ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ କରିଛି। ଗେହଲଟ ନାଜଫଗଡ଼ ହେଉଛନ୍ତି ଦିଲ୍ଲୀ ପରିବହନ, ଆଇନ ଓ ଗୃହ ମନ୍ତ୍ରୀ। ସେ ଦିଲ୍ଲୀ ମଦ ନୀତି(ଲିକର୍‌ ପଲିସି)ର ଡ୍ପାଫ୍ଟ(ଚିଠା) ପ୍ରସ୍ତୁତକାରୀ ବୋଲି ଇଡି ଅଭିଯୋଗ ଆଣିଛି। ଇଡି ଅନୁସାରେ ’ସାଉଥ ଗ୍ରୁପ’କୁ […] The post ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ appeared first on Dharitri Odia News.

ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ କରିଛି।

ଗେହଲଟ ନାଜଫଗଡ଼ ହେଉଛନ୍ତି ଦିଲ୍ଲୀ ପରିବହନ, ଆଇନ ଓ ଗୃହ ମନ୍ତ୍ରୀ। ସେ ଦିଲ୍ଲୀ ମଦ ନୀତି(ଲିକର୍‌ ପଲିସି)ର ଡ୍ପାଫ୍ଟ(ଚିଠା) ପ୍ରସ୍ତୁତକାରୀ ବୋଲି ଇଡି ଅଭିଯୋଗ ଆଣିଛି। ଇଡି ଅନୁସାରେ ’ସାଉଥ ଗ୍ରୁପ’କୁ ଲିକର ପଲିସି ଡ୍ରାଫ୍ଟ ଲିକ୍‌ କରାଯାଇଥିଲା। ଲିକର୍‌ ପଲିସି ଚିଠା ପ୍ରସ୍ତୁତି ସମୟରେ ଗେହଲଟ ଏଏପିକୁ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଗେହଲଟ ବାରମ୍ବାର ମୋବାଇଲ ନମ୍ବର ବଦଳାଇଥିବା ଅଭିଯୋଗ କରିଛି ଇଡି।

ସୂଚନା ଥାଉକି, ଏହି ମାମଲାରେ ଏଏପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇଛନ୍ତି। ଏଥିସହ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ଏମପି ସଞ୍ଜୟ ରାଉତ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।

The post ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ appeared first on Dharitri Odia News.