‘ସାବୀ: ଏ ବ୍ଲଡି ହାଉସ୍ୱାଇଫ୍’ର ଟିଜର୍ ରିଲିଜ୍, ଦମ୍‌ଦାର ଭୂମିକାରେ ନଜର ଆସିବେ ଦିବ୍ୟା ଖୋସଲା

ମୁମ୍ଵାଇ ୦୭।୦୫: ଅପ୍‌କମିଙ୍ଗ ଫିଲ୍ମ ‘ସାବୀ: ଏ ବ୍ଲଡି ହାଉସ୍‌ୱାଇଫ୍‌’ର ଟିଜର୍‌ ରିଲିଜ୍‌ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦିବ୍ୟା ଖୋସ୍‌ଲା। ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଅନିଲ କପୁର । ହର୍ଷବର୍ଦ୍ଧନ ରାଣେ ବି ମୁଖ୍ୟ ଭୂମିକାରେ ନଜର ଆସିବେ । ଟିଜର୍‌ ଆରମ୍ଭରେ ଦିବ୍ୟାଙ୍କ ଚରିତ୍ର ଏକ ବଡ଼ ଖୁଲାସା କରୁଥିବା ନଜର ଆସିଛି । ଲଣ୍ଡନର ଏକ ଜେଲରେ କଡ଼ା ସୁରକ୍ଷା ବଳୟରେ ଥିବା ଜଣେ ବ୍ୟକ୍ତିଙ୍କୁ ଜେଲ୍‌ ଭାଙ୍ଗି ବାହାରକୁ ଆଣିବାର ଉଦ୍ଦେଶ୍ୟ ସେ ଜାହିର କରିଛନ୍ତି । ଫିଲ୍ମର କାହାଣୀ ଅତ୍ୟନ୍ତ ଗମ୍ଭୀର ହୋଇଥିବ ବୋଲି ଟିଜର୍‌ରୁ ଜଣାପଡ଼ିଛି । ଫିଲ୍ମଟି ଆକ୍ସନ୍‌-ପ୍ୟାକ୍‌ଡ ମଧ୍ୟ ହେବ, ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ନିର୍ମାତା ଆଶା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିନୟ ଦେଓ । ଆସନ୍ତା ୩୧ ତାରିଖରେ ଏଇଟି ମୁକ୍ତିଲାଭ କରିବ । ଦିବ୍ୟାଙ୍କ ଅନ୍ୟ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ସୁରେଶ କ୍ରୀଷ୍ଣାଙ୍କ ତେଲୁଗୁ ଫିଲ୍ମ ‘ହିରୋ ହିରୋଇନ୍‌’ । ଗତ ଜାନୁଆରୀ ମାସରେ ଫିଲ୍ମ ବିଷୟରେ ଘୋଷଣା ହେବା ସହିତ ଫାର୍ଷ୍ଟ ଲୁକ୍‌ ବି ଜାରି ହୋଇଥିଲା । ଦିବ୍ୟା ଏଥିରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ।

‘ସାବୀ: ଏ ବ୍ଲଡି ହାଉସ୍ୱାଇଫ୍’ର ଟିଜର୍ ରିଲିଜ୍, ଦମ୍‌ଦାର ଭୂମିକାରେ ନଜର ଆସିବେ ଦିବ୍ୟା ଖୋସଲା

ମୁମ୍ଵାଇ ୦୭।୦୫: ଅପ୍‌କମିଙ୍ଗ ଫିଲ୍ମ ‘ସାବୀ: ଏ ବ୍ଲଡି ହାଉସ୍‌ୱାଇଫ୍‌’ର ଟିଜର୍‌ ରିଲିଜ୍‌ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦିବ୍ୟା ଖୋସ୍‌ଲା। ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଅନିଲ କପୁର । ହର୍ଷବର୍ଦ୍ଧନ ରାଣେ ବି ମୁଖ୍ୟ ଭୂମିକାରେ ନଜର ଆସିବେ । ଟିଜର୍‌ ଆରମ୍ଭରେ ଦିବ୍ୟାଙ୍କ ଚରିତ୍ର ଏକ ବଡ଼ ଖୁଲାସା କରୁଥିବା ନଜର ଆସିଛି । 

ଲଣ୍ଡନର ଏକ ଜେଲରେ କଡ଼ା ସୁରକ୍ଷା ବଳୟରେ ଥିବା ଜଣେ ବ୍ୟକ୍ତିଙ୍କୁ ଜେଲ୍‌ ଭାଙ୍ଗି ବାହାରକୁ ଆଣିବାର ଉଦ୍ଦେଶ୍ୟ ସେ ଜାହିର କରିଛନ୍ତି । ଫିଲ୍ମର କାହାଣୀ ଅତ୍ୟନ୍ତ ଗମ୍ଭୀର ହୋଇଥିବ ବୋଲି ଟିଜର୍‌ରୁ ଜଣାପଡ଼ିଛି । ଫିଲ୍ମଟି ଆକ୍ସନ୍‌-ପ୍ୟାକ୍‌ଡ ମଧ୍ୟ ହେବ, ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ନିର୍ମାତା ଆଶା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିନୟ ଦେଓ । 

ଆସନ୍ତା ୩୧ ତାରିଖରେ ଏଇଟି ମୁକ୍ତିଲାଭ କରିବ । ଦିବ୍ୟାଙ୍କ ଅନ୍ୟ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ସୁରେଶ କ୍ରୀଷ୍ଣାଙ୍କ ତେଲୁଗୁ ଫିଲ୍ମ ‘ହିରୋ ହିରୋଇନ୍‌’ । ଗତ ଜାନୁଆରୀ ମାସରେ ଫିଲ୍ମ ବିଷୟରେ ଘୋଷଣା ହେବା ସହିତ ଫାର୍ଷ୍ଟ ଲୁକ୍‌ ବି ଜାରି ହୋଇଥିଲା । ଦିବ୍ୟା ଏଥିରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ।