ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ବଡ଼ ହମଲା; ୨୪ ମୃତ, ଏକାଧିକ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ହମଲା । ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଛି । ଏହି ଭୟଙ୍କର ହମଲାରେ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ସେହିପରି ଆତଙ୍କବାଦୀଙ୍କ ବର୍ବରତାରେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗୃହମନ୍ତ୍ରୀ ଜମ୍ମୁ-କାଶ୍ମୀର ଗସ୍ତରେ ବାହାରି ସାରିଛନ୍ତି । ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଅନନ୍ତନାଗ ପୋଲିସ ହେଲ୍ପଲାଇନ୍‌ ନଂ ଜାରି କରିଛି । ହେଲ୍ପଲାଇନ୍‌ ନଂ- ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ।   ଆସନ୍ତା ଜୁଲାଇ ୩ ତାରିଖରୁ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେଉଛି । ଏହା ପୂର୍ବରୁ  ମଙ୍ଗଳବାର ଅର୍ଥାତ୍ ଆଜି ଆତଙ୍କବାଦୀ ହମଲା ହୋଇଛି । ଦକ୍ଷିଣ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ପହଲଗାମରେ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ବୟାସରନ ଘାଟିରେ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଜମ୍ମୁ-କାଶ୍ମାର ପୋଲିସର ସୂଚନା ମୁତବକ, ଏହି ଭୟଙ୍କର ଆକ୍ରମଣରେ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ସ୍ଥାନୀୟ ଲୋକଙ୍କ ସହ

ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ବଡ଼ ହମଲା; ୨୪ ମୃତ, ଏକାଧିକ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ହମଲା । ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଛି । ଏହି ଭୟଙ୍କର ହମଲାରେ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ସେହିପରି ଆତଙ୍କବାଦୀଙ୍କ ବର୍ବରତାରେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗୃହମନ୍ତ୍ରୀ ଜମ୍ମୁ-କାଶ୍ମୀର ଗସ୍ତରେ ବାହାରି ସାରିଛନ୍ତି । ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଅନନ୍ତନାଗ ପୋଲିସ ହେଲ୍ପଲାଇନ୍‌ ନଂ ଜାରି କରିଛି । ହେଲ୍ପଲାଇନ୍‌ ନଂ- ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ।   

ଆସନ୍ତା ଜୁଲାଇ ୩ ତାରିଖରୁ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେଉଛି । ଏହା ପୂର୍ବରୁ  ମଙ୍ଗଳବାର ଅର୍ଥାତ୍ ଆଜି ଆତଙ୍କବାଦୀ ହମଲା ହୋଇଛି । ଦକ୍ଷିଣ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ପହଲଗାମରେ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ବୟାସରନ ଘାଟିରେ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଜମ୍ମୁ-କାଶ୍ମାର ପୋଲିସର ସୂଚନା ମୁତବକ, ଏହି ଭୟଙ୍କର ଆକ୍ରମଣରେ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ରାଜ୍ୟର ବହୁ ପର୍ଯ୍ୟଟକ ରହିଛନ୍ତି । ସେହିପରି ଏଥିରେ ଏକାଧିକ ଆହତ ମଧ୍ୟ ହୋଇଛି । ଗୁରୁତରଙ୍କ ଏୟାରଲିଫ୍ଟ କରାଯାଇ ଶ୍ରୀନଗରର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳକୁ ଭାରତୀୟ ସେନା ହାଇଆଲର୍ଟ ଜୋନ୍ ଘୋଷଣା କରି ତନତନ କରି ଛାନଭୀନ୍ କରୁଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କାବାଦୀଙ୍କୁ କୁତ୍ସିତ କାର୍ଯ୍ୟ ଦୃଢ଼ ନିନ୍ଦା କରିଛନ୍ତି । ଘଟଣାରେ ସମ୍ପୃକ୍ତି ଥିବା ଜଣେ ବି କାହାକୁ ଛଡ଼ା ଯିବନାହିଁ କହିଛନ୍ତି । 

ସେନାର ସର୍ଚ୍ଚ ଅପରେସନ ଜାରି: 

ଆତଙ୍କବାଦୀ ଆକ୍ରମଣ ତୁରନ୍ତ ପରେ ସୁରକ୍ଷାବଳ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରୁଛନ୍ତି । ଏଥିରେ ଜମ୍ମୁ-କାଶ୍ମୀପର ଭାରତୀୟ ସେନା, ସିଆପିଏଫ୍ ଓ ଜମ୍ମୁ-କାଶ୍ମୀର ପୋଲିସ ସାମିଲ୍ ହୋଇଛି । ପହଲଗାମ ଏବେ ଉତ୍ତେଜନ ପୂର୍ଣ୍ଣ ରହିଛି । ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷାବଳ ତନତନ କରି ପୂରା ଅଞ୍ଚଳରେ ଛାନଭୀନ୍ କରୁଛି । ଅତିରିକ୍ତ ସୁରକ୍ଷାବଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ପହଲଗାମ ଉଚ୍ଚ ସ୍ଥାନରେ ରହିଥିବାରୁ ଆହତକୁ ଘୋଡ଼ା ସାହାଯ୍ୟରେ ତଳକୁ ଅଣାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।