ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ
ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ ଭୋଟ ଗ୍ରହଣର ୬ ଦିନ ପୂର୍ବରୁ ବିଜେଡି କର୍ମୀମାନେ ମୋ ପୁଅକୁ ହାଣି ହତ୍ୟା କରିଦେଲେ। ମୁଁ ତାର ଆତ୍ମାର ଶାନ୍ତି ପାଇଁ ଆଜି ଭୋଟ ଦେବାକୁ ଆସିଛି ବୋଲି ଭୋ ଭୋ ହୋଇ କାନ୍ଦି ପକାଇ ଦିଲୀପଙ୍କ ବାପା ରାମ ପାହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଦିଲୀପଙ୍କ ଭଉଣୀ […] The post ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ appeared first on Dharitri Odia News.
ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ ଭୋଟ ଗ୍ରହଣର ୬ ଦିନ ପୂର୍ବରୁ ବିଜେଡି କର୍ମୀମାନେ ମୋ ପୁଅକୁ ହାଣି ହତ୍ୟା କରିଦେଲେ। ମୁଁ ତାର ଆତ୍ମାର ଶାନ୍ତି ପାଇଁ ଆଜି ଭୋଟ ଦେବାକୁ ଆସିଛି ବୋଲି ଭୋ ଭୋ ହୋଇ କାନ୍ଦି ପକାଇ ଦିଲୀପଙ୍କ ବାପା ରାମ ପାହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଦିଲୀପଙ୍କ ଭଉଣୀ ମଧ୍ୟ ବାପାଙ୍କ ସହିତ ଭୋଟ ଦେବାକୁ ଆସିଥିଲେ। ବାପା-ଝିଅ ରାଜ୍ୟ ସରକାରଙ୍କ ଏସ୍ଆଇଟି ତଦନ୍ତ ଉପରେ ଭରସା ନ କରି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଅପରାହ୍ନରେ ଦିଲୀପଙ୍କ ବିଧବା ସ୍ତ୍ରୀ ସାବିତ୍ରୀ ପାହାନ ଶ୍ରୀକୃଷ୍ଣ ଶରଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ୭୧ନଂ. ବୁଥକୁ ଭୋଟ ଦେବାକୁ ଆସିଥିଲେ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପୋଲିସ ୧୧ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଏ ଯାଏ ଧରିପାରିନି। ହତ୍ୟାକାରୀଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ ବୋଲି ସେ କହିଥିଲେ। ଶ୍ରୀକୃଷ୍ଣ ଶରଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ବୁଥ ନଂ. ୭୧ ଓ ୭୩ ସଖି ବୁଥ ହୋଇଥିଲା। ସେଠାରେ ଶାନ୍ତିଶୃଙ୍ଖଳାର ସହ ଭୋଟଦାନ ହୋଇଛି। ପ୍ରଶାସନ ପକ୍ଷରୁ ସିସି କ୍ୟାମେରା ମାଧ୍ୟମରେ କଡା ନଜର ରଖାଯାଇଥିଲା। ଏହି ଦୁଇଟି ବୁଥରେ ପ୍ରାୟ ୭୦% ପ୍ରତିଶତ ମତଦାନ ହୋଇଛି। ସେହିପରି ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଥିଲା।ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟରମରାକୁ ନେଇ ଘଟିଥିବା ରାଜନୈତିକ ହିଂସାରେ ଭାଜପା କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଥିଲା।
The post ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ appeared first on Dharitri Odia News.