ମତଦାନ ନାଗରିକ ର ଅଧିକାର ମତଦାନ ପାଇଁ ଭୋଟରଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଓଡିଶାରେ ଆଗାମୀ ମେ ମାସ ଠାରୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହି କ୍ରମରେ ବରଗଡ ଜିଲା  ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ରେ ଆସନ୍ତା ଜୁନ୍ ମାସ ୨୦ ତାରିଖ ଦିନ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।  ଗତ  ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ନିମନ୍ତେ ଜିଲା  ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଭୋଟର […]

ମତଦାନ ନାଗରିକ ର ଅଧିକାର ମତଦାନ ପାଇଁ ଭୋଟରଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ
ରେଙ୍ଗାଲିକ୍ୟାମ୍ପ: ଓଡିଶାରେ ଆଗାମୀ ମେ ମାସ ଠାରୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହି କ୍ରମରେ ବରଗଡ ଜିଲା  ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ରେ ଆସନ୍ତା ଜୁନ୍ ମାସ ୨୦ ତାରିଖ ଦିନ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।  ଗତ  ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ନିମନ୍ତେ ଜିଲା  ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଭୋଟର ମାନଙ୍କୁ ସଚେତନ କରାଯାଉଛି।
ଆଜି ଅତାବିରା ସରକାରୀ ବାଳିକା ଉଚ୍ଚ  ବିଦ୍ୟାଳୟ ,  ଅତାବିରା  ଉଚ୍ଚ ବିଦ୍ୟାଳୟ , ଲାଦେର ପାଲି ଉଚ୍ଚ ବିଦ୍ୟାଳୟ ତଥା ଅନ୍ୟାନ୍ୟ ବିଦ୍ୟାଳୟ ମାନଙ୍କରେ   ଛତ୍ର ଛାତ୍ରୀ ମାନେ ସଚେତନ ଶୋଭାଯାତ୍ରା କରିଥିଲେ  । ପ୍ରଥମ ଥର ପାଇଁ ମତଦାନ କରିବାକୁ ଥିବା ନୂତନ ତଥା ଯୁବ ଭୋଟର ମାନଙ୍କୁ ଅନୁରୋଧ କରିବା ସହ ପୃଥିବୀର ସର୍ବ ବୃହତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇ ମତଦାନ କରିବା ପାଇଁ  ବିଭିନ୍ନ  ସ୍ଲୋଗାନ ମାଧ୍ୟମରେ ପ୍ଲାକାର୍ଡ ଧରି ଏହି ସଚେତନ ଶୋଭାଯାତ୍ରାରେ  ଛତ୍ର ଛାତ୍ରୀ ମାନେ ଅତାବିରା ସହର ପରିକ୍ରମା କରିଥିଲେ । ପ୍ରଧାନ ଶିକ୍ଷକ ମନୋଜ ହରପାଲ ,ସୁରେନ୍ଦ୍ର ବେହେରା,ହିମାଂଶୁ ଶେଖର ସାହୁ ତଥା ବିଦ୍ୟାଳୟ  ର ଶିକ୍ଷକ  ଶିକ୍ଷୟତ୍ରୀ  ଏଥିରେ ସହଯୋଗ କରିଥିଲେ।