ମଣ୍ଡି ଖୋଲିବା ପାଇଁ ଉପୁଜିଥିଲା ଜାଗା ସମସ୍ୟା, ନିଜ ଗାଁ ଚାଷି ଙ୍କ ପାଇଁ ଜମି ଦାନ କଲେ ବଦାନ୍ୟ ଚାଷି।

କଳାହାଣ୍ଡି:୨୪/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା ଠାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳ ର ଚାଷୀମାନେ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତବର୍ଷ ମଣ୍ଡି ଖୋଲିବା ପାଇଁ ଅନୁମତି ମିଳିବା ସହ ମଣ୍ଡି ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଣ୍ଡି ଖୋଲିବା ପାଇଁ ଜଗା ସମସ୍ୟା ଉପୁଜିଥିଲା। ନିଜ ଗାଁ ଓ ଅଞ୍ଚଳ ର ଚାଷି ଙ୍କ ଧାନ ବିକ୍ରି ସମସ୍ୟା କୁ ହୃଦୟଙ୍ଗମ କରି […] The post ମଣ୍ଡି ଖୋଲିବା ପାଇଁ ଉପୁଜିଥିଲା ଜାଗା ସମସ୍ୟା, ନିଜ ଗାଁ ଚାଷି ଙ୍କ ପାଇଁ ଜମି ଦାନ କଲେ ବଦାନ୍ୟ ଚାଷି। appeared first on Odisha.News.

ମଣ୍ଡି ଖୋଲିବା ପାଇଁ ଉପୁଜିଥିଲା ଜାଗା ସମସ୍ୟା, ନିଜ ଗାଁ  ଚାଷି ଙ୍କ ପାଇଁ ଜମି ଦାନ କଲେ ବଦାନ୍ୟ ଚାଷି।

କଳାହାଣ୍ଡି:୨୪/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା ଠାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳ ର ଚାଷୀମାନେ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତବର୍ଷ ମଣ୍ଡି ଖୋଲିବା ପାଇଁ ଅନୁମତି ମିଳିବା ସହ ମଣ୍ଡି ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଣ୍ଡି ଖୋଲିବା ପାଇଁ ଜଗା ସମସ୍ୟା ଉପୁଜିଥିଲା। ନିଜ ଗାଁ ଓ ଅଞ୍ଚଳ ର ଚାଷି ଙ୍କ ଧାନ ବିକ୍ରି ସମସ୍ୟା କୁ ହୃଦୟଙ୍ଗମ କରି ଝରିଆଗୁଡା ଗ୍ରାମ ର ଜଣେ ସଚେତନ ଓ ବଦାନ୍ୟ ଚାଷି ଜୟଲାଲ ନାଏକ ଗାଁ ନିକଟରେ ଥିବା ନିଜର ୧ ଏକଡ଼ ଚାଷଜମି କୁ ମଣ୍ଡି ଖୋଲିବା ପାଇଁ ଦାନ କରିବା ପାଇଁ ମନସ୍ଥ କରି ଗ୍ରାମ ର ଚାଷି ଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରି ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ କୁ ଲିଖିତ ଜମି ଦାନ କରିବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଥିଲେ। ଜମି ଦାନ ପରେ ଗତବର୍ଷ ଠାରୁ ଝରିଆଗୁଡା ରେ କୋକସରା ପେକ୍ସ ଅଧୀନରେ ମଣ୍ଡି ଆରମ୍ଭ ହୋଇ ଚାଷୀମାନେ ସୁରୁଖୁରୁରେ ନିଜ ଗାଁ ରେ ଧାନ ବିକ୍ରି କରିଥିଲେ। ତେବେ ଜମିଦାନ କରିଥିବା କାଗଜପତ୍ର ପ୍ରଶାସନ କୁ ହସ୍ତାନ୍ତର ହୋଇନଥିଲା।ସୋମବାର ଜମିଦାନ କରିଥିବା ସଚେତନ ଚାଷି ଜୟଲାଲ ନାଏକ ସମେତ ସ୍ଥାନୀୟ ପଞ୍ଚାୟତ ର ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଝରିଆଗୁଡା ଗ୍ରାମ ର ଚାଷି ରାଜକିଶୋର ସାହୁ, ହୃଷିକେଶ ଖମାରି, ସୁରେନ୍ଦ୍ର ବଚ୍ଛା, କୁରୁକ୍ଷେତ୍ର ପାଣିଗ୍ରାହୀ, ହୃଷିକେଶ ଦାସ, ମୁକୁନ୍ଦ ପଟ୍ଟନାୟକ, ନରେନ୍ଦ୍ର ରାଉତ ପ୍ରମୁଖ ଚାଷୀମାନେ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଭୁବନେଶ୍ୱର ବେହେରା ଙ୍କୁ ଦାନ କରିଥିବା ଜମି ର ରେଜିଷ୍ଟ୍ରେସନ ପଟ୍ଟା ହସ୍ତାନ୍ତର କରିଥିଲେ।ଚାଷି ଙ୍କ ପାଇଁ ଜମିଦାନ କରି ମହାନତା ଦେଖାଇ ଥିବା ଚାଷି ଜୟଲାଲ ଙ୍କୁ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି।

The post ମଣ୍ଡି ଖୋଲିବା ପାଇଁ ଉପୁଜିଥିଲା ଜାଗା ସମସ୍ୟା, ନିଜ ଗାଁ ଚାଷି ଙ୍କ ପାଇଁ ଜମି ଦାନ କଲେ ବଦାନ୍ୟ ଚାଷି। appeared first on Odisha.News.