ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା
ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏନେଇ ଅଞ୍ଚଳର ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଦ ବିକ୍ରି ବନ୍ଦ କରିବାକୁ ଏବେ ସେମାନେ ଅଣ୍ଟା ଭିଡିଛନ୍ତି। ବହଳପଦର ପଞ୍ଚାୟତ ଅଧୀନ ଗୌଡଗାଡ ଗ୍ରାମରେ ମହିଳାମାନେ ଏକତ୍ରିତ ହୋଇ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି। ଗ୍ରାମରେ ମଦ ପିଇ ଗାଳିଗୁଲଜ […] The post ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା appeared first on Dharitri Odia News.
ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏନେଇ ଅଞ୍ଚଳର ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଦ ବିକ୍ରି ବନ୍ଦ କରିବାକୁ ଏବେ ସେମାନେ ଅଣ୍ଟା ଭିଡିଛନ୍ତି। ବହଳପଦର ପଞ୍ଚାୟତ ଅଧୀନ ଗୌଡଗାଡ ଗ୍ରାମରେ ମହିଳାମାନେ ଏକତ୍ରିତ ହୋଇ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି। ଗ୍ରାମରେ ମଦ ପିଇ ଗାଳିଗୁଲଜ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାକୁ ଦେଖି ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର, ଦାଦରପାଲି ଓ ବହଳପଦର ପଞ୍ଚାୟତର କେନ୍ଦୁପାଲି ଓ କୁହିଦାଦରର ମହିଳାମାନେ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି।
ଆଦିବାସୀ ବହୁଳ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଥିଲା। ଏହା ସହିତ ଏହି ଅଞ୍ଚଳରେ ବେଆଇନଭାବେ ବିଦେଶୀ ଓ ଦେଶୀ ମଦ ପ୍ରସ୍ତୁତି ହେଉଥିଲା। ଏହି ମଦ ପିଇ ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ମଦ ଯୋଗୁ ଅନେକ ପରିବାର ବେସହରା ହୋଇ ପଡିଛନ୍ତି। ଗ୍ରାମରେ ଗଣ୍ଡଗୋଳମାନ ଘଟିଛି। ଏଣୁ ମଦ ବନ୍ଦ କରିବା ପାଇଁ ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡ୍ୟାମ, ସାଗଯୋରୀ ଆଦି ଗ୍ରାମରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି। ଏ ନେଇ ରବିବାର ମହିଳାମାନେ ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସବୁ ଗ୍ରାମର ଏସ୍ଏଚ୍ଜି ମହିଳା ଗୋଷ୍ଠୀର ମହିଳା ସଦସ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରିଛନ୍ତି। ମଦ ବିକ୍ରି ଓ ପ୍ରସ୍ତୁତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି ଏସ୍ଏଚ୍ଜି ଗ୍ରୁପ ସଭାପତି ରୀନା ଭୋଇ ପ୍ରକାଶ କରିଛନ୍ତି। ରୀନା ଭୋଇ, ବିଶାଖା ପଧାନ, ଗୀତାଞ୍ଜଳି ପଧାନ, ଫଗୁନି ନାଏକ, ସୌଦାମିନୀ ବେହେରାମାଳି, ବାସନ୍ତି ଭୋଇଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ବନ୍ଦ ଉଦ୍ୟମ କରୁଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କୁ ପଚାରିବାରୁ ଆମେ ନିୟମିତ ଚଢ଼ାଉ କରୁଛୁ। ମହିଳାଙ୍କ ଏହି ଉଦ୍ୟମ ଓ ସହଯୋଗ ବଳରେ ଆମେ ଅଞ୍ଚଳରେ ମଦ ବନ୍ଦ କରିବାରେ ସମର୍ଥ ହେବୁ ବୋଲି ସେ କହିଛନ୍ତି।
The post ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା appeared first on Dharitri Odia News.