ମଣିଷ ବେଶରେ ରୁହନ୍ତି ଏଲିଅନ
ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍ ଉତ୍ତର ମିଳିପାରିନାହିଁ। ତେବେ ଏଲିଅନମାନେ ମଣିଷଙ୍କ ବେଶରେ ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ନେଇ ବ୍ରିଟେନ୍ର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ସାମ୍ନାକୁ ଆସିଛି। ଭୂପୃଷ୍ଠରେ ଏଲିଅନଙ୍କ ରହିବା ପାଇଁ ଅନେକ ସ୍ଥାନ ଥିବା ଏହି ଅଧ୍ୟୟନରେ କୁହାଯାଇଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ହ୍ୟୁମାନ ଫ୍ଲୋରିସିଂ ପ୍ରୋଗ୍ରାମର ଗବେଶକମାନେ ଏହି ଅଧ୍ୟୟନରେ […] The post ମଣିଷ ବେଶରେ ରୁହନ୍ତି ଏଲିଅନ appeared first on Dharitri Odia News.
ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍ ଉତ୍ତର ମିଳିପାରିନାହିଁ। ତେବେ ଏଲିଅନମାନେ ମଣିଷଙ୍କ ବେଶରେ ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ନେଇ ବ୍ରିଟେନ୍ର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ସାମ୍ନାକୁ ଆସିଛି। ଭୂପୃଷ୍ଠରେ ଏଲିଅନଙ୍କ ରହିବା ପାଇଁ ଅନେକ ସ୍ଥାନ ଥିବା ଏହି ଅଧ୍ୟୟନରେ କୁହାଯାଇଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ହ୍ୟୁମାନ ଫ୍ଲୋରିସିଂ ପ୍ରୋଗ୍ରାମର ଗବେଶକମାନେ ଏହି ଅଧ୍ୟୟନରେ କହିଛନ୍ତି, ”ଏହା ଜରୁରି ନୁହେଁ ଯେ ଏଲିଅନ ଅନ୍ୟ କୌଣସି ଗ୍ରହରୁ ଆସିଛନ୍ତି। ସେମାନେ ହୁଏତ ଆରମ୍ଭରୁ ହିଁ ମଣିଷଙ୍କ ସହ ରହି ଆସୁଛନ୍ତି“। ଏହି ଅଧ୍ୟୟନରେ ପ୍ରାଚୀନ ସଭ୍ୟତାର ଉଦାହରଣ ଦିଆଯାଇଛି ା ଏହା କୌଣସି ଅଜଣା ସଭ୍ୟତା ହୋଇଥାଇପାରେ ଯାହା ବର୍ତ୍ତମାନ ସୁଦ୍ଧା ଲୁଚି ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଏହି ସଭ୍ୟତା ଏପରି କିଛି ସ୍ଥାନରେ ନିଜର ଆଧାର ପ୍ରତିଷ୍ଠା କରିଛି ଯାହା ମଣିଷଙ୍କ ପାଇଁ କଳ୍ପନା ଯୋଗ୍ୟ ହୋଇ ନ ଥିବା ଅଧ୍ୟୟନରେ କୁହାଯାଇଛି। ସାଧାରଣତଃ ଏହି ସଭ୍ୟତା ଆଗ୍ନେୟଗିରିର ତଳେ, ଗଭୀର ଜଳ ମଧ୍ୟରେ କିମ୍ବା ଚନ୍ଦ୍ରର ଅନ୍ଧକାର ଅଞ୍ଚଳରେ ଦୀର୍ଘଦିନ ଧରି ରହି ଆସୁଥିଲା ବୋଲି ଗବେଷକମାନେ କହିଛନ୍ତି।
ୟୁଏଫ୍ଓ ବା ‘ଉଡନ୍ତା ବସ୍ତୁ’ ପୃଥିବୀରେ ରହୁଥିବା ଏଲିଅନଙ୍କୁ ଭେଟିବା ପାଇଁ ଆସୁଥିବା ମହାକାଶ ଯାନ ହୋଇପାରେ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ଏଲିଅନ ଭୂପୃଷ୍ଠରେ ୪ଟି ରୂପରେ ଥାଇପାରନ୍ତି ଏହି ଅଧ୍ୟୟନରେ ଗବେଷକମାନେ ଆକଳନ କରିଛନ୍ତି। ଖାସ୍କରି ଏହା ଏକ ପ୍ରାଚୀନ ମାନବ ସଭ୍ୟତା ଯାହା ବହୁ ପୂର୍ବରୁ ବିଲୁପ୍ତ ହୋଇଯାଇଛି ଏବଂ ଏବେ ଏହାର ଅବଶିଷ୍ଟାଂଶ ଏଲିଅନ ଭାବରେ ରହିଥାଇପାରନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି। ସେହିପରି ବୈଷୟିକ ଦୃଷ୍ଟିରୁ ଏଲିଅନ ପ୍ରଜାତି ଏକ ଉନ୍ନତ ମାନବ ସଭ୍ୟତା ମଧ୍ୟ ହୋଇଥାଇପାରେ ଯାହା ଗୁପ୍ତ ଭାବେ ବଞ୍ଚି ରହିବାକୁ ପସନ୍ଦ କରିଥାଏ ବୋଲି ଗବେଷକମାନେ କହିଛନ୍ତି।
The post ମଣିଷ ବେଶରେ ରୁହନ୍ତି ଏଲିଅନ appeared first on Dharitri Odia News.