ରସାତଳକୁ ଗଲାଣି ଭାରତୀୟ ମୁଦ୍ରା: ଖସିଲା ୩୯ ପଇସା, ବିଦେଶରୁ ସାମଗ୍ରୀ କିଣିବା ହେବ ମହଙ୍ଗା
ନୂଆଦିଲ୍ଲୀ: ରସାତଳକୁ ଗଲାଣି ଭାରତୀୟ ମୁଦ୍ରା। ବୁଧବାର ଭାରତୀୟ ମୁଦ୍ରା ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସି ଯାଇଛି। କାରବାର ସମୟରେ ଟଙ୍କା ଡଲାର ତୁଳନାରେ ୩୯ ପଇସା ହ୍ରାସ ପାଇ ୮୭ ଟଙ୍କା ୪୬ ପଇସା ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ଟଙ୍କାର ସବୁଠାରୁ ନିମ୍ନ ସ୍ତର। ଏହା ପୂର୍ବରୁ ସୋମବାର ଟଙ୍କା ୬୭ ପଇସା ଖସି ୮୭ ଟଙ୍କା ୨୯ ପଇସା ହୋଇଥିଲା।ଟଙ୍କାର ମୂଲ୍ୟ ହ୍ରାସ କିଛି କାରଣଚୀନ ଶେୟାର ମାର୍କେଟ୍ ନିମ୍ନ ସ୍ତରରେ ଖୋଲିବାରୁ ଅନ୍ୟ ଏସିଆ ବଜାରଗୁଡ଼ିକରେ ଶେୟାର ବିକ୍ରି ବଢ଼ିବା। ଚୀନ ଓ ଆମେରିକା ମଧ୍ୟରେ ଟାରିଫି ଯୁଦ୍ଧରେ ନିବେଶକଙ୍କ ସତର୍କତା, ତା ସହିତ ଗ୍ଲୋବାଲ ପଲିଟିକିଲା ଟେନ୍ସନ ବି ଟଙ୍କା ମୂଲ୍ୟ ହ୍ରାସର କାରଣ ହୋଇଛି। ଟଙ୍କା ମୂଲ୍ୟ କମିଲେ ବଢ଼ିବ ସାମଗ୍ରୀ ମୂଲ୍ୟଟଙ୍କାର ମୂଲ୍ୟ ହ୍ରାସ ହେବାର ଅର୍ଥ ଭାରତ ପାଇଁ ଜିନିଷ ଆମଦାନୀ କରିବା ମହଙ୍ଗା ହୋଇଯିବ। ଏହା ବ୍ୟତୀତ ବିଦେଶ ଯାତ୍ରା ଏବଂ ପାଠପଢ଼ା ମଧ୍ୟ ମହଙ୍ଗା ହୋଇଯାଇଛି। ଉଦାହରଣ ସ୍ୱରୁପ ଯେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୫୦ ଥିଲା, ସେତେବେଳେ ଆମେରିକାରେ ଭାରତୀୟ ଛାତ୍ରମାନେ ୫୦ ଟଙ୍କାରେ ୧ ଡଲାର ପାଉଥିଲେ। ଏବେ ୧ ଡଲାର ପାଇଁ ଛାତ୍ରଛାତ୍ରୀମାନଙ୍କୁ ୮୭.୪୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ଯୋଗୁ ଫିସ୍, ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ମହଙ୍ଗା ହୋଇଯିବ। କେମିତି ନିର୍ଣ୍ଣୟ ହୁଏ ମୁଦ୍ରା ମୂଲ୍ୟ ?ଡଲାର ତୁ
ନୂଆଦିଲ୍ଲୀ: ରସାତଳକୁ ଗଲାଣି ଭାରତୀୟ ମୁଦ୍ରା। ବୁଧବାର ଭାରତୀୟ ମୁଦ୍ରା ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସି ଯାଇଛି। କାରବାର ସମୟରେ ଟଙ୍କା ଡଲାର ତୁଳନାରେ ୩୯ ପଇସା ହ୍ରାସ ପାଇ ୮୭ ଟଙ୍କା ୪୬ ପଇସା ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ଟଙ୍କାର ସବୁଠାରୁ ନିମ୍ନ ସ୍ତର। ଏହା ପୂର୍ବରୁ ସୋମବାର ଟଙ୍କା ୬୭ ପଇସା ଖସି ୮୭ ଟଙ୍କା ୨୯ ପଇସା ହୋଇଥିଲା।
