ମଣିପୁରରେ ଅବୈଧ ଅସ୍ତ୍ରଶସ୍ତ୍ର ସମର୍ପଣର ସମୟସୀମା ବଢାଇବାକୁ ମୈତୀ ସଙ୍ଗଠନର ଅନୁରୋଧ
ଇମ୍ଫାଲ ୨୨।୨: ମଣିପୁରରେ ହିଂସା ବେଳେ ଲୁଟ୍ ଓ ଅବୈଧ ଭାବେ ରାଖାଯାଇଥିବା ଅସ୍ତ୍ରଶସ୍ତ୍ର ୭ ଦିନ ମଧ୍ୟରେ ସରେଣ୍ଡର କରିବା ପାଇଁ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ନିବେଦନର ଜବାବ ମିଳିଛି। ମୈତୀ ସଙ୍ଗଠନର ଏକ ଶାଖା ଶନିବାର ରାଜ୍ୟପାଳଙ୍କୁ ଏଥି ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିଛି। ଶାଖା କହିଛି ଯେ ସେ ଏହି ପ୍ରକ୍ରିୟାରେ ସହଯୋଗର ଦୃଷ୍ଟିକୋଣ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଯୁବ ନେତାଙ୍କ ସହ ରାଜ୍ୟପାଳଙ୍କ ପକ୍ଷରୁ ଔପଚାରିକ ସମ୍ପର୍କ ସ୍ଥାପନା କରାଯାଉ। ‘କୋଅର୍ଡିନେଟିଂ କମିଟି ଅନ ମଣିପୁର ଇଣ୍ଟିଗ୍ରିଟି’ (ସିଓସିଓଏମଆଇ) ଏକ ବୟାନରେ କହିଛି ଯେ ୭ ଦିନର ସମୟ ଏଥି ପାଇଁ ବହୁତ କମ୍। ରାଜ୍ୟପାଳ ଭଲ୍ଲା ଫେବୃଆରୀ ୨୦ ତାରିଖ ଦିନ ରାଜ୍ୟବାସୀଙ୍କୁ ୭ ଦିନ ମଧ୍ୟରେ ଲୁଟ ଓ ଅବୈଧ ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସ୍ୱେଚ୍ଛାକୃତଭାବେ ନିକଟସ୍ଥ ପୋଲିସ ଥାନା, ଫାଣ୍ଡି ଅଥବା ସୁରକ୍ଷା କର୍ମୀଙ୍କ ଶିବିରରେ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ରାଜ୍ୟପାଳ ଏହି ଅବଧିରେ ଅସ୍ତ୍ରଶସ୍ତ୍ର ସରେଣ୍ଡର କରିଥିବା ଲୋକ, ଅନୁଷ୍ଠାନ ବିରୋଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ରାଜ୍ୟପାଳ ସମୟସୀମା ସମାପ୍ତ ହେବା ପରେ ଏପରି ଅସ୍ତ୍ରଶସ୍ତ୍ର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଥିଲେ। ସିଓସିଓଏମଆଇ କହିଛି ଯେ ଆମେ ରାଜ୍
ଇମ୍ଫାଲ ୨୨।୨: ମଣିପୁରରେ ହିଂସା ବେଳେ ଲୁଟ୍ ଓ ଅବୈଧ ଭାବେ ରାଖାଯାଇଥିବା ଅସ୍ତ୍ରଶସ୍ତ୍ର ୭ ଦିନ ମଧ୍ୟରେ ସରେଣ୍ଡର କରିବା ପାଇଁ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ନିବେଦନର ଜବାବ ମିଳିଛି। ମୈତୀ ସଙ୍ଗଠନର ଏକ ଶାଖା ଶନିବାର ରାଜ୍ୟପାଳଙ୍କୁ ଏଥି ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିଛି। ଶାଖା କହିଛି ଯେ ସେ ଏହି ପ୍ରକ୍ରିୟାରେ ସହଯୋଗର ଦୃଷ୍ଟିକୋଣ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଯୁବ ନେତାଙ୍କ ସହ ରାଜ୍ୟପାଳଙ୍କ ପକ୍ଷରୁ ଔପଚାରିକ ସମ୍ପର୍କ ସ୍ଥାପନା କରାଯାଉ।
