ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ
ଭୁବନେଶ୍ୱର, ୨୩।୮(ସୁନିତ୍ ମିଶ୍ର):ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହଲ୍ଲାକରି ଗୃହତ୍ୟାଗ କରିଥିଲେ। ହେଲେ ଶାସକ ଦଳ ସଦସ୍ୟମାନେ ବିନା ବିରୋଧୀରେ ଖର୍ଚ୍ଚଦାବି ଆଲୋଚନା କରିବା ସହ ମନ୍ତ୍ରୀ ତାଙ୍କ ଉତ୍ତର ରଖିଥିଲେ। ଏହି ଅବସରରେ ଶାସକ ଦଳ ସଦସ୍ୟମାନେ ୨୪ ବର୍ଷରେ ହୋଇଥିବା ବିଭିନ୍ନ ଦୁର୍ନୀତି କଥା ଉଠାଇ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଥମେ ଶାସକ ଦଳ ସଦସ୍ୟ ଇରାଶିଷ ଆଚାର୍ଯ୍ୟ ଏବଂ […] The post ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ appeared first on Dharitri Odia News.
ଭୁବନେଶ୍ୱର, ୨୩।୮(ସୁନିତ୍ ମିଶ୍ର):ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହଲ୍ଲାକରି ଗୃହତ୍ୟାଗ କରିଥିଲେ। ହେଲେ ଶାସକ ଦଳ ସଦସ୍ୟମାନେ ବିନା ବିରୋଧୀରେ ଖର୍ଚ୍ଚଦାବି ଆଲୋଚନା କରିବା ସହ ମନ୍ତ୍ରୀ ତାଙ୍କ ଉତ୍ତର ରଖିଥିଲେ। ଏହି ଅବସରରେ ଶାସକ ଦଳ ସଦସ୍ୟମାନେ ୨୪ ବର୍ଷରେ ହୋଇଥିବା ବିଭିନ୍ନ ଦୁର୍ନୀତି କଥା ଉଠାଇ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଥମେ ଶାସକ ଦଳ ସଦସ୍ୟ ଇରାଶିଷ ଆଚାର୍ଯ୍ୟ ଏବଂ ବାବୁ ସିଂ ଶାସକ ଦଳ ସଦସ୍ୟଙ୍କ ଉପରେ ବର୍ଷିଥିଲେ। ଗତ ୨୪ ବର୍ଷର ସରକାର ସମୟରେ ବିଜେଡି ନେତାମାନେ ବହୁ ଶିଳ୍ପପତିଙ୍କୁ ଜମି ଦେବା ଲାଗି ବ୍ୟାପକ ଦୁର୍ନୀତି କରିଥିବା ସେମାନେ କହିଥିଲେ। ଏହାପରେ ବିଧାୟକ ଅମର ନାୟକ ମଧ୍ୟ ବିଜେଡି ବିରୋଧରେ ପ୍ରବଳ ବର୍ଷିଥିଲେ। ବିଧାୟକ ଆଶ୍ରିତ ପଟ୍ଟନାୟକ କହିଥିଲେ, ବିରୋଧୀ ବହୁ ହୋହଲ୍ଲାକରି ଲବିରେ ଚା’ ପିଇ ସବୁ ଶୁଣୁଥିବେ। ବିଜେଡି ଏକ ମୁଣ୍ଡବିହୀନ ରାଜନୈତିକ ଦଳ। ବିଗତ ଦିନରେ ସେମାନେ କ’ଣ କରିଛନ୍ତି ସେକଥା ଶୁଣିବା ପାଇଁ ତାଙ୍କ ପାଖରେ ସତ୍ସାହସ ନାହିଁ। ୨୪ ବର୍ଷର କାରନାମା ତାଙ୍କର କେମିତି ଲୋକଙ୍କ ପାଖକୁ ନ ଯିବ ତାହା ହେଉଛି ସେମାନଙ୍କ ଉଦ୍ଦେଶ୍ୟ। ଆଗାମୀ ଦିନରେ ବିଜେଡି ସମ୍ପୂର୍ଣ୍ଣ ଭୁଶୁଡ଼ି ମାଟିରେ ମିଶିଯିବ। ଗତ ସରକାର ବାଲି, ଖଣି ସବୁ ଲୁଟ୍ କରୁଥିଲା। ସେଥିଲାଗି ବିପର୍ଯ୍ୟୟ ବିଷୟରେ ଶୁଣିବାକୁ ସେମାନଙ୍କ ନିକଟରେ ଧୈର୍ଯ୍ୟ ନାହିଁ। ସ୍ବାଧୀନ ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି, ବିରୋଧୀଙ୍କ ପାଖରେ ବିରୋଧ କରିବାର ବହୁ ଉପାୟ ରହିଛି। ହେଲେ ବିଜେଡି ସଦସ୍ୟମାନେ ଯେପରି ଜଣେ ମହିଳା ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ କେଉଁଠି ମହାବିଦ୍ୟାଳୟ ଜମି ଘରୋଇ କଲେଜକୁ ଦିଆଯାଇଛି ତ ଆଉ କେଉଁଠି ଘରୋଇ ସଂସ୍ଥା ହାତକୁ ଟେକିଦିଆଯାଇଛି। ବହୁ ଲୋକଙ୍କ ନିକଟରେ ଏବେ ବି ପଟ୍ଟା ନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖଣ୍ଡେ ମଧ୍ୟ ପାଇପାରୁନାହାନ୍ତି। ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି, ବିରୋଧୀ ଦଳ ଓଡ଼ିଶା ଏବଂ ଗରିବଙ୍କ ବିକାଶ ଚାହୁଁନାହାନ୍ତି। ଓଡ଼ିଶାକୁ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଆଗ ସରକାର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବହୁତ ଖୁସି ହେଉଥିଲେ। କାରଣ ଏହାପରେ କେନ୍ଦ୍ର ସରକାର ପ୍ରବଳ ଟଙ୍କା ପଠାଉଥିବା ବେଳେ ତାକୁ ବିଭିନ୍ନ ଉପାୟରେ ସେମାନେ ଲୁଟ୍ କରିନେଉଥିଲେ। ଏବେ ସରକାର ୧୯ ଲକ୍ଷ ତାଳଗଛ ଲଗାଇବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ବଜ୍ରପାତରୁ ବହୁ ଜୀବନ ରକ୍ଷା ପାଇପାରିବ ବୋଲି ମାଝୀ କହିଛନ୍ତି। ଆଲୋଚନାରେ ଆହୁରି ଅନ୍ୟ ଶାସକ ଦଳ ସଦସ୍ୟମାନେ ମଧ୍ୟ ଭାଗନେଇଥିଲେ।
The post ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ appeared first on Dharitri Odia News.