ମଣ୍ଡିରେ ଚାଷୀ ଠକେଇର ଶିକାର ହେଲେ ହେବ କାର୍ଯ୍ୟାନୁଷ୍ଠାନ
ଭଞ୍ଜନଗର,୩ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ମଣ୍ଡିରେ ଶୁକ୍ରବାର ଧାନକିଣା ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଆମ ସରକାର ଚାଷୀଙ୍କୁ ଯାହା କଥା ଦେଇଥିଲେ, ତାହା ରଖିଛନ୍ତି। ଚଳିତବର୍ଷ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଏମ୍ଏସ୍ପି ଓ ଇନପୁଟ ସହାୟତା ମିଶି ୩୧୦୦ ଟଙ୍କା ମିଳିବ। ନିର୍ଦ୍ଧାରିତ ଦିନରେ ଚାଷୀ ଧାନ ଧରି […] The post ମଣ୍ଡିରେ ଚାଷୀ ଠକେଇର ଶିକାର ହେଲେ ହେବ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
ଭଞ୍ଜନଗର,୩ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ମଣ୍ଡିରେ ଶୁକ୍ରବାର ଧାନକିଣା ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଆମ ସରକାର ଚାଷୀଙ୍କୁ ଯାହା କଥା ଦେଇଥିଲେ, ତାହା ରଖିଛନ୍ତି। ଚଳିତବର୍ଷ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଏମ୍ଏସ୍ପି ଓ ଇନପୁଟ ସହାୟତା ମିଶି ୩୧୦୦ ଟଙ୍କା ମିଳିବ।
ନିର୍ଦ୍ଧାରିତ ଦିନରେ ଚାଷୀ ଧାନ ଧରି ମଣ୍ଡିକୁ ଆସିବେ ଓ ମିଲର୍ସମାନେ ଧାନ ଉଠାଇବେ। ଧାନ ବିକ୍ରି ସମୟରେ ଚାଷୀ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ମଣ୍ଡି ନୋଡାଲ ଅଫିସର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାନ୍ତୁ। ଯଦି କୌଣସି ଚାଷୀ ଠକେଇର ଶିକାର ହୁଅନ୍ତି ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ନାୟକ କହିଥିଲେ।
ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଫସଲର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। ସମସ୍ତ ପଞ୍ଜୀକୃତ ଚାଷୀଙ୍କଠୁ ସରକାରୀ ଦରରେ ଧାନକିଣା ଯିବା ସହ ଟଙ୍କା ପ୍ରଦାନ କରାଯିବ ବୋଲି ଉପଜିଲାପାଳ ଅନିଲ କୁମାର ସେଠୀ କହିଥିଲେ।
ମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲାପାଳ ବିଶ୍ବରଞ୍ଜନ କର, ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁମନ୍ତ ସାହୁ, ଯୋଗାଣ ଅଧିକାରିଣୀ, ମିଶନଶକ୍ତି ବିପିସି, ମା ବାପାଙ୍ଗୀ ଏସଏଚଜି ସଭାପତି ସାଇବାଣି ବିଷୋୟୀ, ସମ୍ପାଦକ ଝୁନୁ ବିଷୋୟୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଲର୍ସ, ଚାଷୀ, ପ୍ୟାକ୍ସ ସମ୍ପାଦକ ଓ ଆର୍ଏମସି କର୍ମଚାରୀ ଉପସ୍ଥିତ ଥିଲେ।
The post ମଣ୍ଡିରେ ଚାଷୀ ଠକେଇର ଶିକାର ହେଲେ ହେବ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.