ଶେଷ ୯୦ ମିନିଟ୍‌ରେ ଏମିତି କ’ଣ ଘଟିଲା ? ରକେଟ୍ ବେଗରେ ଉଠିଲା ବଜାର, ଭାଙ୍ଗିଲା ସବୁ ରେକର୍ଡ

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର ହଠାତ୍ ରକେଟ୍ ବେଗରେ ବୃଦ୍ଧି ଦେଖିବାକୁ ମିଳିବା ସହ ଏହାର ପ୍ରମୁଖ ସୂଚକାଙ୍କ ନିଜର ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଛି । ଯଦି ସେୟାର ବଜାର ଉପରେ ସୀମିତ ଧାରଣା ବି ଅଛି, ତେବେ ଗୁରୁବାର କାରବାରରେ ସେନସେକ୍ସ ଏବଂ ନିଫ୍ଟି ଚାର୍ଟ ଦେଖି ବୁଝିପାରିବେ ଯେ ଶେଷ ୯୦ ମିନିଟ୍‌ରେ କିଛି ତ' ଘଟିଛି । ଆଉ ଆପଣଙ୍କ ଭାବନା ଭୁଲ ବି ନୁହେଁ । ଦିନ ୨ଟା ବାଜିବାର କିଛି ମିନିଟ୍ ପୂର୍ବରୁ ହଠାତ୍ ବଜାରରେ ଯେଉଁ ବୃଦ୍ଧି ଦେଖାଗଲା, ତାହା ସବୁ ରେକର୍ଡ ଭାଙ୍ଗିଦେଲା । ଶେଷ ଅଧା ଘଣ୍ଟାରେ ବଜାର ସାମନ୍ୟ ଖସିଥିଲେ ବି ସେନସେକ୍ସ ୧୪୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହ ବନ୍ଦ ହୋଇଛି । ଏଥିରୁ ବି ୧୩୦୦ ଅଙ୍କ ବୃଦ୍ଧି ଶେଷ ୯୦ ମିନିଟ୍‌ରେ ଦେଖିବାକୁ ମିଳିଛି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଶେଷ ୯୦ ମିନିଟ୍‌ରେ ଏପରି କ'ଣ ଘଟିଲା ଯେ ପୁଞ୍ଜି ବଜାର ଯୋଶକୁ ଆସିଲା ।ଘରୋଇ ପୁଞ୍ଜି ବଜାର ନିୟମିତ ସମୟ ଅନୁସାରେ ଖୋଲିବା ପରେ କାରବାର ବଢିବା ସହ ଚାପରେ ନଜର ଆସିଥିଲା । ତଥାପି ସବୁଜ ସଂକେତରେ ରହି କାରବାର କରୁଥିଲା । ସେନସେକ୍ସର ଶେଷ କ୍ଲୋଜିଂ ୮୧୫୨୩ ଥିଲା । ବଜାର 8୧୯୩୦ ପଏଣ୍ଟରେ ଖୋଲିଥିଲା ଏବଂ ଅପରାହ୍ଣ ୨ଟା ପୂର୍ବରୁ ସେନସେକ୍ସ ୮୧୫୩୪ ତଳେ କରାବର କରୁଥିଲା । ତେବେ ଅପରାହ୍ଣ ୨ଟା ବାଜିବାର କିଛି ମିନିଟ୍ ପୂର୍ବରୁ ହିଁ ବଜାର ରେକର୍ଡ ବେଗରେ ବଢିବା ଆରମ୍ଭ କଲା । ପ୍ରଥମ କ୍ୟାଣ୍ଡେଲ୍‌ରେ ହିଁ ୮୧

ଶେଷ ୯୦ ମିନିଟ୍‌ରେ ଏମିତି କ’ଣ ଘଟିଲା ? ରକେଟ୍ ବେଗରେ ଉଠିଲା ବଜାର, ଭାଙ୍ଗିଲା ସବୁ ରେକର୍ଡ

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର ହଠାତ୍ ରକେଟ୍ ବେଗରେ ବୃଦ୍ଧି ଦେଖିବାକୁ ମିଳିବା ସହ ଏହାର ପ୍ରମୁଖ ସୂଚକାଙ୍କ ନିଜର ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଛି । ଯଦି ସେୟାର ବଜାର ଉପରେ ସୀମିତ ଧାରଣା ବି ଅଛି, ତେବେ ଗୁରୁବାର କାରବାରରେ ସେନସେକ୍ସ ଏବଂ ନିଫ୍ଟି ଚାର୍ଟ ଦେଖି ବୁଝିପାରିବେ ଯେ ଶେଷ ୯୦ ମିନିଟ୍‌ରେ କିଛି ତ' ଘଟିଛି । ଆଉ ଆପଣଙ୍କ ଭାବନା ଭୁଲ ବି ନୁହେଁ । ଦିନ ୨ଟା ବାଜିବାର କିଛି ମିନିଟ୍ ପୂର୍ବରୁ ହଠାତ୍ ବଜାରରେ ଯେଉଁ ବୃଦ୍ଧି ଦେଖାଗଲା, ତାହା ସବୁ ରେକର୍ଡ ଭାଙ୍ଗିଦେଲା । ଶେଷ ଅଧା ଘଣ୍ଟାରେ ବଜାର ସାମନ୍ୟ ଖସିଥିଲେ ବି ସେନସେକ୍ସ ୧୪୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହ ବନ୍ଦ ହୋଇଛି । ଏଥିରୁ ବି ୧୩୦୦ ଅଙ୍କ ବୃଦ୍ଧି ଶେଷ ୯୦ ମିନିଟ୍‌ରେ ଦେଖିବାକୁ ମିଳିଛି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଶେଷ ୯୦ ମିନିଟ୍‌ରେ ଏପରି କ'ଣ ଘଟିଲା ଯେ ପୁଞ୍ଜି ବଜାର ଯୋଶକୁ ଆସିଲା ।

