ମଦ ମୃତ୍ୟୁର ଅନୁଧ୍ୟାନ କରିବ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ଭୁବନେଶ୍ୱର,୨୨।୮(ଅନିଲ ଦାସ): ଭାଜପା ସରକାର ଦାୟିତ୍ୱ ନେବାର ୧୦୦ ଦିନ ନ ପୂରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟିଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ବିଜେଡି ବିଧାନସଭାରେ ପ୍ରଶ୍ନ ଉଠାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ମଦ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ […] The post ମଦ ମୃତ୍ୟୁର ଅନୁଧ୍ୟାନ କରିବ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ appeared first on Dharitri Odia News.
ଭୁବନେଶ୍ୱର,୨୨।୮(ଅନିଲ ଦାସ): ଭାଜପା ସରକାର ଦାୟିତ୍ୱ ନେବାର ୧୦୦ ଦିନ ନ ପୂରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟିଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଏହି ଘଟଣାକୁ ନେଇ ବିଜେଡି ବିଧାନସଭାରେ ପ୍ରଶ୍ନ ଉଠାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ମଦ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ଏହି ଟିମ୍ରେ ପୂଜାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ କୁମାର ପଣ୍ଡା ରହିଛନ୍ତି। ଏହି ଟିମ୍ ଗୁରୁବାର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଭାପତିଙ୍କୁ ମଦ ମୃତ୍ୟୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିବେ ା
ଶଙ୍ଖ ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
The post ମଦ ମୃତ୍ୟୁର ଅନୁଧ୍ୟାନ କରିବ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ appeared first on Dharitri Odia News.