ମତଦାନ ଆରମ୍ଭରୁ ଏକାଧିକ ବୁଥରେ ଇଭିଏମ୍ ତ୍ରୁଟି
ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ । ଏନେଇ ପ୍ରତିଟି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ମଧ୍ୟ କେତେକ ବୁଥରେ ଇଭିଏମ୍ ମେଶିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥମାନଙ୍କରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କଟକ ସଦର ବୁଥ ନମ୍ବର ୮୧, ଢେଙ୍କାନାଳ ସୀମାଳିଆ ବୁଥ ନମ୍ବର ୧୫୭ରେ ଇଭିଏମ୍ ମେଶିନରେ ତ୍ରୁଟି ପରିଲକ୍ଷିତ ହୋଇଛି। ସେହିପରି ଆନ୍ଦପୁର ହାଟଡିହି ବୁଥ ନମ୍ବର ୧୩୯ ଏବଂ […] The post ମତଦାନ ଆରମ୍ଭରୁ ଏକାଧିକ ବୁଥରେ ଇଭିଏମ୍ ତ୍ରୁଟି appeared first on Dharitri Odia News.
ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ । ଏନେଇ ପ୍ରତିଟି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ମଧ୍ୟ କେତେକ ବୁଥରେ ଇଭିଏମ୍ ମେଶିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥମାନଙ୍କରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, କଟକ ସଦର ବୁଥ ନମ୍ବର ୮୧, ଢେଙ୍କାନାଳ ସୀମାଳିଆ ବୁଥ ନମ୍ବର ୧୫୭ରେ ଇଭିଏମ୍ ମେଶିନରେ ତ୍ରୁଟି ପରିଲକ୍ଷିତ ହୋଇଛି। ସେହିପରି ଆନ୍ଦପୁର ହାଟଡିହି ବୁଥ ନମ୍ବର ୧୩୯ ଏବଂ ଦେବଗଡ ବୁଥ ନମ୍ବର ୧୮, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ମଧ୍ୟ ଇଭିଏମ ମେଶିନ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ଦେଖାଦେଇଛି।
ସେହିପରି ଅନୁଗୋଳ ୩୫ ନମ୍ବର ବୁଥ, କେନ୍ଦୁଝର ବଡପଦନା ବୁଥ ନମ୍ବର ୨୭୪, କୃଷ୍ଣପ୍ରସାଦ ବ୍ଲକ ମାଲୁଦର ବୁଥ ନମ୍ବର ୧୩ରେ ମଧ୍ୟ ଇଭିଏମ ମେସିନରେ ତ୍ରୁଟି ଦେଖାଦେଇଛି । ଫଳରେ ଭୋଟରଙ୍କୁ ମତଦାନ କରିବାରେ ବିଳମ୍ବ ହୋଇଛି ।
The post ମତଦାନ ଆରମ୍ଭରୁ ଏକାଧିକ ବୁଥରେ ଇଭିଏମ୍ ତ୍ରୁଟି appeared first on Dharitri Odia News.