ହୃଦୟ ଜିତିଲେ କ୍ରିସ ଗେଲ

ପୋର୍ଟମୋର,୧୬।୧: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପଡ଼ିଆ ବାହାରେ ସେ ନିଜର ଭଦ୍ରତା ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ କ୍ରିସ ଗେଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ଗ୍ୟାସ ଷ୍ଟେଶନରେ ଦେଖିବାକୁ ମିଳୁଛି। ଗ୍ୟାସ ଷ୍ଟେଶନରୁ ଗ୍ୟାସ ଭର୍ତ୍ତି କରୁଥିବା ସମସ୍ତ ଯାନ ପାଇଁ ଗେଲ ବିଲ ପ୍ରଦାନ କରିଥିଲେ। ଜାମାଇକର ପୋର୍ଟମୋରରେ ଅବସ୍ଥିତ ପେଟ୍ରୋଲ ପମ୍ପକୁ […] The post ହୃଦୟ ଜିତିଲେ କ୍ରିସ ଗେଲ appeared first on Dharitri Odia News.

ହୃଦୟ ଜିତିଲେ କ୍ରିସ ଗେଲ

ପୋର୍ଟମୋର,୧୬।୧: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପଡ଼ିଆ ବାହାରେ ସେ ନିଜର ଭଦ୍ରତା ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ କ୍ରିସ ଗେଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ଗ୍ୟାସ ଷ୍ଟେଶନରେ ଦେଖିବାକୁ ମିଳୁଛି। ଗ୍ୟାସ ଷ୍ଟେଶନରୁ ଗ୍ୟାସ ଭର୍ତ୍ତି କରୁଥିବା ସମସ୍ତ ଯାନ ପାଇଁ ଗେଲ ବିଲ ପ୍ରଦାନ କରିଥିଲେ।
ଜାମାଇକର ପୋର୍ଟମୋରରେ ଅବସ୍ଥିତ ପେଟ୍ରୋଲ ପମ୍ପକୁ ଆସୁଥିବା ସମସ୍ତ ଯାନ ପାଇଁ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ ଗେଲ ଏହି ବିଲ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ କ୍ରିସ ଗେଲ ସର୍ଟସରେ ଗ୍ୟାସ ଷ୍ଟେଶନରେ ବୁଲୁଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ଗେଲ ପ୍ରଶଂସକଙ୍କ ସହ ନିଆଯାଇଥିବା ଫଟୋଗ୍ରାଫ ମଧ୍ୟ ପାଇଥିଲେ। ସମସ୍ତଙ୍କ ବିଲ ଦେଉଥିବା କ୍ରିସ ଗେଲ ଭିଡିଓରେ ଶୁଣିବାକୁ ମିଳେ, ଆଜି ତୁମର ଲକି ଡେ’। ଏମିତି କହି ଗେଲ ତାଙ୍କ ଶଳୀରେ ସମସ୍ତଙ୍କ ହୃଦୟ ଜିତିଥିଲେ।