ଟଙ୍କାର ମୂଲ୍ୟ ହ୍ରାସ କିଛି କାରଣ
ଚୀନ ଶେୟାର ମାର୍କେଟ୍ ନିମ୍ନ ସ୍ତରରେ ଖୋଲିବାରୁ ଅନ୍ୟ ଏସିଆ ବଜାରଗୁଡ଼ିକରେ ଶେୟାର ବିକ୍ରି ବଢ଼ିବା। ଚୀନ ଓ ଆମେରିକା ମଧ୍ୟରେ ଟାରିଫି ଯୁଦ୍ଧରେ ନିବେଶକଙ୍କ ସତର୍କତା, ତା ସହିତ ଗ୍ଲୋବାଲ ପଲିଟିକିଲା ଟେନ୍ସନ ବି ଟଙ୍କା ମୂଲ୍ୟ ହ୍ରାସର କାରଣ ହୋଇଛି।
ଟଙ୍କା ମୂଲ୍ୟ କମିଲେ ବଢ଼ିବ ସାମଗ୍ରୀ ମୂଲ୍ୟ
ଟଙ୍କାର ମୂଲ୍ୟ ହ୍ରାସ ହେବାର ଅର୍ଥ ଭାରତ ପାଇଁ ଜିନିଷ ଆମଦାନୀ କରିବା ମହଙ୍ଗା ହୋଇଯିବ। ଏହା ବ୍ୟତୀତ ବିଦେଶ ଯାତ୍ରା ଏବଂ ପାଠପଢ଼ା ମଧ୍ୟ ମହଙ୍ଗା ହୋଇଯାଇଛି। ଉଦାହରଣ ସ୍ୱରୁପ ଯେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୫୦ ଥିଲା, ସେତେବେଳେ ଆମେରିକାରେ ଭାରତୀୟ ଛାତ୍ରମାନେ ୫୦ ଟଙ୍କାରେ ୧ ଡଲାର ପାଉଥିଲେ। ଏବେ ୧ ଡଲାର ପାଇଁ ଛାତ୍ରଛାତ୍ରୀମାନଙ୍କୁ ୮୭.୪୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ଯୋଗୁ ଫିସ୍, ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ମହଙ୍ଗା ହୋଇଯିବ।
କେମିତି ନିର୍ଣ୍ଣୟ ହୁଏ ମୁଦ୍ରା ମୂଲ୍ୟ ?
ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ କମିଲେ ଏହାକୁ ମୁଦ୍ରା ହ୍ରାସ କିମ୍ବା ଦୁର୍ବଳ ହେଲା ବୋଲି କୁହାଯାଏ। ଇଂରାଜୀରେ ଏହାକୁ କରେନ୍ସି ଡିପ୍ରେସନ ବୋଲି କୁହାଯାଏ। ପ୍ରତ୍ୟେକ ଦେଶର ଏକ ବିଦେଶୀ ମୁଦ୍ରା ଭଣ୍ଡାର ଥାଏ, ଯାହା ମାଧ୍ୟମରେ ସେ ଆନ୍ତର୍ଜାତୀୟ କାରବାର କରେ। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଏବଂ ହ୍ରାସର ପ୍ରଭାବ ସେହି ଦେଶର ମୁଦ୍ରା ମୂଲ୍ୟ ଉପରେ ପଡ଼େ।
ଯଦି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ଡଲାର ଆମେରିକାର ମୁଦ୍ରା ଭଣ୍ଡାରରେ ଥିବା ଟଙ୍କା ସହିତ ସମାନ ହୁଏ, ତେବେ ଟଙ୍କାର ମୂଲ୍ୟ ସ୍ଥିର ରହିବ। ତେବେ ଯଦି ଭାରତ ପାଣ୍ଠିରୁ ଡଲାର ହ୍ରାସ ପାଇଲା ତେବେ ଟଙ୍କା ଦୁର୍ବଳ ହେବ, ଆଉ ଯଦି ବଢ଼ିଲା ତେବେ ଟଙ୍କା ମଜବୁତ ହେବ। ଏହାକୁ ଫ୍ଲୋଟିଂ ରେଟ୍ ସିଷ୍ଟମ୍ କୁହାଯାଏ।