ମଣିପୁର ଦଙ୍ଗା ମାମଲାରେ ଆଉ ୭ ଗିରଫ, ଗିରଫଦାରୀ ସଂଖ୍ୟା ୩୨ ହେଲା
ଇମ୍ଫାଲ୍: ନଭେମ୍ବର ୧୬ ତାରିଖରେ ହୋଇଥିବା ଦଙ୍ଗା ଘଟଣାରେ ମଣିପୁର ପୁଲିସ ଆଉ ୭ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହାସହ ଏହି ମାମଲାରେ ଗିରଫ ସଂଖ୍ୟା ୩୨ ଛୁଇଁଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମଣିପୁର ପୁଲିସର ସୂଚନାନୁସାରେ, ୨୦୨୪ ନଭେମ୍ବର ୧୬ ତାରିଖର ଦଙ୍ଗା, ପୋଡ଼ାଜଳା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ମାମଲାରେ ନଭେମ୍ବର ୨୦ ଓ ୨୧ ତାରିଖରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ […]

ଇମ୍ଫାଲ୍: ନଭେମ୍ବର ୧୬ ତାରିଖରେ ହୋଇଥିବା ଦଙ୍ଗା ଘଟଣାରେ ମଣିପୁର ପୁଲିସ ଆଉ ୭ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହାସହ ଏହି ମାମଲାରେ ଗିରଫ ସଂଖ୍ୟା ୩୨ ଛୁଇଁଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମଣିପୁର ପୁଲିସର ସୂଚନାନୁସାରେ, ୨୦୨୪ ନଭେମ୍ବର ୧୬ ତାରିଖର ଦଙ୍ଗା, ପୋଡ଼ାଜଳା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ମାମଲାରେ ନଭେମ୍ବର ୨୦ ଓ ୨୧ ତାରିଖରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ମାମଲାରେ ୨୫ଜଣଙ୍କୁ ଗିରଫ କରାଯାଇଛି। ଏହାବ୍ୟତୀତ, ଆତଙ୍କବାଦୀ ପ୍ରଭାବିତ ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ପୁଲିସ ଓ ସେନାବାହିନୀ ପକ୍ଷରୁ କମ୍ବିଂ ଅଭିଯାନ ଆରମ୍ଭ କରାଯାଇଛି। ଜାତୀୟ ରାଜପଥ ୩୭ ଓ ୨ରେ ଯାନବାହନ ଚଳାଚଳକୁ ସ୍ବାଭାବିକ କରାଯାଇଛି। ପୁଲିସର ସୁରକ୍ଷା ବଳୟରେ ଯଥାକ୍ରମେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ୫୦ ଓ ୪୩୨ଟି ଟ୍ରକ୍କୁ ଉକ୍ତ ଜାତୀୟ ରାଜପଥରେ ସୁରକ୍ଷିତ ମଣିପୁର ପହଞ୍ଚାଯାଇଛି। ଆତଙ୍କବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିବାକୁ ସମଗ୍ର ରାଜ୍ୟରେ ଅତିରିକ୍ତ ୧୦୫ଟି ତନଖି ଫାଟକ ସ୍ଥାପନ କରାଯାଇଛି।