ମଣିଷଙ୍କ ପରି ପିମ୍ପୁଡ଼ି କରନ୍ତି ସର୍ଜରି, ୪୦ ମିନିଟ୍ ସମୟରେ କରନ୍ତି ସର୍ଜରୀ
ନୂଆଦିଲ୍ଲୀ ୦୪।୦୭: କେବଳ ମଣିଷ ନୁହେଁ, ପିମ୍ପୁଡ଼ି ମଧ୍ୟ ସର୍ଜରି କରନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ । ଏପରି କିଛି ଆବିଷ୍କାର କରିଛନ୍ତି ଆମେରିକାରେ । ଏଠାରେ ଏଭଳି ଏକ ପିମ୍ପୁଡ଼ି ପ୍ରଜାତି ଆବିଷ୍କୃତ ହୋଇଛି, ଯିଏ ନିଜ ସାଥୀଙ୍କ ଜୀବନ ବଞ୍ଚାଇବା ଲାଗି କରନ୍ତି ସର୍ଜରି । ଅର୍ଥାତ୍ ପୃଥିବୀରେ ମଣିଷଙ୍କ ପରେ ପିମ୍ପୁଡ଼ି ୨ୟ ଏଭଳି ଜୀବ, ଯାହା ସର୍ଜରି କରିବାରେ ସକ୍ଷମ । ଫ୍ଲୋରିଡ଼ାରେ ସର୍ଜରି କରୁଥିବା ଏହି ସ୍ୱତନ୍ତ୍ର ପିମ୍ପୁଡ଼ି ଚିହ୍ନଟ ହୋଇଛି । ଏମାନେ କାରପେଣ୍ଟର ଆଣ୍ଟ୍ ନାମରେ ପରିଚିତ । ଏମାନେ ନିଜ ସାଥୀଙ୍କ ଗୋଡ଼ରେ ଲାଗିଥିବା ଆଘାତକୁ ଜାଣିପାରନ୍ତି । କ୍ଷତ ସ୍ଥାନକୁ ସଫା କରନ୍ତି । ବେଶି ପ୍ରଭାବିତ ହୋଇଥିଲେ, ଗୋଡ଼ କିମ୍ବା ତା’ର ଅଂଶକୁ କାଟି ଅଲଗା ମଧ୍ୟ କରନ୍ତି । ଏହି ଅଧ୍ୟୟନଟି କରେଣ୍ଟ୍ ବାୟୋଲୋଜି ପତ୍ରିକାରେ ପ୍ରକାଶ ପାଇଛି । ଜର୍ମାନୀର ଉର୍ଜବର୍ଗ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନୀ ଏରିକ ଫ୍ରାଙ୍କ୍ କହିଛନ୍ତି, ୨୦୨୩ ମସିହାରେ ଫ୍ରାଙ୍କ୍ଙ୍କ ଟିମ୍ ଆଫ୍ରିକୀୟ ପିମ୍ପୁଡ଼ିଙ୍କର ଏକ ପ୍ରଜାତି ଆବିଷ୍କାର କରିଥିଲେ । ଏହାର ନାଁ ମେଗାପୋନେରା ଆନାଲିସ୍ । ଏମାନେ ନିଜ ଆହତ ସାଥୀଙ୍କ ଚିକିତ୍ସା ଆଣ୍ଟିମାଇକ୍ରୋବାୟଲ ପଦାର୍ଥ ଜରିଆରେ କରୁଥିଲେ । ଏହି ପଦାର୍ଥ ସେମାନଙ୍କ ଶରୀରରୁ ଉତ୍ପନ୍ନ ହୋଇଥାଏ । କିନ୍ତୁ ଫ୍ଲୋରିଡ଼ାର କାରପେଣ୍ଟର ପିମ୍ପୁଡ଼ିଙ୍କ ପାଖରେ ଏହି କ୍ଷମତା ନାହିଁ । କ
ନୂଆଦିଲ୍ଲୀ ୦୪।୦୭: କେବଳ ମଣିଷ ନୁହେଁ, ପିମ୍ପୁଡ଼ି ମଧ୍ୟ ସର୍ଜରି କରନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ । ଏପରି କିଛି ଆବିଷ୍କାର କରିଛନ୍ତି ଆମେରିକାରେ । ଏଠାରେ ଏଭଳି ଏକ ପିମ୍ପୁଡ଼ି ପ୍ରଜାତି ଆବିଷ୍କୃତ ହୋଇଛି, ଯିଏ ନିଜ ସାଥୀଙ୍କ ଜୀବନ ବଞ୍ଚାଇବା ଲାଗି କରନ୍ତି ସର୍ଜରି । ଅର୍ଥାତ୍ ପୃଥିବୀରେ ମଣିଷଙ୍କ ପରେ ପିମ୍ପୁଡ଼ି ୨ୟ ଏଭଳି ଜୀବ, ଯାହା ସର୍ଜରି କରିବାରେ ସକ୍ଷମ ।
