ମଦ ମୁକ୍ତ ହେବ ଓଡ଼ିଶା!

‘ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। ନିଶା କାରବାର କମାଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି।’

ମଦ ମୁକ୍ତ ହେବ ଓଡ଼ିଶା!

ଓଡ଼ିଶା ହେବ ମଦମୁକ୍ତ। କମିବ ନିଶା ବ୍ୟବହାର। ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର। ଆଜି ଏପରି ବୟାନ୍‌ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗଣ୍ଡ କହିଛନ୍ତି, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। ନିଶା କାରବାର କମାଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟ କ୍ରମେ ଏନେଇ ପଦକ୍ଷେପ ନିଆଯିବ। ଡ୍ରଗ୍‌ କାରବାର ବିରୋଧରେ ଏହି କାର୍ଯ୍ୟକ୍ରମ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ସହାୟକ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସୂଚନାରୁ ପ୍ରକାଶ, ମଦ ବା ମାଦକ ଦ୍ରବ୍ୟ ଶୁଖ ଓ ଶାନ୍ତିର ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି। କେତେବେଳେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେଉଛି ତ ଆଉ କେତେବେଳେ ବାପ-ପୁର ମଧ୍ୟରେ ହେଉଛି ଲଢ଼େଇ। ଆଉ ଯାଉଛି ଜୀବନ। ପ୍ରତିଦିନ ଏପରି ଘଟଣା ସମଗ୍ର ରାଜ୍ୟରେ ଘଟୁଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ନିଶା ଦ୍ରବ୍ୟକୁ ବନ୍ଦ କରିବା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛି। ହେଲେ ଏଥିପ୍ରତି କେହି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି।

ସେପଟେ ଆଜି ହେଉଛି ବିଶ୍ୱ ନିଶା ନିବାରଣ ଦିବସ। ଏହାକୁ ନେଇ ଆଜି ବିଭିନ୍ନ ସ୍ଥାନରେ କରାଯାଉଛି ସଚେତନତା କାର୍ଯ୍ୟକ୍ରମ। ରାଉରକେଲା ସହରର ଡେଭେଲପଡ୍ ଏରିଆ ହାଇସ୍କୁଲ ପରିସରରୁ ଏକ ବିରାଟ ରାଲି ବାହାରିଥିଲା। ତା’ ସହ ନିଶା ନିବାରଣ ପାଇଁ ଏକ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ସହ CRPF ଯବାନମାନେ ମଧ୍ୟ ସାମିଲ ହୋଇଥିଲେ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହି ସଚେତନତା ରାଲି କରାଯାଇଥିଲା।