ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ପୂର୍ବତନ ହକି କ୍ୟାପ୍ଟେନ ପ୍ରବୋଧ ତିର୍କୀ
ଭୁବନେଶ୍ୱର,୧୯।୮(ସତ୍ୟଜିତ ରାଉତ): ପୂର୍ବତନ ହକି କ୍ୟାପ୍ଟେନ ପ୍ରବୋଧ ତିର୍କୀ ଭୁବନେଶ୍ୱରରେ ମଦ୍ୟପାନ କରି ଗାଡ଼ି ଚାଳନା କରିବାବେଳେ କମିଶନରେଟ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେ ଚଳାଉଥିବା କାର୍ (ଓଡି୦୨-ଜେ-୭୫୮୫)କୁ ପୋଲିସ ଜବତ କରିଛି। ଶନିବାର ରାତିରେ ସେଫ୍ ସିଟି ଡ୍ରାଇଭ ଅଭିଯାନରେ କମିଶନରେଟ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ବିରୋଧରେ ଓମ୍ଫେଡ ଛକରେ କଡ଼ାକଡ଼ି ଯାଞ୍ଚ ଚାଲିଥିଲା। ରାତି ପ୍ରାୟ ୧୨ଟା ୪୦ ବେଳେ ପ୍ରବୋଧଙ୍କ କାର୍କୁ ଅଟକାଯାଇ ଚେକିଂ କରାଯାଇଥିଲା। ପ୍ରବୋଧଙ୍କ ବ୍ଲଡ୍ ଆଲ୍କୋହଲ […] The post ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ପୂର୍ବତନ ହକି କ୍ୟାପ୍ଟେନ ପ୍ରବୋଧ ତିର୍କୀ appeared first on Dharitri Odia News.
ଭୁବନେଶ୍ୱର,୧୯।୮(ସତ୍ୟଜିତ ରାଉତ): ପୂର୍ବତନ ହକି କ୍ୟାପ୍ଟେନ ପ୍ରବୋଧ ତିର୍କୀ ଭୁବନେଶ୍ୱରରେ ମଦ୍ୟପାନ କରି ଗାଡ଼ି ଚାଳନା କରିବାବେଳେ କମିଶନରେଟ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେ ଚଳାଉଥିବା କାର୍ (ଓଡି୦୨-ଜେ-୭୫୮୫)କୁ ପୋଲିସ ଜବତ କରିଛି। ଶନିବାର ରାତିରେ ସେଫ୍ ସିଟି ଡ୍ରାଇଭ ଅଭିଯାନରେ କମିଶନରେଟ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ବିରୋଧରେ ଓମ୍ଫେଡ ଛକରେ କଡ଼ାକଡ଼ି ଯାଞ୍ଚ ଚାଲିଥିଲା। ରାତି ପ୍ରାୟ ୧୨ଟା ୪୦ ବେଳେ ପ୍ରବୋଧଙ୍କ କାର୍କୁ ଅଟକାଯାଇ ଚେକିଂ କରାଯାଇଥିଲା। ପ୍ରବୋଧଙ୍କ ବ୍ଲଡ୍ ଆଲ୍କୋହଲ ଟେଷ୍ଟ କରାଯିବାପରେ ତାଙ୍କର ୧୧୫ ଏମ୍ଜି/୧୦୦ ଏମ୍ଏଲ୍ ବାହାରିଥିଲା। ପରେ ତାଙ୍କ କାରକୁ ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋର୍ଟରେ ଜରିମାନା ଦାଖଲ ପରେ ପ୍ରବୋଧ ତାଙ୍କ କାର୍ ମୁକୁଳାଇ ପାରିବେ ବୋଲି ପୋଲିସ ସୂଚନା ଦେଇଛି।
The post ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ପୂର୍ବତନ ହକି କ୍ୟାପ୍ଟେନ ପ୍ରବୋଧ ତିର୍କୀ appeared first on Dharitri Odia News.