ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଭିଜିବ ଦକ୍ଷିଣ ଓଡ଼ିଶା
ଭୁବନେଶ୍ୱର ୧୯/୦୭: ଲଘୁଚାପ ଓଡ଼ିଶାମୁହାଁ । ଆସନ୍ତା ୪ ଦିନ ପ୍ରବଳ ବର୍ଷିବ । ଶୁକ୍ରବାର ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଥିବା ଲଘୁଚାପ ଦକ୍ଷିଣ-ପଶ୍ଚିମକୁ ଢଳି କରି ଅଛି । ଏହା ଆହୁରି ଘନୀଭୂତ ହେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ । ଓଡ଼ିଶା ଭିତରକୁ ପ୍ରବେଶ କରିପାରେ ଏହି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ଓ କେତେକ ଜାଗାରେ ଅତି ପ୍ରବଳ ବର୍ଷା ଅଜାଡ଼ିପାରେ । ୭୦ ମିଲିମିଟରରୁ ୨୦୦ ମିମି ଓ ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ(୭୦ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ଜଗତସିଂହପୁର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, କଟକରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ବି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବୌଦ୍ଧ, ସୋନପୁର, ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଅନୁଗୁଳ, ଢେଙ
ଭୁବନେଶ୍ୱର ୧୯/୦୭: ଲଘୁଚାପ ଓଡ଼ିଶାମୁହାଁ । ଆସନ୍ତା ୪ ଦିନ ପ୍ରବଳ ବର୍ଷିବ । ଶୁକ୍ରବାର ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଥିବା ଲଘୁଚାପ ଦକ୍ଷିଣ-ପଶ୍ଚିମକୁ ଢଳି କରି ଅଛି । ଏହା ଆହୁରି ଘନୀଭୂତ ହେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ ।
ଓଡ଼ିଶା ଭିତରକୁ ପ୍ରବେଶ କରିପାରେ ଏହି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ଓ କେତେକ ଜାଗାରେ ଅତି ପ୍ରବଳ ବର୍ଷା ଅଜାଡ଼ିପାରେ । ୭୦ ମିଲିମିଟରରୁ ୨୦୦ ମିମି ଓ ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ(୭୦ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ ।
ନୂଆପଡ଼ା, ବଲାଙ୍ଗିର, ଜଗତସିଂହପୁର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, କଟକରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ବି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବୌଦ୍ଧ, ସୋନପୁର, ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୂଆପଡ଼ା, ଦେବଗଡ଼, ବରଗଡ଼, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି ।
୨୧ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଜାଗାରେ ଓ ଦକ୍ଷିଣର ଅନେକ ଅଞ୍ଚଳରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷିପାରେ । ୨୨ ତାରିଖରେ ବି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ କିଛି ଜାଗାରେ ପ୍ରବଳ ବର୍ଷିବା ସମ୍ଭାବନା ଅଛି । ୨୩ ଓ ୨୪ରେ ପ୍ରବଳ ବର୍ଷା ନଥିବା ବେଳେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।