ଦିଲ୍ଲୀ ପରେ ଏବେ ଅହମଦାବାଦରେ ଭୟର ବାତାବରଣ, ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ
ନୂଆଦିଲ୍ଲୀ,୬।୫: ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲ ଗୁଡିକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। କୁହାଯାଉଛି ଯେ ଏହି ଧମକପୂର୍ଣ୍ଣ ମେଲ ରୁଷିଆର ହ୍ୟାଣ୍ଡେଲରଙ୍କଠାରୁ ଆସିଛି। ଏହି ଇମେଲ ପରେ ପୋଲିସ ସତର୍କ ହୋଇ ବିଦ୍ୟାଳୟରେ ସର୍ଚ୍ଚ ଅପରେସନ କରୁଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଟିମ କୌଣସି ଆପତ୍ତିଜନକ ଜିନିଷ ପାଇନାହିଁ। ଏହାକୁ ନେଇ […] The post ଦିଲ୍ଲୀ ପରେ ଏବେ ଅହମଦାବାଦରେ ଭୟର ବାତାବରଣ, ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୬।୫: ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲ ଗୁଡିକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। କୁହାଯାଉଛି ଯେ ଏହି ଧମକପୂର୍ଣ୍ଣ ମେଲ ରୁଷିଆର ହ୍ୟାଣ୍ଡେଲରଙ୍କଠାରୁ ଆସିଛି। ଏହି ଇମେଲ ପରେ ପୋଲିସ ସତର୍କ ହୋଇ ବିଦ୍ୟାଳୟରେ ସର୍ଚ୍ଚ ଅପରେସନ କରୁଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଟିମ କୌଣସି ଆପତ୍ତିଜନକ ଜିନିଷ ପାଇନାହିଁ। ଏହାକୁ ନେଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସଜାଗ ଅଛନ୍ତି।
The post ଦିଲ୍ଲୀ ପରେ ଏବେ ଅହମଦାବାଦରେ ଭୟର ବାତାବରଣ, ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ appeared first on Dharitri Odia News.