ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ
ଜୁନାଗଡ଼,୧୫।୧(ଅଂଶୁମାନ ଯୋଶୀ) କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ ଚାଷ ଠିକ ସମୟରେ ଅମଳ ହୋଇଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ବିଶେଷ କରି ଜିଲାର ଜୁନାଗଡ଼ ବ୍ଲକର ଦାସିଗାଁ, ମୁଣ୍ଡରାଗୁଡା, ଚିଲକପୁର, ଚିଲିଗୁଡ଼ା, ରାଜପୁର, ବଣିଜରା, ବୁଡିଦର ଭଳି ଅନେକ ମଣ୍ଡିରେ ଧାନ ବିକ୍ରି ନ ହୋଇ ଶହ ଶହ କୁଇଣ୍ଟାଲ ପଡିରହିଛି। ମଣ୍ଡିଗୁଡିକରେ ଧାନ ବସ୍ତା […] The post ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ appeared first on Dharitri Odia News.
ଜୁନାଗଡ଼,୧୫।୧(ଅଂଶୁମାନ ଯୋଶୀ) କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ ଚାଷ ଠିକ ସମୟରେ ଅମଳ ହୋଇଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ବିଶେଷ କରି ଜିଲାର ଜୁନାଗଡ଼ ବ୍ଲକର ଦାସିଗାଁ, ମୁଣ୍ଡରାଗୁଡା, ଚିଲକପୁର, ଚିଲିଗୁଡ଼ା, ରାଜପୁର, ବଣିଜରା, ବୁଡିଦର ଭଳି ଅନେକ ମଣ୍ଡିରେ ଧାନ ବିକ୍ରି ନ ହୋଇ ଶହ ଶହ କୁଇଣ୍ଟାଲ ପଡିରହିଛି।
ମଣ୍ଡିଗୁଡିକରେ ଧାନ ବସ୍ତା ଚାଷୀଙ୍କୁ ଠିକ ସମୟରେ ଦେଉ ନ ଥିବା ଓ ମିଲର୍ସ ପକ୍ଷରୁ ଗାଡି ଠିକ ସମୟରେ ପଠାଉ ନ ଥିବାରୁ ଏଭଳି ଅନେକ ସମସ୍ୟା ମଣ୍ଡିରେ ଦେଖିବାକୁ ମିଳିଛି। ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଚାଷୀମାନେ ଶୀତ କାକରରେ ଧାନ ଜଗି ରହିଛନ୍ତି।
ଦାସିଗାଁ ମଣ୍ଡିରେ ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରେ ଚାଷୀମାନେ ଧାନକୁ ରଖିଛନ୍ତି। ରାସ୍ତା କଡରେ ହିଁ ଚାଷୀ ମାନେ ରାତି ଦିନ ଜଗି ବସିଛନ୍ତି। ଏହି ମଣ୍ଡିରେ ଧାନ ବହୁତ ଥିବାରୁ ଅଧିକାଂଶ ଚାଷୀ ଜାଗା ଅଭାବରୁ ଧାନକୁ ଘରେ ରଖିଛନ୍ତି। ଏପଟେ ଚାଷୀମାନେ କଟନୀ ଛଟନୀକୁ ବିରୋଧ କରୁଥିବା ବେଳେ ମନଇଛା କଟନୀ କରୁଛନ୍ତି ମିଲର୍ସ। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଉଛି।
ଚାଷୀମାନେ ଧାର କରଜ କରି ଧାନ ଚାଷ କରୁଥିବା ବେଳେ ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ରବି ଧାନ ଚାଷ ପାଇଁ କେନାଲରେ ଗତ ୮ ତାରିଖରେ ପାଣି ଛଡାଯାଇଛି। ଏଠାକାର ଚାଷୀ ରବି ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଖରିଫ ଧାନ ଚାଷୀ ମଣ୍ଡିରେ ବିକ୍ରି କରି ପାରି ନାହିଁ। ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଗତ ୨ ଦିନ ହେଲା ମଣ୍ଡି କାର୍ଯ୍ୟ ବନ୍ଦ ରହିଛି। ଫଳରେ ଚାଷୀମାନେ ଏବେ ଚିନ୍ତାରେ ପଡ଼ଛନ୍ତି।
The post ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ appeared first on Dharitri Odia News.