ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଉଗ୍ରବାଦୀ ଆକ୍ରମଣ; ପୁତୁରାଙ୍କ ସହ ୬ ବିଧାୟକଙ୍କ ଘର ଜାଳିଲେ
ଇମ୍ଫାଲ୍: ମଣିପୁରରେ ହିଂସା ପୁଣି ଉଗ୍ର ରୁପ ନେଇଛି। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ହତ୍ୟା କରୁଥିବା ବେଳେ ନେତାମନ୍ତ୍ରୀଙ୍କୁ ବି ଆକ୍ରମଣ କରୁଛନ୍ତି ଉଗ୍ରବାଦୀ। ଆତଙ୍କବାଦୀମାନେ ୬ ଜଣଙ୍କୁ ଅପହରଣ କରି ହତ୍ୟା କରିବା ପରେ ଅଞ୍ଚଳରେ ହିଂସାକାଣ୍ଡ ବଢି ଯାଇଛି। ଉଗ୍ରବାଦୀମାନେ ଶନିବାର କିଛି ବିଧାୟକଙ୍କ ଘରେ ଆକ୍ରମଣ କରି ଜଳାପୋଡ଼ା କରିବା ସହିତ ଆସବାବପତ୍ର ଭାଙ୍ଗି ଦେଇଥିଲେ। ସେହିଭଳି ଆଉ କିଛି ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଟିଅର ଗ୍ୟାସ୍ ଓ ଫଲ୍ସ ଫାଇରିଂ କରିବାରୁ ଉଗ୍ରବାଦୀମାନେ ଏଣେ ତଣେ ଛତ୍ରଭଙ୍ଗ ଦେଇଥିଲେ।ଶନିବାର ଗୋଟିଏ ଦଳ ସପାମ ନିଶିକାନ୍ତ ସିଂଙ୍କ ଘରେ ଆକ୍ରମଣ କରି ଫାଟକ ସମ୍ମୁଖରେ ନିର୍ମିତ ଗେଟ୍ ଏବଂ ବଙ୍କରକୁ ନଷ୍ଟ କରିଦେଇଥିଲେ। ଏହାପରେ ସେମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବାନ୍ଦରେ ଥିବା ବିଧାୟକ ଆର.କେ ଇମୋଙ୍କ ଘରେ ପଶି ଆସବାବପତ୍ର ପୋଡି ଦେଇଥିଲେ ଓ ଘର ଝରକା ଭାଙ୍ଗି ଦେଇଥିଲେ। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୁତୁରାଙ୍କ ବାସଭବନ ସମେତ ତିନିଜଣ ମନ୍ତ୍ରୀ ଏବଂ୬ ଜଣ ବିଧାୟକଙ୍କ ଘରେ ପଶି ସେମାନଙ୍କ ସମ୍ପତ୍ତି ଜାଳି ଦେଇଛନ୍ତି।ବିଶେଷକରି ଜିରିବାମରେ ହିଂସା ଆରମ୍ଭ ହେବା ସହିତ ସରକାର ପାଞ୍ଚଟି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ
ଇମ୍ଫାଲ୍: ମଣିପୁରରେ ହିଂସା ପୁଣି ଉଗ୍ର ରୁପ ନେଇଛି। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ହତ୍ୟା କରୁଥିବା ବେଳେ ନେତାମନ୍ତ୍ରୀଙ୍କୁ ବି ଆକ୍ରମଣ କରୁଛନ୍ତି ଉଗ୍ରବାଦୀ। ଆତଙ୍କବାଦୀମାନେ ୬ ଜଣଙ୍କୁ ଅପହରଣ କରି ହତ୍ୟା କରିବା ପରେ ଅଞ୍ଚଳରେ ହିଂସାକାଣ୍ଡ ବଢି ଯାଇଛି। ଉଗ୍ରବାଦୀମାନେ ଶନିବାର କିଛି ବିଧାୟକଙ୍କ ଘରେ ଆକ୍ରମଣ କରି ଜଳାପୋଡ଼ା କରିବା ସହିତ ଆସବାବପତ୍ର ଭାଙ୍ଗି ଦେଇଥିଲେ। ସେହିଭଳି ଆଉ କିଛି ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଟିଅର ଗ୍ୟାସ୍ ଓ ଫଲ୍ସ ଫାଇରିଂ କରିବାରୁ ଉଗ୍ରବାଦୀମାନେ ଏଣେ ତଣେ ଛତ୍ରଭଙ୍ଗ ଦେଇଥିଲେ।
ଶନିବାର ଗୋଟିଏ ଦଳ ସପାମ ନିଶିକାନ୍ତ ସିଂଙ୍କ ଘରେ ଆକ୍ରମଣ କରି ଫାଟକ ସମ୍ମୁଖରେ ନିର୍ମିତ ଗେଟ୍ ଏବଂ ବଙ୍କରକୁ ନଷ୍ଟ କରିଦେଇଥିଲେ। ଏହାପରେ ସେମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବାନ୍ଦରେ ଥିବା ବିଧାୟକ ଆର.କେ ଇମୋଙ୍କ ଘରେ ପଶି ଆସବାବପତ୍ର ପୋଡି ଦେଇଥିଲେ ଓ ଘର ଝରକା ଭାଙ୍ଗି ଦେଇଥିଲେ।
ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୁତୁରାଙ୍କ ବାସଭବନ ସମେତ ତିନିଜଣ ମନ୍ତ୍ରୀ ଏବଂ୬ ଜଣ ବିଧାୟକଙ୍କ ଘରେ ପଶି ସେମାନଙ୍କ ସମ୍ପତ୍ତି ଜାଳି ଦେଇଛନ୍ତି।
ବିଶେଷକରି ଜିରିବାମରେ ହିଂସା ଆରମ୍ଭ ହେବା ସହିତ ସରକାର ପାଞ୍ଚଟି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଜାରି କରିଛନ୍ତି। ଉଗ୍ରବାଦୀମାନେ ୩ ମହିଳା ଓ ୩ ଛୋଟ ପିଲାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମଣିପୁର-ଆସାମ ସୀମାରେ ଥିବା ଜିରିବାମ ଜିଲ୍ଲାର ଜିରିମୁଖ ଗାଁର ଏକ ନଦୀ ନିକଟରେ ସେମାନଙ୍କ ମୃତଦେହ ମିଳିବା ପରେ ହିଂସା ବଢ଼ିଥିଲା।। ଇମ୍ଫାଲ୍ର ଖୱାଇରମବାନ୍ଧ କିଥେଲ ହିଂସକ ଆନ୍ଦୋଳନ ହୋଇଥିଲା।
ଉଦ୍ଧାର ହୋଇଥିବା ମୃତଦେହକୁ ଆସାମର ସିଲଚର ମେଡିକାଲ କଲେଜ ହସପିଟାଲ (SMCH) କୁ ଶୁକ୍ରବାର ରାତିରେ ଅଣାଯାଇ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାର ଶବଗୃହରେ ରଖାଯାଇଛି।
ଏହି ଘଟଣା ପରେ ବିଶେଷକରି ଜିରିବାମରେ ହିଂସା ଅଣାୟତ ହୋଇଛି। ଏଥିପାଇଁ ସରକାର ପାଞ୍ଚଟି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଜାରି କରିଛନ୍ତି। ଏବଂ ରାଜ୍ୟର ୭ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି।
.