ଘରୋଇ ପୁଞ୍ଜି ବଜାର ନିୟମିତ ସମୟ ଅନୁସାରେ ଖୋଲିବା ପରେ କାରବାର ବଢିବା ସହ ଚାପରେ ନଜର ଆସିଥିଲା । ତଥାପି ସବୁଜ ସଂକେତରେ ରହି କାରବାର କରୁଥିଲା । ସେନସେକ୍ସର ଶେଷ କ୍ଲୋଜିଂ ୮୧୫୨୩ ଥିଲା । ବଜାର 8୧୯୩୦ ପଏଣ୍ଟରେ ଖୋଲିଥିଲା ଏବଂ ଅପରାହ୍ଣ ୨ଟା ପୂର୍ବରୁ ସେନସେକ୍ସ ୮୧୫୩୪ ତଳେ କରାବର କରୁଥିଲା । ତେବେ ଅପରାହ୍ଣ ୨ଟା ବାଜିବାର କିଛି ମିନିଟ୍ ପୂର୍ବରୁ ହିଁ ବଜାର ରେକର୍ଡ ବେଗରେ ବଢିବା ଆରମ୍ଭ କଲା । ପ୍ରଥମ କ୍ୟାଣ୍ଡେଲ୍‌ରେ ହିଁ ୮୧୭୦୦ ସ୍ତର ପାର୍ କଲା । ପରବର୍ତ୍ତୀ ଅଧଘଣ୍ଟା ଭିତରେ ସେନସେକ୍ସ ୮୨୫୦୦ ସ୍ତର ମଧ୍ୟ ପାର୍ କରିନେଲା । ବଜାର ବନ୍ଦ ପୂର୍ବରୁ ଶେଷ ୪୫ ମିନିଟ୍‌ରେ ବଜାରରେ ଦ୍ୱୀତିୟ ବଡ଼ ରାଲି ଦେଖିବାକୁ ମିଳିଲା । ଏହି ଲହରରେ ସେନସେକ୍ସ ୮୩୧୧୬.୧୯ ଏବଂ ନିଫ୍ଟି ୨୫୪୩୩.୩୫ର ନୂତନ ସର୍ବକାଳୀନ ଶୀର୍ଷ ସ୍ତର ଛୁଇଁଥିଲା । ବଜାର ବନ୍ଦ ବେଳେ ସେନସେକ୍ସରେ ୧୪୪୦ ଏବଂ ନିଫ୍ଟି ୪୭୦ ଅଙ୍କ ବଢି ବନ୍ଦ ହୋଇଥିଲା । ସେୟାର ବଜାରର ଆଜିର ବୃଦ୍ଧି ଯୋଗୁଁ ନିବେଶକଙ୍କୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ବଜାରରେ ଆସିଥିବା ଏହି ରେକର୍ଡ ବୃଦ୍ଧି ପଛରେ ଅନେକ କାରଣ ରହିଛି ଏବଂ ଏଥିରେ ୱିକ୍‌ଲି ଡେରିଭେଟିଭ୍ ଏକ୍ସପାଏରୀ ଏବଂ ବିଦେଶୀ ସଂକେତ ଗୁରୁତ୍ୱପୂର୍ଣ୍ଣ । ମନିକଣ୍ଟ୍ରୋଲର ଏକ ରିପୋର୍ଟରେ ବିଶେଷଜ୍ଞଙ୍କୁ ନେଇ ପ୍ରକାଶ କରାଯାଇଛି ଯେ ସିଷ୍ଟମରେ ସର୍ଟ୍ସ ବଢିଥିଲା ଏବଂ ଏଥିପାଇଁ ନିବେଶକ ଏହାକୁ ଭରଣ କରିବାକୁ ଚାହୁଁଥିଲେ । ସେହିପରି ଆମେରିକାରରେ ମୁଦ୍ରାସ୍ଫୀତି ଡାଟା ଜାରି ହେବା ପରେ ବଜାରକୁ ନେଇ ବିଦେଶୀ ନିବେଶଙ୍କ ଆଶା ମଧ୍ୟ ବଢିଛି । ଅନୁମାନ କରାଯାଉଛି ଯେ ଫେଡ୍ ପିଲିସ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିପାରେ ।