ମଣିପୁରରେ ବଡ଼ ରାଜନୈତିକ ହଲଚଲ୍ । ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂଙ୍କ ଇସ୍ତଫା ।

କନକ ବ୍ୟୁରୋ: ମଣିପୁରରେ ରାଜନୈତିକ ହଟଚମଟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ ବିରେନ ସିଂହ । ଆଜି ମଣିପୁର ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ କଂଗ୍ରେସ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲା । ତେବେ ଅଧିବେଶନ ପୂର୍ବରୁ ଇସ୍ତଫା ଦେଇଛନ୍ତି ଏନ ବିରେନ ସିଂହ । କାଲି ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସହ ରାଜଭବନ ପହଞ୍ଚି, ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଏନ୍‌ ବିରେନ ସିଂହ । ଦିଲ୍ଲୀ ସ୍ଥିତ ଅମିତ ଶାହାଙ୍କ ବାସଭବନରେ ପ୍ରାୟ ଦେଢ ଘଣ୍ଟା ଧରି ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଲୋଚନା କରିଥିଲେ । ଅମିତ ଶାହାଙ୍କ ବାସଭବନରୁ ବାହାରି ଏନ୍‌ ବିରେନ ସିଂ ସିଧା ଇମ୍ଫାଲ ପହଞ୍ଚି ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଇସ୍ତଫା ପତ୍ର ଗ୍ରହଣ କରିବା ସହ ବିକଳ୍ପ ବ୍ୟବସ୍ଥା ନହେବା ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଳାଇବାକୁ କହିଛନ୍ତି । ମଣିପୁର ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଦିନେ ଦୁଇଦିନ ଭିତରେ ହେବ ବୋଲି ସୂଚନା ମିଳିଛି । ମଣିପୁରରେ ଦୀର୍ଘ ୨୧ମାସ ହେଲା ହିଂସାଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଏବେ ଇସ୍ତଫା ଦେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନ୍ୟପଟେ ବିଜେପି କହିଛି, ଲୋକଙ୍କ ସ୍ୱାର୍ଥ ଓ ମଣିପୁର ସମ୍ମାନକୁ ଆଖିରେ ରଖି ମୁଖ୍ୟମନ୍ତ୍ର

ମଣିପୁରରେ ବଡ଼ ରାଜନୈତିକ ହଲଚଲ୍ । ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂଙ୍କ ଇସ୍ତଫା ।

କନକ ବ୍ୟୁରୋ: ମଣିପୁରରେ ରାଜନୈତିକ ହଟଚମଟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ ବିରେନ ସିଂହ । ଆଜି ମଣିପୁର ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ କଂଗ୍ରେସ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲା । ତେବେ ଅଧିବେଶନ ପୂର୍ବରୁ ଇସ୍ତଫା ଦେଇଛନ୍ତି ଏନ ବିରେନ ସିଂହ । କାଲି ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସହ ରାଜଭବନ ପହଞ୍ଚି, ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଏନ୍‌ ବିରେନ ସିଂହ । ଦିଲ୍ଲୀ ସ୍ଥିତ ଅମିତ ଶାହାଙ୍କ ବାସଭବନରେ ପ୍ରାୟ ଦେଢ ଘଣ୍ଟା ଧରି ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଲୋଚନା କରିଥିଲେ । ଅମିତ ଶାହାଙ୍କ ବାସଭବନରୁ ବାହାରି ଏନ୍‌ ବିରେନ ସିଂ ସିଧା ଇମ୍ଫାଲ ପହଞ୍ଚି ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଇସ୍ତଫା ପତ୍ର ଗ୍ରହଣ କରିବା ସହ ବିକଳ୍ପ ବ୍ୟବସ୍ଥା ନହେବା ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଳାଇବାକୁ କହିଛନ୍ତି । ମଣିପୁର ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଦିନେ ଦୁଇଦିନ ଭିତରେ ହେବ ବୋଲି ସୂଚନା ମିଳିଛି । ମଣିପୁରରେ ଦୀର୍ଘ ୨୧ମାସ ହେଲା ହିଂସାଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଏବେ ଇସ୍ତଫା ଦେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନ୍ୟପଟେ ବିଜେପି କହିଛି, ଲୋକଙ୍କ ସ୍ୱାର୍ଥ ଓ ମଣିପୁର ସମ୍ମାନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।