ଚମୋଲୀ ହୀମସ୍ଖଳନ ଉଦ୍ଧାର ଅଭିଯାନ ଶେଷ, ପ୍ରାକୃତିକ ଦୁର୍ବିପାକରେ ୮ ମୃତ

ଚମୋଲୀ ୨।୩: ଉତ୍ତରାଖଣ୍ଡ ଚମୋଲୀ ମଣାରେ ହୋଇଥିବା ହୀମସ୍ଖଳନ ମୃତ୍ୟୁ ସଂଖ୍ୟା ରବିବାର ୮କୁ ପହଞ୍ଚିଛି। ନିଖୋଜ ୪ ଜଣଙ୍କୁ ଖୋଜିବା ପାଇଁ ୨ ମାର୍ଚ୍ଚ ରବିବାର ସକାଳେ ସନ୍ଧାନୀ କୁକୁର ଓ ହେଲିକପ୍ଟରର ସହାୟତାରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ କାଳରେ ପ୍ରଥମେ ୩ ଓ ପରେ ଆଉ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ବଦ୍ରିନାଥ ନିକଟସ୍ଥ ମାଣା ଗାଁରେ ହୀମ ସ୍ଖଳନ ଯୋଗୁ ୫୪ ଜଣ ଶ୍ରମିକ ବରଫ ଅତଡା ତଳେ ପୋତି ହୋଇଯାଇଥିଲେ। ତେବେ ଜଣେ ଶ୍ରମିକ ଘରକୁ ଚାଲିଯାଇଥିବାରୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶନିବାର ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଦୁର୍ଘଟଣାରେ ପୋତିହୋଇ ପଡିଥିବା ୫୦ ଜଣ ଶ୍ରମିକ ସକୁଶଳେ ଉଦ୍ଧାର ହୋଇଥିଲେ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କର  ଚିକିତ୍ସା କାଳରେ ମୃତ୍ୟୁ ହୋଇଥିଲା। ରବିବାର ଆଉ ୪ ଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି। ସୂଚନା ଅନୁସାରେ ଏହି ଉଦ୍ଧାର ଅଭିଯାନରେ ଆଇଟିବିପି, ଏନଡିଆରଏଫ ଓ ସେନା ଅଂଶଗ୍ରହଣ କରିଥିଲେ। ଏହା ଛଡା ବାୟୁସେନା ହେଲିକପ୍ଟରପ ମଧ୍ୟ ଉଦ୍ଧାର ଅଭିଯାନ ନିମନ୍ତେ ପହଞ୍ଚିଥିଲା। ଏହି ଉଦ୍ଧାର ଅଭିଯାନ ନିମନ୍ତେ ଡ୍ରୋନ ଆଧାରିତ ଇଣ୍ଟେଲିଜେଣ୍ଟ ବରିଡ ଅବଜେକ୍ଟ ଡିଟେକ୍ସନର ସହାୟତା ନିଆଯାଇଥିଲା। ଯୋଶୀ ମଠରେ  

ଚମୋଲୀ ହୀମସ୍ଖଳନ ଉଦ୍ଧାର ଅଭିଯାନ ଶେଷ, ପ୍ରାକୃତିକ ଦୁର୍ବିପାକରେ ୮ ମୃତ

ଚମୋଲୀ ୨।୩: ଉତ୍ତରାଖଣ୍ଡ ଚମୋଲୀ ମଣାରେ ହୋଇଥିବା ହୀମସ୍ଖଳନ ମୃତ୍ୟୁ ସଂଖ୍ୟା ରବିବାର ୮କୁ ପହଞ୍ଚିଛି। ନିଖୋଜ ୪ ଜଣଙ୍କୁ ଖୋଜିବା ପାଇଁ ୨ ମାର୍ଚ୍ଚ ରବିବାର ସକାଳେ ସନ୍ଧାନୀ କୁକୁର ଓ ହେଲିକପ୍ଟରର ସହାୟତାରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ କାଳରେ ପ୍ରଥମେ ୩ ଓ ପରେ ଆଉ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି। 

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ବଦ୍ରିନାଥ ନିକଟସ୍ଥ ମାଣା ଗାଁରେ ହୀମ ସ୍ଖଳନ ଯୋଗୁ ୫୪ ଜଣ ଶ୍ରମିକ ବରଫ ଅତଡା ତଳେ ପୋତି ହୋଇଯାଇଥିଲେ। ତେବେ ଜଣେ ଶ୍ରମିକ ଘରକୁ ଚାଲିଯାଇଥିବାରୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶନିବାର ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଦୁର୍ଘଟଣାରେ ପୋତିହୋଇ ପଡିଥିବା ୫୦ ଜଣ ଶ୍ରମିକ ସକୁଶଳେ ଉଦ୍ଧାର ହୋଇଥିଲେ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କର  ଚିକିତ୍ସା କାଳରେ ମୃତ୍ୟୁ ହୋଇଥିଲା। ରବିବାର ଆଉ ୪ ଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି। 

ସୂଚନା ଅନୁସାରେ ଏହି ଉଦ୍ଧାର ଅଭିଯାନରେ ଆଇଟିବିପି, ଏନଡିଆରଏଫ ଓ ସେନା ଅଂଶଗ୍ରହଣ କରିଥିଲେ। ଏହା ଛଡା ବାୟୁସେନା ହେଲିକପ୍ଟରପ ମଧ୍ୟ ଉଦ୍ଧାର ଅଭିଯାନ ନିମନ୍ତେ ପହଞ୍ଚିଥିଲା। ଏହି ଉଦ୍ଧାର ଅଭିଯାନ ନିମନ୍ତେ ଡ୍ରୋନ ଆଧାରିତ ଇଣ୍ଟେଲିଜେଣ୍ଟ ବରିଡ ଅବଜେକ୍ଟ ଡିଟେକ୍ସନର ସହାୟତା ନିଆଯାଇଥିଲା। ଯୋଶୀ ମଠରେ  ଚମୋଲୀ ଡିଏମ ସନ୍ଦୀପ ତିୱାରୀ କହିଛନ୍ତି ଯେ ଉଦ୍ଧାର ଅଭିଯାନ ରବିବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ଆଜି ପାଗ ସଫା ଥିବାରୁ ଉଦ୍ଧାର ଅଭିଯାନ ସୁଗମ ହୋଇଛି। ସମସ୍ତ ଶ୍ରମିକଙ୍କ ଉଦ୍ଧାର ସହ ଅଭିଯାନ ଶେଷ ହୋଇଛି।