‘କୋଅର୍ଡିନେଟିଂ କମିଟି ଅନ ମଣିପୁର ଇଣ୍ଟିଗ୍ରିଟି’ (ସିଓସିଓଏମଆଇ) ଏକ ବୟାନରେ କହିଛି ଯେ ୭ ଦିନର ସମୟ ଏଥି ପାଇଁ ବହୁତ କମ୍। ରାଜ୍ୟପାଳ ଭଲ୍ଲା ଫେବୃଆରୀ ୨୦ ତାରିଖ ଦିନ ରାଜ୍ୟବାସୀଙ୍କୁ ୭ ଦିନ ମଧ୍ୟରେ ଲୁଟ ଓ ଅବୈଧ ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସ୍ୱେଚ୍ଛାକୃତଭାବେ ନିକଟସ୍ଥ ପୋଲିସ ଥାନା, ଫାଣ୍ଡି ଅଥବା ସୁରକ୍ଷା କର୍ମୀଙ୍କ ଶିବିରରେ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ରାଜ୍ୟପାଳ ଏହି ଅବଧିରେ ଅସ୍ତ୍ରଶସ୍ତ୍ର ସରେଣ୍ଡର କରିଥିବା ଲୋକ, ଅନୁଷ୍ଠାନ ବିରୋଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ତେବେ ରାଜ୍ୟପାଳ ସମୟସୀମା ସମାପ୍ତ ହେବା ପରେ ଏପରି ଅସ୍ତ୍ରଶସ୍ତ୍ର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଥିଲେ। ସିଓସିଓଏମଆଇ କହିଛି ଯେ ଆମେ ରାଜ୍ୟପାଳଙ୍କ ନିବେଦନକୁ ଦେଶର ଆଇନ ଅନୁସାରେ ଏକ ଆବଶ୍ୟକ ପଦକ୍ଷେପ ମନେ କରୁଛୁ। ତେବେ ସେହି ପରିସ୍ଥିତିକୁ ମଧ୍ୟ ବୁଝିବାକୁ ପଡିବ ଯେଉଁ ପରିସ୍ଥିତିରେ ସ୍ଥାନୀୟ ଯୁବକମାନେ ଅସ୍ତ୍ରଶସ୍ତ୍ର ଧରିବାକୁ ବାଧ୍ୟ ହୋଇଥିଲେ ଓ ଏଥି ପାଇଁ ଲୁଟ କରିଥିଲେ। ଏହି ପରିସ୍ଥିତି ସରକାରୀ ସୁରକ୍ଷା ବଳଙ୍କ ଅକ୍ଷମତା କାରଣରୁ ସୃଷ୍ଟି ହୋଇଥିଲା, ଯାହା ସଂକଟ ଚରମ ସୀମାରେ ପହଞ୍ଚିବା ବେଳେ ସରକାରୀ ସୁରକ୍ଷା କର୍ମୀ ଗ୍ରାମମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ।
ଶାଖା କହିଛି ଯେ ଏଥିରେ ପାରଦର୍ଶିତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତର୍କସଙ୍ଗତ ଓ ନିରପେକ୍ଷ ଦୃଷ୍ଟିକୋଣ ସୁନିଶ୍ଚିତ କରିବା ଲାଗି ପର୍ବତାଞ୍ଚଳରେ ଅସ୍ତ୍ରଶସ୍ତ୍ର ଜବତ ରିପୋର୍ଟ ସାର୍ବଜନିକ କରାଯିବା ଦରକାର। ଏଣୁ ସିଓସିଓଏମଆଇ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ଯେ ଏହି ପ୍ରକ୍ରିୟାରେ ଅନୁଷ୍ଠାନ ସହଯୋଗ ଦୃଷ୍ଟିକୋଣ ସୁନିଶ୍ଚିତ କରିବା ପାଇଁ ସେ ସ୍ଥାନୀୟ ଯୁବ ନେତାଙ୍କ ସହ ଔପଚାରିକ ରୂପେ ସଂଯୁକ୍ତ ହୁଅନ୍ତୁ।