ ଏବଂ ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ବୁଧବାର ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ସବିଶେଷ ତଦନ୍ତ କରିବା ସହ ନାବାଳିକାଙ୍କ ପରିବାର ଏବଂ ବରପକ୍ଷ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ବିବାହ କାର୍ଯ୍ୟ ବାତିଲ କରିବା ପାଇଁ ସେମାନେ ଲିଖିତ ଭାବେ ଜଣାଇଥିବା ସିଡିପିଓ କହିଛନ୍ତି। ନାବାଳିକାଙ୍କ ମାଟ୍ରିକ ସାର୍ଟିଫିକେଟ୍‌ ଅନୁଯାୟୀ ୨୦୦୯ ନଭେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କୁ ୧୫ ବର୍ଷ ୫ ମାସ ବୟସ ହୋଇଛି। ପରିବାର ଲୋକେ ତାଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଏନେଇ ଖବର ପ୍ରଘଟ ହୋଇଥିଲା। ପ୍ରଶାସନିକ ଅଧିକାରୀ ବୃନ୍ଦ ଗ୍ରାମରେ ପହଞ୍ଚି ବୈଠକ କରିବା ସହ ପରିବାର ଲୋକେ ନାବାଳିକାଙ୍କୁ ଉଚ୍ଚତର ଅଧ୍ୟୟନ ପାଇଁ ପରାମର୍ଶ ଦେବା ସହ ୧୮ ବର୍ଷ ପରେ ତାଙ୍କ ବିବାହ କରିବାକୁ କହିଛନ୍ତି। ଏହାକୁ ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଲିଖିତ ଭାବେ ଏକ ସ୍ବୀକାରୋକ୍ତି ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।

The post ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ… appeared first on Dharitri Odia News.