ବିଜେପି-ବିଜେଡି ଆସନ ଭାଗବଣ୍ଟା ଚୂଡ଼ାନ୍ତ ! ଖୁବ ଶୀଘ୍ର ଘୋଷଣା ହେବ ମେଣ୍ଟ
ନୂଆଦିଲ୍ଲୀ: ବିଜେପି-ବିଜେଡି ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦୁଇ ଦଳର ତୁଙ୍ଗ ନେତା ମଧ୍ୟ ଏନେଇ ସଂକେତ ଦେଇ ସାରିଛନ୍ତି । କେବେଳ ଔପଚାରିକ ଘୋଷଣା ବାକି ଥିବା କୁହାଯାଉଥିବା ବେଳେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ଖବର ସାମନାକୁ ଆସୁଛି । ଗୁରୁବାର ରାତିରେ ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ଜଣାପଡ଼ିଛି । ବିଜେଡି ଏବଂ ବିଜେପି ନେତାଙ୍କ ଉପସ୍ଥିତିରେ ସିଟ୍ ସେୟାରିଂ ଉପରେ ସହମତି ହୋଇଛି ।ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି-ବିଜେଡି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ଲୋକସଭାରେ ବିଜେପି ୧୪ ଏବଂ ବିଜେଡି ୭ଟି ଆସନରେ ଲଢିବା ପାଇଁ ସହମତ ହୋଇଥିବା ଜଣାପଡ଼ିଛି । ସେହିପରି ବିଧାନସଭା ନିର୍ବାଚନ ପାଇଁ ବିଜେଡି ୯୮ ଏବଂ ବିଜେପି ୪୯ ଆସନରେ ଲଢିବା ପାଇଁ ଚୂଡାନ୍ତ ହୋଇଥିବା ଜଣାପଡ଼ିଛି ।ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ବିଜେପିର କୋର୍ କମିଟି ସଦସ୍ୟ ଦ୍ୱିତୀୟ ଦିନରେ ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ । ତେବେ ଆସନ ଭାଗବଣ୍ଟା ଉପରେ ସହମତି ହୋଇପାରି ନଥିଲା । ଏହାପରେ ସଂଧ୍ୟାରେ ବିଜେଡି ନେତା ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ । ଏହାପରେ ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ବାସଭାବନରେ ବୈଠକ ହୋଇଥିଲା । ଏଥିରେ ବିଜେପି ନେତାଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦା
ନୂଆଦିଲ୍ଲୀ: ବିଜେପି-ବିଜେଡି ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦୁଇ ଦଳର ତୁଙ୍ଗ ନେତା ମଧ୍ୟ ଏନେଇ ସଂକେତ ଦେଇ ସାରିଛନ୍ତି । କେବେଳ ଔପଚାରିକ ଘୋଷଣା ବାକି ଥିବା କୁହାଯାଉଥିବା ବେଳେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ଖବର ସାମନାକୁ ଆସୁଛି । ଗୁରୁବାର ରାତିରେ ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ଜଣାପଡ଼ିଛି । ବିଜେଡି ଏବଂ ବିଜେପି ନେତାଙ୍କ ଉପସ୍ଥିତିରେ ସିଟ୍ ସେୟାରିଂ ଉପରେ ସହମତି ହୋଇଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି-ବିଜେଡି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ଲୋକସଭାରେ ବିଜେପି ୧୪ ଏବଂ ବିଜେଡି ୭ଟି ଆସନରେ ଲଢିବା ପାଇଁ ସହମତ ହୋଇଥିବା ଜଣାପଡ଼ିଛି । ସେହିପରି ବିଧାନସଭା ନିର୍ବାଚନ ପାଇଁ ବିଜେଡି ୯୮ ଏବଂ ବିଜେପି ୪୯ ଆସନରେ ଲଢିବା ପାଇଁ ଚୂଡାନ୍ତ ହୋଇଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ବିଜେପିର କୋର୍ କମିଟି ସଦସ୍ୟ ଦ୍ୱିତୀୟ ଦିନରେ ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ । ତେବେ ଆସନ ଭାଗବଣ୍ଟା ଉପରେ ସହମତି ହୋଇପାରି ନଥିଲା । ଏହାପରେ ସଂଧ୍ୟାରେ ବିଜେଡି ନେତା ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ । ଏହାପରେ ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ବାସଭାବନରେ ବୈଠକ ହୋଇଥିଲା । ଏଥିରେ ବିଜେପି ନେତାଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇଥିଲେ । ଏହାପରେ ଆସନ ବୁଝାମଣା ଚୂଡାନ୍ତ ହୋଇଥିବା ଜଣାପଡ଼ିଛି ।