ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ରର ପ୍ରୟାସ; ମୈତେଇ ଓ କୁକି ସମୁଦ୍ରାୟ ସହ ମିଟିଂ
ନୂଆଦିଲ୍ଲୀ: ମଣିପୁର ଆକାଶରେ ଅଶାନ୍ତିର କଳାବାଦଲ ଛାଇଯାଇଛି । ରାଜ୍ୟରେ ହିଂସାକୁ ନେଇ ରାଜନୀତି ଗରମ ହୋଇଛି । ହିଂସା ସହିତ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଚରମ ସ୍ତରରେ ପହଞ୍ଚିଛି । ମଣିପୁର ପ୍ରସଂଗକୁ ନେଇ ବିରୋଧୀ ପାର୍ଟିମାନେ କେନ୍ଦ୍ରଙ୍କୁ ଟାର୍ଗେଟ୍ କରୁଛନ୍ତି । ଏପଟେ ହିଂସା ଉପରେ ବ୍ରେକ୍ ଲଗାଇବାକୁ କେନ୍ଦ୍ର ସରକାର ଏବେ ଆକ୍ସନକୁ ଆସିଛି । ଶନିବାର ମଣିପୁର ବିବାଦକୁ ନେଇ କେନ୍ଦ୍ର ମୈତେଇ ଓ କୁକି ସମୁଦାୟର ପ୍ରତିନିଧିମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ରାଜ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ଦୁଇ ପକ୍ଷକୁ ପରମର୍ଶ ଦେଇଛନ୍ତି ।ବୈଠକରେ କିଏ କିଏ ସାମିଲ୍ ?ଏହି ମିଟିଂରେ ଅଲ୍ ମଣିପୁର ୟୁନାଇଟେଡ୍ କ୍ଲବ୍ସ ଅର୍ଗାନାଇଜେସନ ଏବଂ ଫେଡେରସନ ଅଫ୍ ସିଭିଲ୍ ସୋସାଇଟ୍ ଅର୍ଗାନାଇଜେସନର ପ୍ରତିନିଧିମଣ୍ଡଳ ଭାଗ ନେଇଛନ୍ତି । କୁକି ସମୁଦାୟର ୯ଜଣ ପ୍ରତିନିଧି ସାମିଲ୍ ଅଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଇନ୍ଦା ବିଭାଗର ଅବସର ପ୍ରାପ୍ତ ନିର୍ଦ୍ଦେଶକ ଏକ. ମିଶ୍ରା ବୈଠକରେ ଉପସ୍ଥିତ ରହିଛନ୍ତି । ଗୁରୁବାର ଲୋକସଭାରେ ମଣିପୁର ହିଂସା ପ୍ରସଂଗରେ ବିତର୍କ ହୋଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, କେନ୍ଦ୍ର ସରକାର ପୂର୍ବରୁ ମୈତେଇ ଓ କୁକି ସମୁଦାୟର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ । ଉଭୟ ପକ୍ଷର ବିଭିନ୍ନ ସଂଗଠନ ସହିତ ସରକାରଙ୍କ ପୃଥକ ପୃଥକ ବୈଠକ ହୋଇଛି ।ଏହ
ନୂଆଦିଲ୍ଲୀ: ମଣିପୁର ଆକାଶରେ ଅଶାନ୍ତିର କଳାବାଦଲ ଛାଇଯାଇଛି । ରାଜ୍ୟରେ ହିଂସାକୁ ନେଇ ରାଜନୀତି ଗରମ ହୋଇଛି । ହିଂସା ସହିତ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଚରମ ସ୍ତରରେ ପହଞ୍ଚିଛି । ମଣିପୁର ପ୍ରସଂଗକୁ ନେଇ ବିରୋଧୀ ପାର୍ଟିମାନେ କେନ୍ଦ୍ରଙ୍କୁ ଟାର୍ଗେଟ୍ କରୁଛନ୍ତି । ଏପଟେ ହିଂସା ଉପରେ ବ୍ରେକ୍ ଲଗାଇବାକୁ କେନ୍ଦ୍ର ସରକାର ଏବେ ଆକ୍ସନକୁ ଆସିଛି । ଶନିବାର ମଣିପୁର ବିବାଦକୁ ନେଇ କେନ୍ଦ୍ର ମୈତେଇ ଓ କୁକି ସମୁଦାୟର ପ୍ରତିନିଧିମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ରାଜ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ଦୁଇ ପକ୍ଷକୁ ପରମର୍ଶ ଦେଇଛନ୍ତି ।