ଫ୍ଲୋରିଡ଼ାରେ ସର୍ଜରି କରୁଥିବା ଏହି ସ୍ୱତନ୍ତ୍ର ପିମ୍ପୁଡ଼ି ଚିହ୍ନଟ ହୋଇଛି । ଏମାନେ କାରପେଣ୍ଟର ଆଣ୍ଟ୍ ନାମରେ ପରିଚିତ । ଏମାନେ ନିଜ ସାଥୀଙ୍କ ଗୋଡ଼ରେ ଲାଗିଥିବା ଆଘାତକୁ ଜାଣିପାରନ୍ତି । କ୍ଷତ ସ୍ଥାନକୁ ସଫା କରନ୍ତି । ବେଶି ପ୍ରଭାବିତ ହୋଇଥିଲେ, ଗୋଡ଼ କିମ୍ବା ତା’ର ଅଂଶକୁ କାଟି ଅଲଗା ମଧ୍ୟ କରନ୍ତି । ଏହି ଅଧ୍ୟୟନଟି କରେଣ୍ଟ୍ ବାୟୋଲୋଜି ପତ୍ରିକାରେ ପ୍ରକାଶ ପାଇଛି ।
ଜର୍ମାନୀର ଉର୍ଜବର୍ଗ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନୀ ଏରିକ ଫ୍ରାଙ୍କ୍ କହିଛନ୍ତି, ୨୦୨୩ ମସିହାରେ ଫ୍ରାଙ୍କ୍ଙ୍କ ଟିମ୍ ଆଫ୍ରିକୀୟ ପିମ୍ପୁଡ଼ିଙ୍କର ଏକ ପ୍ରଜାତି ଆବିଷ୍କାର କରିଥିଲେ । ଏହାର ନାଁ ମେଗାପୋନେରା ଆନାଲିସ୍ ।
ଏମାନେ ନିଜ ଆହତ ସାଥୀଙ୍କ ଚିକିତ୍ସା ଆଣ୍ଟିମାଇକ୍ରୋବାୟଲ ପଦାର୍ଥ ଜରିଆରେ କରୁଥିଲେ । ଏହି ପଦାର୍ଥ ସେମାନଙ୍କ ଶରୀରରୁ ଉତ୍ପନ୍ନ ହୋଇଥାଏ । କିନ୍ତୁ ଫ୍ଲୋରିଡ଼ାର କାରପେଣ୍ଟର ପିମ୍ପୁଡ଼ିଙ୍କ ପାଖରେ ଏହି କ୍ଷମତା ନାହିଁ । କିନ୍ତୁ ସେମାନେ ଆହତ ପିମ୍ପୁଡ଼ିଙ୍କ ଗୋଡ଼ କାଟିବାରେ ଖୁବ୍ ପାରଙ୍ଗମ । ବୈଜ୍ଞାନିକମାନେ ୨ ପ୍ରକାର କ୍ଷତ ଉପରେ ଧ୍ୟାନ ଦେଇଥିଲେ ।
ପ୍ରଥମରେ ଜଂଘ ଓ ତା’ପରେ ନିମ୍ନ ଅଂଶ ଅର୍ଥାତ୍ ଟିବିୟାରେ ଲାକ୍ରେସନ୍ । ଜଂଘର କ୍ଷତକୁ ପିମ୍ପୁଡ଼ି ସଫା କରି ଠିକ୍ କରିବାକୁ ଚେଷ୍ଟା କଲେ । ଏଥିପାଇଁ ସେମାନେ ପାଟିକୁ ପ୍ରୟୋଗ କରନ୍ତି । କ୍ଷତ ଠିକ୍ ନ ହେଲେ, ନିଜ ପାଟି ମାଧ୍ୟମରେ ତାକୁ କାଟି ଶରୀରରୁ ଅଲଗା କରିଦିଅନ୍ତି । କିନ୍ତୁ ଟିବିୟାକୁ ସେମାନେ କେବଳ ସଫା କରି ଠିକ୍ କରନ୍ତି । ଏହି ସର୍ଜରି ଦ୍ୱାରା ଆହତ ପିମ୍ପୁଡ଼ିର ଜୀବନ ବଞ୍ଚିଯାଏ ।
ଜଂଘ କାଟିବା ପରେ ୯୦-୯୫ ପ୍ରତିଶତ ଆହତ ପିମ୍ପୁଡ଼ି ବଞ୍ଚିଯାଆନ୍ତି । କେବଳ ଜଂଘରେ ଆଘାତ ଲାଗିଲେ ହିଁ ପିମ୍ପୁଡ଼ି ଗୋଡ଼କୁ କାଟୁଥିବା ବୈଜ୍ଞାନିକମାନେ ଦେଖିବାକୁ ପାଇଲେ । ଗୋଡ଼ର ଅନ୍ୟ ସ୍ଥାନରେ ଆଘାତ ଲାଗିଲେ ସେମାନେ ଗୋଡ଼କୁ କାଟନ୍ତି ନାହିଁ ।
ଗୋଟିଏ କ୍ଷତାକ୍ତ ପିମ୍ପୁଡ଼ିର ଗୋଡ଼କୁ କାଟିବା ଲାଗି ପିମ୍ପୁଡ଼ିଙ୍କୁ ଅତିକମ୍ରେ ୪୦ ମିନିଟ୍ ସମୟ ଲାଗେ । ଏହି ଦୃଶ୍ୟ ଦେଖିବା ଲାଗି ବୈଜ୍ଞାନିକମାନେ ମାଇକ୍ରୋସିଟି ସ୍କାନ୍ର ସାହାଯ୍ୟ ନେଇଥିଲେ । ଆହତ ଜଂଘରେ ରକ୍ତ ପ୍ରବାହିତ କରୁଥିବା ମାଂସପେଶୀ ରକ୍ତ ପ୍ରବାହକୁ ଧୀମା କରୁଥିବା ସେମାନେ ଦେଖିଲେ । ଏହାର ଅର୍ଥ, ବ୍ୟାକ୍ଟେରିଆଯୁକ୍ତ ରକ୍ତ ଶରୀରକୁ ଶୀଘ୍ର ଯାଇପାରେ ନାହିଁ । ଏଥିଯୋଗୁ ପିମ୍ପୁଡ଼ିମାନେ ଆହତ ସାଥୀର ଗୋଡ଼କୁ କାଟିଦିଅନ୍ତି ।