ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ
ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଖୋଲିଥିବା ମଣ୍ଡିରୁ ତୁରନ୍ତ ଧାନକୁ କିଣି ନେବା ପାଇଁ ଦାବି କରି ରାସ୍ତା ଉପରେ ଧାନବସ୍ତାମାନ ରଖି ଧାରଣା ଦେଇଥିଲେ। ଗତ ୩ ତାରିଖରେ ସରକାରଙ୍କ ପକ୍ଷରୁ ଏଠାରେ ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ମଣ୍ଡିରେ ଧାନ ନେଉ ନ ଥିବା […] The post ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ appeared first on Dharitri Odia News.
ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଖୋଲିଥିବା ମଣ୍ଡିରୁ ତୁରନ୍ତ ଧାନକୁ କିଣି ନେବା ପାଇଁ ଦାବି କରି ରାସ୍ତା ଉପରେ ଧାନବସ୍ତାମାନ ରଖି ଧାରଣା ଦେଇଥିଲେ। ଗତ ୩ ତାରିଖରେ ସରକାରଙ୍କ ପକ୍ଷରୁ ଏଠାରେ ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ମଣ୍ଡିରେ ଧାନ ନେଉ ନ ଥିବା ଅଭିଯୋଗ ହୋଇଛି। ଧାନ ନେବା ନେଇ ୩ ତାରିଖରୁ ଚାଷୀଙ୍କୁ ଟୋକନ ଦିଆଯାଇଛି। ଟୋକନ ଧରି ଚାଷୀମାନେ ମଣ୍ଡିରେ ଧାନ ରଖିଥିବା ବେଳେ ମଣ୍ଡିରେ ଧାନ ନେଉନାହାନ୍ତି। ଯାହାଫଳରେ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷିତ ଭାବେ ରଖିପାରୁନାହାନ୍ତି। ଏନେଇ ଚାଷୀମାନେ ଜିଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବାର ଚାଷୀମାନେ କହିଛନ୍ତି। ତୁରନ୍ତ ଚାଷୀଙ୍କ ଧାନକୁ ମଣ୍ଡିରୁ ନ ନେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି।
ଅନ୍ୟପକ୍ଷରେ ସରକାର ଧାନର ଏଫ୍କ୍ୟୁ ମାନ ଅନୁଯାୟୀ ନେବା ପାଇଁ କହିଥିବା ବେଳେ ଗତ ଲଗାଣ ବର୍ଷାରେ ଜମିରେ ଧାନ ଭିଜି ନଷ୍ଟ ହୋଇଥିବା କାରଣରୁ ଏଫ୍କ୍ୟୁ ଠିକ୍ ଭାବରେ ରହୁନାହିଁ। ଯାହାଦ୍ବାରା ଏହି ଧାନର ମାନ ରହୁ ନ ଥିବାରୁ ଚାଉଳ ଭଲ ରୂପେ ହୋଇପାରିବ ନାହିଁ। ତେଣୁ ଏହି ଧାନକୁ ମିଲରମାନେ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଚାଉଳ ଠିକ୍ ନ ହେଲେ ଏଫ୍ସିଆଇ ଓ ସରକାରୀ ସଂସ୍ଥା ଚାଉଳକୁ ଗ୍ରହଣ କରିବେ ନାହିଁ। ଯାହାଦ୍ୱାରା ମିଲର ଏହି ଚାଉଳ କୁଆଡ଼େ ନେବେ ସେଥିନେଇ ମିଲରମାନେ ଭୟଭୀତ ହୋଇ ଚିନ୍ତାରେ ପଡ଼ି ମାନ ଧାନକୁ ନେଉନାହାନ୍ତି। ଯାହାଦ୍ବାରା ଚାଷୀଙ୍କ ଅମଳ ଧାନ ବାହାରେ ପଡ଼ି ରହି ନଷ୍ଟ ହେବାରେ ଲାଗିଛି। ଏହି ଆନ୍ଦୋଳନର ଖବର ପାଇ ପୁରୁଷୋତ୍ତମପୁର ବ୍ଲକ ଯୋଗାଣ ନିରୀକ୍ଷକ ନୀଳିମା ପ୍ରିୟଦର୍ଶନୀ ମହାନ୍ତି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାସୁଝା କରିବା ସହ ଏଫ୍କ୍ୟୁ ମାନ ରହିଥିବା ଧାନକୁ ମଣ୍ଡିରେ ଦେବା ସହ ଯେଉଁଧାନର ମାନ କମ୍ ରହିଛି ଓ ଗମ ହୋଇଯାଇଛି ସେଥିନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା କହିବା ସହ ଉଷୁନା ଧାନ ପ୍ରସ୍ତୁତ ଲାଗି ମିଲ୍ କରିବାକୁ ଲୋଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
The post ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ appeared first on Dharitri Odia News.