ମଦୁଆଙ୍କ ସଂଖ୍ୟାରେ ଜାତୀୟ ହାରଠାରୁ ଢେର୍ ଆଗରେ ଓଡ଼ିଶା, ପଛରେ ପଡ଼ିନାହାନ୍ତି ମହିଳା
ଭୁବନେଶ୍ୱର : ରାଜଧାନୀରେ ବଢ଼ୁଛି ମଦୁଆଙ୍କ ସଂଖ୍ୟା। ଲୋକ ଏଠାରେ ପ୍ରତିଦିନି କୋଟି କୋଟି ଟଙ୍କା ମଦ ପିଇଦେଉଛନ୍ତି। ଆଗରେ ରାଜଧାନୀ ଭୁବନେଶ୍ୱର ଥିବାବେଳେ ପରେ ପୁରୀ, କଟକ ଭଳି ସହର ଅଛନ୍ତି। କେବଳ ରାଜଧାନୀ ନୁହେଁ ଓଡ଼ିଶାରେ ମଦୁଆଙ୍କ ହାର ଜାତୀୟ ସ୍ତରଠାରୁ ଢେର ଅଧିକ। କ୍ରମାଗତ ଭାବେ ନିଶାଡ଼ିଙ୍କ ସଂଖ୍ୟା ଯେଭଳି ବଢ଼଼ିଚାଲିଛି ତାହାକୁ ନିୟନ୍ତ୍ରଣ କରାନଗଲେ ଓଡ଼ିଶାରେ ବିଭିନ୍ନ ଧରଣର ଅପରାଧ ସହିତ ନାରୀ ନିର୍ଯାତନା, ରୋଗ ବ୍ୟାଧି, ଦୁର୍ଘଟଣା, ଆର୍ଥିକ ଅନଟନ […]

ଭୁବନେଶ୍ୱର : ରାଜଧାନୀରେ ବଢ଼ୁଛି ମଦୁଆଙ୍କ ସଂଖ୍ୟା। ଲୋକ ଏଠାରେ ପ୍ରତିଦିନି କୋଟି କୋଟି ଟଙ୍କା ମଦ ପିଇଦେଉଛନ୍ତି। ଆଗରେ ରାଜଧାନୀ ଭୁବନେଶ୍ୱର ଥିବାବେଳେ ପରେ ପୁରୀ, କଟକ ଭଳି ସହର ଅଛନ୍ତି। କେବଳ ରାଜଧାନୀ ନୁହେଁ ଓଡ଼ିଶାରେ ମଦୁଆଙ୍କ ହାର ଜାତୀୟ ସ୍ତରଠାରୁ ଢେର ଅଧିକ। କ୍ରମାଗତ ଭାବେ ନିଶାଡ଼ିଙ୍କ ସଂଖ୍ୟା ଯେଭଳି ବଢ଼଼ିଚାଲିଛି ତାହାକୁ ନିୟନ୍ତ୍ରଣ କରାନଗଲେ ଓଡ଼ିଶାରେ ବିଭିନ୍ନ ଧରଣର ଅପରାଧ ସହିତ ନାରୀ ନିର୍ଯାତନା, ରୋଗ ବ୍ୟାଧି, ଦୁର୍ଘଟଣା, ଆର୍ଥିକ ଅନଟନ ଆଦି ବଢ଼଼ିଚାଲିବ।
ଏଥି ସଂଗେସଂଗେ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନା ଓ ଉନ୍ନୟନ କାମରେ ଯେତେ ଅର୍ଥ ବ୍ୟୟ ହେଉଛି ସେଥିରୁ ଆଶାନୁରୂପ ଫଳ ମିଳିବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟରେ ମଦୁଆଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ବେଶ୍ ଉଦ୍ବେଗଜନକ। ଏହି ରିପୋର୍ଟର ତଥ୍ୟ ମୁତାବକ ଜାତୀୟସ୍ତରରେ ୧୫ବର୍ଷରୁ ଊର୍ଦ୍ଧ୍ବ୍୍ୱ ମହିଳାଙ୍କ ଭିତରୁ ମାତ୍ର ୧.୩ ପ୍ରତିଶତ ଆଲ୍କହଲ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧୮.୮ ପ୍ରତିଶତ ବୋଲି ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ୧୫ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଭିତରୁ ଓଡ଼ିଶାରେ ୪.୩ ପ୍ରତିଶତ ଆଲକହଲ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୨୮.୮ ପ୍ରତିଶତ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
ତେବେ ଏହି ରିପୋର୍ଟ ୨୦୧୯ ରୁ ୨୦୨୧ର ସ୍ଥିତି ଆଧାରରେ ପ୍ରସ୍ତୁତ ହୋଇଥିବାବେଳେ ଏବେ ଏହି ସଂଖ୍ୟା ଢେର ଅଧିକ ହେବବୋଲି ଆଶଙ୍କା କରାଯାଉଛି। ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡ଼ିଶା ମଦମୁକ୍ତି ଅଭିଯାନ କହୁଛି ଯେ ଓଡ଼ିଶାରେ ଏବେ ୧୫ବର୍ଷରୁ ଊର୍ଦ୍ଧ୍ବ୍ର୍୍ୱ ବୟସର ଆଲକହଲ ସେବନକାରୀଙ୍କ ସଂଖ୍ୟା ପାଖପାଖି ୪୦ ପ୍ରତିଶତ ହୋଇପାରେ। କେବଳ ଆଲକହଲ ନୁହେଁ, ତମାଖୁ ସେବନ କ୍ଷେତ୍ରରେ ବି ଓଡ଼ିଶା ଜାତୀୟ ସ୍ତରଠାରୁ ଢେର ଆଗରେ ରହିଛି। ସର୍ବଭାରତୀୟ ସ୍ତରରେ ୧୫ବର୍ଷରୁ ଊର୍ଦ୍ଧ୍ବ୍ୱ ବୟସର ୮.୯ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୩୮ ପ୍ରତିଶତ ରହିଛି।
ଅନ୍ୟ ପକ୍ଷରେ ଏହି ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାରେ ୧୫ବର୍ଷ ବୟସରୁ ଊର୍ଦ୍ଧ୍ବ୍ୱ ମହିଳାଙ୍କ ଭିତରୁ ୨୬ ପ୍ରତିଶତ ତମାଖୁ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୫୧.୬ ପ୍ରତିଶତ ରହିଛି। ସବୁଠାରୁ ଉଦ୍ବେଗଜନକ ତଥ୍ୟ ହେଉଛି ଯେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ତମାଖୁ ଓ ଆଲକହଲ ସେବନ ହାର ଆମ ରାଜ୍ୟରେ ଅଧିକ ରହୁଛି। ଆଗେ ଚୋରା ଲୁଚାରେ କିଛି ଲୋକ ନିଶା ସେବନ କରୁଥିଲେ। ଏବେ କିନ୍ତୁ ଖୋଲାଖୋଲି ଭାବେ ନିଶା ସେବନ କରିବା ସହ ନିଶାଡ଼ିମାନେ ଥାନା ଫାଣ୍ଡିରେ ବି ଯାଇ ଉତ୍ପାତ କରୁଛନ୍ତି। ଏମିତିକି ଡାକ୍ତରଖାନାରେ ବି ଡାକ୍ତରମାନେ ଏମାନଙ୍କୁ ଭୟ କରୁଛନ୍ତି। ଏ କ୍ଷେତ୍ରରେ ମହିଳା ନିଶାଡ଼ିଙ୍କ ଉତ୍ପାତ କିଛି କମ୍ ନୁହେଁ। ରାଜଧାନୀରେ ଦିନକୁ ଦିନ ମହିଳା ନିଶାଡ଼ିଙ୍କ ଉତ୍ପାତ ବଢ଼଼ିବାରେ ଲାଗିଛି। ସେମାନେ ମଦ ପିଇ ରାଜରାସ୍ତା ଏବଂ ଥାନାରେ ଆତଙ୍କ କରୁଛନ୍ତି। ପୁଲିସ କର୍ମଚାରୀ ଏମାନଙ୍କୁ କଣ୍ଟ୍ରୋଲ କରିବାକୁ ଭୟ କରୁଛନ୍ତି।