ମଦଭାଟି ଉପରେ ଚଢ଼ାଉ: ବିପୁଳ ପରିମାଣର ପୋଚ ନଷ୍ଟ, ମଦ ଜବତ

ପାଟଣା:  କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ସାହାରପଡା ଫାଣ୍ଡି ଅନ୍ତର୍ଗତ ଗରାଣ୍ଡିଯୋଡି ଦେଓ ନଦୀ କୂଳରେ ଚାଲିଥିବା ଏକ ଚୋରା ମଦଭାଟି ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ବିଭାଗକୁ ଦେଖି ମଦ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅବକାରୀ ବିଭାଗ ସେଠାରେ ମଦ ପ୍ରସ୍ତୁତ ପାଇଁ ଥିବା ୪୫ଶହ କେଜି ମହୁଲ ପୋଚ ନଷ୍ଟ କରିଛି।‌ ଏହା ସହ ସେଠାରୁ ୩ ଶହ ଲିଟର ଦେଶୀ ମହୁଲି […]

ମଦଭାଟି ଉପରେ ଚଢ଼ାଉ: ବିପୁଳ ପରିମାଣର ପୋଚ ନଷ୍ଟ,  ମଦ ଜବତ
ପାଟଣା:  କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ସାହାରପଡା ଫାଣ୍ଡି ଅନ୍ତର୍ଗତ ଗରାଣ୍ଡିଯୋଡି ଦେଓ ନଦୀ କୂଳରେ ଚାଲିଥିବା ଏକ ଚୋରା ମଦଭାଟି ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ବିଭାଗକୁ ଦେଖି ମଦ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅବକାରୀ ବିଭାଗ ସେଠାରେ ମଦ ପ୍ରସ୍ତୁତ ପାଇଁ ଥିବା ୪୫ଶହ କେଜି ମହୁଲ ପୋଚ ନଷ୍ଟ କରିଛି।‌ ଏହା ସହ ସେଠାରୁ ୩ ଶହ ଲିଟର ଦେଶୀ ମହୁଲି ମଦ ମଧ୍ୟ ଜବତ କରାଯାଇଛି।‌
ଏହି ଚଢ଼ାଉ ଶୁକ୍ରବାର ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମସ୍ତ ଜବତ ସାମଗ୍ରୀକୁ ପାଟଣା ଅବକାରୀ କାର୍ଯ୍ୟାଳୟକୁ ଅଣାଯାଇଛି। ଅବକାରୀ ଥାନାଧିକାରୀ ପ୍ରିୟମ୍ବିତା ଓଝାଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା।