ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ, ଟଙ୍କା ନଦେବାରୁ ମାଆକୁ ଫାର୍ସାରେ ହାଣି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ରାଇତୈଲା ଗ୍ରାମରେ ଅଭାବନୀୟ ଘଟଣା। ମଦ୍ୟପ ପୁଅର ଜଘନ୍ୟ କାଣ୍ଡ । ମଦ ପିଇବାକୁ ଟଙ୍କା ନଦେବାରୁ ମାଆକୁ ହତ୍ୟା କଲା ମଦ୍ୟପ ପୁଅ। ଖବର ପାଇ ଘଟଣା ସ୍ଥଳରେ ଗଁନ୍ଦିଆ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲାଗିଥିବା ଫାର୍ସାକୁ ଜବତ କରିବା ସହ ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣଙ୍କ ହେଉଛନ୍ତି ରାଇତୈଲା ଗ୍ରାମର ଟିକିଲି ନାୟକ। ତେବେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ପୁଅ ଗଣେଶ ନାୟକ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସେ ପଇସା ନଦେବାରୁ ଉଭୟ ମାଆ-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏଥିରେ ଉତକ୍ଷିପ୍ତ ହୋଇ ଗଣେଶ ଏକ ଫାର୍ସାରେ ମାଆ ଟିକିଲିକୁ ହାଣି ଦେଇଥିଲା। ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ, ଟଙ୍କା ନଦେବାରୁ ମାଆକୁ ଫାର୍ସାରେ ହାଣି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ରାଇତୈଲା ଗ୍ରାମରେ ଅଭାବନୀୟ ଘଟଣା। ମଦ୍ୟପ ପୁଅର ଜଘନ୍ୟ କାଣ୍ଡ । ମଦ ପିଇବାକୁ ଟଙ୍କା ନଦେବାରୁ ମାଆକୁ ହତ୍ୟା କଲା ମଦ୍ୟପ ପୁଅ। ଖବର ପାଇ ଘଟଣା ସ୍ଥଳରେ ଗଁନ୍ଦିଆ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲାଗିଥିବା ଫାର୍ସାକୁ ଜବତ କରିବା ସହ ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। 

ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣଙ୍କ ହେଉଛନ୍ତି ରାଇତୈଲା ଗ୍ରାମର ଟିକିଲି ନାୟକ। ତେବେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ପୁଅ ଗଣେଶ ନାୟକ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସେ ପଇସା ନଦେବାରୁ ଉଭୟ ମାଆ-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏଥିରେ ଉତକ୍ଷିପ୍ତ ହୋଇ ଗଣେଶ ଏକ ଫାର୍ସାରେ ମାଆ ଟିକିଲିକୁ ହାଣି ଦେଇଥିଲା। ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।