ମଣିପୁରରେ ପୁଣି ହିଂସା; ଜଣେ ମୃତ, ଜଣେ ଆହତ, ଇମ୍ଫାଲର ପୂର୍ବ ଓ ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଜାରି

ଇମ୍ଫାଲ:  ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ । ମୈତେଇ ସମ୍ପ୍ରଦାୟର ୬ ଅପହୃତଙ୍କ ମୃତଦେହ ମିଳିବା ପରେ ହିଂସା ଅସମ୍ଭାଳ ହୋଇଛି । ରବିବାର ମଣିପୁର ଉପତ୍ୟକାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ଭିଡ଼ ହିଂସା ବେଳେ ୨୦ ବର୍ଷିୟ ଯୁବକଙ୍କ ଜୀବନ ଚାଲିଯାଇଛି । ମୃତକ ଜିରିବାମ୍ ଜିଲ୍ଲାର କେ. ଅଟଓ୍ବା ବୋଲି ଜଣାପଡ଼ିଛି । ରାତି ପ୍ରାୟ ୧୧ଟା ବେଳେ ବାବୁପରା ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୁରକ୍ଷାବାହିନୀ ଭିଡ଼ ନିୟନ୍ତ୍ରଣ କରିବାକୁ ଫାଙ୍କା ଗୁଳିମାଡ଼ କରିଥିଲେ । ଦୃର୍ଭାଗ୍ୟ ବସତଃ ଗୁଳି କେ. ଅଟଓ୍ବାଙ୍କ ଉପରେ ବାଜିଥିଲା । ତାଙ୍କୁ ଗୁରୁତର ଆବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।ଏହାଛଡ଼ା ପ୍ରଦର୍ଶନକାରୀ ମାନେ ଉତ୍ତେଜିତ ହୋଇ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଅଫିସ୍ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି । ରବିବାର ଏହି ଫ୍ରେସ୍ ହିଂସା ଜିରିବାମ୍ ପୋଲିସ୍ ଷ୍ଟେସନ ଠାରୁ ମାତ୍ର ୫୦୦ ମିଟର ଦୂରରେ ହୋଇଛି । ଭିଡ଼ ହିଂସାକୁ ନିୟନ୍ତ୍ରଣ କରିବାକୁ ପୂରା ଜିଲ୍ଲାରେ ସୁରକ୍ଷାବାହିନୀ ମୁତୟନ ହୋଇଛି । ରାଜଧାନୀ ଇମ୍ଫାଲର ପୂର୍ବ ଏବଂ ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି । ୭ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ଶନିବାର ରାତିରେ ମଧ୍ୟ

ମଣିପୁରରେ ପୁଣି ହିଂସା; ଜଣେ ମୃତ, ଜଣେ ଆହତ, ଇମ୍ଫାଲର ପୂର୍ବ ଓ ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଜାରି

ଇମ୍ଫାଲ:  ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ । ମୈତେଇ ସମ୍ପ୍ରଦାୟର ୬ ଅପହୃତଙ୍କ ମୃତଦେହ ମିଳିବା ପରେ ହିଂସା ଅସମ୍ଭାଳ ହୋଇଛି । ରବିବାର ମଣିପୁର ଉପତ୍ୟକାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ଭିଡ଼ ହିଂସା ବେଳେ ୨୦ ବର୍ଷିୟ ଯୁବକଙ୍କ ଜୀବନ ଚାଲିଯାଇଛି । ମୃତକ ଜିରିବାମ୍ ଜିଲ୍ଲାର କେ. ଅଟଓ୍ବା ବୋଲି ଜଣାପଡ଼ିଛି । ରାତି ପ୍ରାୟ ୧୧ଟା ବେଳେ ବାବୁପରା ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୁରକ୍ଷାବାହିନୀ ଭିଡ଼ ନିୟନ୍ତ୍ରଣ କରିବାକୁ ଫାଙ୍କା ଗୁଳିମାଡ଼ କରିଥିଲେ । ଦୃର୍ଭାଗ୍ୟ ବସତଃ ଗୁଳି କେ. ଅଟଓ୍ବାଙ୍କ ଉପରେ ବାଜିଥିଲା । ତାଙ୍କୁ ଗୁରୁତର ଆବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଏହାଛଡ଼ା ପ୍ରଦର୍ଶନକାରୀ ମାନେ ଉତ୍ତେଜିତ ହୋଇ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଅଫିସ୍ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି । ରବିବାର ଏହି ଫ୍ରେସ୍ ହିଂସା ଜିରିବାମ୍ ପୋଲିସ୍ ଷ୍ଟେସନ ଠାରୁ ମାତ୍ର ୫୦୦ ମିଟର ଦୂରରେ ହୋଇଛି । ଭିଡ଼ ହିଂସାକୁ ନିୟନ୍ତ୍ରଣ କରିବାକୁ ପୂରା ଜିଲ୍ଲାରେ ସୁରକ୍ଷାବାହିନୀ ମୁତୟନ ହୋଇଛି । ରାଜଧାନୀ ଇମ୍ଫାଲର ପୂର୍ବ ଏବଂ ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି । ୭ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । 

ଶନିବାର ରାତିରେ ମଧ୍ୟ ହିଂସାତ୍କମ ଘଟଣା ଦେଖିବାକୁ ମିଳିଥିଲା । ଉଗ୍ରବାଦୀମାନେ ମୁଖ୍ୟମନ୍ତ୍ରୀ ବିରେନ୍ ହିଂସଙ୍କ ଘର ଉପରକୁ ବୋମା କରିଥିଲେ । ଏହାଛଡ଼ା ତାଙ୍କ ପୁତୁରା ଏବଂ ଅନ୍ୟ ୬ଜଣ ବିଧାୟକଙ୍କ ଘରକୁ  ନିଆଁ ଲଗାଇଦେଇଥିଲେ ଉଗ୍ରବାଦୀମାନେ ।